୧୦୦ ବର୍ଷ ପୁରୁଣା କାଠ ସାଇକେଲ

ପଞ୍ଜାବ : ସେପ୍‌ଟେମ୍ବର ୧୬: ବିଭିନ୍ନ ପ୍ରକାରର ସାଇକେଲ ଆପଣମାନେ ଦେଖିଥିବେ । ଯେପରି ଗିୟର ସାଇକେଲ, ରେସର୍‌ ସାଇକେଲ, ଘରୋଇ ସାଇକେଲ । ହେଲେ ୧୦୦ ବର୍ଷ ପୁରୁଣା କାଠର ସାଇକେଲ ଆପଣ କେବେ ବି ଦେଖିନଥିବେ । ରିପୋର୍ଟ ଅନୁଯାୟୀ, ଭାରତ-ପାକିସ୍ତାନ ବିଭାଜନ ପୂର୍ବର ଏହି ସ୍ପେଶାଲ ସାଇକେଲ କାଠ ଏବଂ ଲୁହାରେ ନିର୍ମିତ ହୋଇଛି । ୧୦୦ ବର୍ଷ ପୁରୁଣା ଏହି ନିଆରା ସାଇକେଲ ଯାହା ଦେଖିବାକୁ ମଧ୍ୟ ଅନ୍ୟ ସାଧାରଣ ସାଇକେଲଠାରୁ […]

Samaya Live Picture
Published On

ପଞ୍ଜାବ : ସେପ୍‌ଟେମ୍ବର ୧୬: ବିଭିନ୍ନ ପ୍ରକାରର ସାଇକେଲ ଆପଣମାନେ ଦେଖିଥିବେ । ଯେପରି ଗିୟର ସାଇକେଲ, ରେସର୍‌ ସାଇକେଲ, ଘରୋଇ ସାଇକେଲ । ହେଲେ ୧୦୦ ବର୍ଷ ପୁରୁଣା କାଠର ସାଇକେଲ ଆପଣ କେବେ ବି ଦେଖିନଥିବେ । ରିପୋର୍ଟ ଅନୁଯାୟୀ, ଭାରତ-ପାକିସ୍ତାନ ବିଭାଜନ ପୂର୍ବର ଏହି ସ୍ପେଶାଲ ସାଇକେଲ କାଠ ଏବଂ ଲୁହାରେ ନିର୍ମିତ ହୋଇଛି । ୧୦୦ ବର୍ଷ ପୁରୁଣା ଏହି ନିଆରା ସାଇକେଲ ଯାହା ଦେଖିବାକୁ ମଧ୍ୟ ଅନ୍ୟ ସାଧାରଣ ସାଇକେଲଠାରୁ ସମ୍ପୂର୍ଣ୍ଣ ଭିନ୍ନ । ପଞ୍ଜାବରେ ଥିବା ଏହା ଏକମାତ୍ର ସାଇକେଲ ଯାହାକୁ ଦେଖିବା ପାଇଁ ଲୋକମାନେ ଦୂରଦୂରାନ୍ତରୁ ଆସିଥାନ୍ତି । ସାଇକେଲର ବିଶେଷ କଥା ହେଉଛି ଯେ ସେତେବେଳେ ଏହି ସାଇକେଲ ଚଲାଇବା ପାଇଁ ସରକାରୀ ଅନୁମତିର ଆବଶ୍ୟକ ପଡ଼ୁଥିଲା ଏବଂ ଏହାର ଲାଇସେନ୍ସ କରିବାକୁ ପଡୁଥିଲା । ଏହି ନିଆରା ସାଇକେଲକୁ କିଣିବା ପାଇଁ ଜଣେ ୫୦ ଲକ୍ଷ ଟଙ୍କା ଦେବାକୁ ରାଜି ଥିଲେ, କିନ୍ତୁ ସାଇକେଲର ମାଲିକ ଏହାକୁ ବିକ୍ରି କରିବା ପାଇଁ ସଫା ସଫା ମନା କରିଦେଇଥିଲେ । ସାଇକେଲର ମାଲିକ ନାଁ ହେଉଛି ସତବିନ୍ଦର । ଯାହାଙ୍କ ଜେଜେବାପା ଜଣେ ରେଲେୱ କର୍ମଚାରୀଙ୍କଠାରୁ ଏହାକୁ କିଣିଥିଲେ । ତେବେ ଏହି ସାଇକେଲର ଲାଇସେନ୍ସ ସତବିନ୍ଦରଙ୍କ ସମ୍ପର୍କୀୟଙ୍କ ନାମରେ ରହିଛି । ସତବିନ୍ଦର ଏବେ ବି ସେହି ସାଇକେଲକୁ ଚଲାଉଛନ୍ତି ଏବଂ ଲୋକମାନେ ଏହାକୁ ଦେଖିବାକୁ ଆସୁଛନ୍ତି ।