୨୪ତମ ପିଏମ କିଷାନ ସହାୟତା ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ସାରା ଦେଶରୁ ୯.୩୪ କୋଟି ହିତାଧିକାରୀ ଚାଷୀଙ୍କୁ ମୋଟ ୧୮ .୬୯୦ କୋଟି ଟଙ୍କା ଏବଂ ଓଡିଶାରୁ ୩୫.୩୯ ଚାଷୀଙ୍କୁ ୭୦୭.୮୬କୋଟି ଟଙ୍କା ପ୍ରଦାନ

୨୪ତମ ପିଏମ କିଷାନ ସହାୟତା ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
Samaya Live News Picture
Published On

ନୂଆଦିଲ୍ଲୀ : ଚାଷୀଭାଇଙ୍କ ପାଇଁ ଖୁସି ଖବର ।  ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଆସିଲା ସହାୟତା ରାଶି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦ ରେ  ଗୁଜୁରାଟର ବନାସକଣ୍ଠାରୁ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ପ୍ରଦାନ କରିଛନ୍ତି  । ଡିବିଟି (Direct Benefit Transfer) ମାଧ୍ୟମରେ ଦେଶର ଚାଷୀମାନଙ୍କ ଆକାଉଣ୍ଟକୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଯୋଜନାରେ ସାରା ଦେଶରୁ ୯.୩୪ କୋଟି ହିତାଧିକାରୀ ଚାଷୀଙ୍କୁ ମୋଟ ୧୮ .୬୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ଓଡିଶାରୁ ୩୫.୩୯ ଚାଷୀଙ୍କ ବ୍ୟାଙ୍କ ଖାତାରେ ୭୦୭.୮୬କୋଟି ଟଙ୍କା ପଠା ଯାଇଛି । ପ୍ରତିବର୍ଷ ଚାଷୀଙ୍କୁ ମିଳୁଥିବା ୬,୦୦୦ ଟଙ୍କାର ଆର୍ଥିକ ସହାୟତା ମଧ୍ୟରୁ ଏହି ୨୪ତମ କିସ୍ତି ବାବଦରେ ଯୋଗ୍ୟ ଚାଷୀମାନେ ୨,୦୦ଙ୍କା ଲେଖାଏଁ ପାଇଛନ୍ତି । ଏଥିରେ ଭୂମିଦାରୀ, କ୍ଷୁଦ୍ର, ବୃହତ ଓ ସହରାଞ୍ଚଳର ଦୁର୍ବଳ ବର୍ଗର ଚାଷୀଙ୍କୁ ସାମିଲ କରାଯାଇଛି । ପିଏମ୍ କିଷାନ ଯୋଜନାରେ ସାମିଲ ହେବା ପାଇଁ ଏଗ୍ରିଷ୍ଟାକ ପୋର୍ଟାଲରେ ପଞ୍ଜିକରଣ ବାଧ୍ୟତାମୂଳକ । ଯେଉଁମାନେ ସିଏମ୍ କିଷାନ ପାଉଛନ୍ତି ସେମାନେ ପିଏମ୍ କିଷାନ ମଧ୍ୟ ପାଆନ୍ତୁ । ତେଣୁ ସେମାନେ ଆବଶ୍ୟକ ଦସ୍ତାବିଜ ଦେଇ ଏହାର ଲାଭ ଉଠାନ୍ତୁ । ସମସ୍ତ ଚାଷୀ ଭାଇଙ୍କୁ ପ୍ରଧାନମନ୍ତ୍ରୀ ଅନ୍ନଦାତା ଭାବରେ ଅଭିହିତ କରିଛନ୍ତି ।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଗୁଜରାଟର ଦୁଇଦିନିଆ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ପ୍ରାୟ ୧୪,୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଭେଟି ଦେବେ ।

Tags: