‘ୟୈ କାଲି କାଲି ଆଖେଁ’ରେ ଶେ୍ୱତାଙ୍କ ଭିନ୍ନ ଅନ୍ଦାଜ

ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ େୱବ୍‌ ସିରିଜ୍‌ ‘ୟୈ କାଲି କାଲି ଆଖେଁ’ର ଟ୍ରେଲର ଲଞ୍ଚ୍‌ ହୋଇଛି । ଏଥିରେ ତାହିର ରାଜ୍‌ ଭସୀନ, ଶେ୍ୱତା ତ୍ରିପାଠୀ, ଆଞ୍ଚଲ୍‌ ସିଂହ ଏବଂ ସୌରଭ ଶୁକ୍ଲା ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି । ରୋମାନ୍ସ, ଥ୍ରୀଲର, କ୍ରାଇମ ଓ ରହସ୍ୟରେ ଭରପୂର ସିରିଜରେ ପଲିଟିକ୍ସ ଓ ପାୱର ସହ ଗେମ୍‌ ଚେଞ୍ଜିଂ ସିନ୍‌କୁ ପ୍ରଦର୍ଶିତ କରାଯାଇଛି । ସିରିଜ୍‌ର ଟ୍ରେଲରକୁ ସମସ୍ତେ ପସନ୍ଦ କରିବା ସହ ଶେ୍ୱତା ଏବଂ ଆଞ୍ଚଲ୍‌ଙ୍କ […]

Samaya Live Picture
Published On

ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ େୱବ୍‌ ସିରିଜ୍‌ ‘ୟୈ କାଲି କାଲି ଆଖେଁ’ର ଟ୍ରେଲର ଲଞ୍ଚ୍‌ ହୋଇଛି । ଏଥିରେ ତାହିର ରାଜ୍‌ ଭସୀନ, ଶେ୍ୱତା ତ୍ରିପାଠୀ, ଆଞ୍ଚଲ୍‌ ସିଂହ ଏବଂ ସୌରଭ ଶୁକ୍ଲା ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି ।
 ‘ୟୈ କାଲି କାଲି ଆଖେଁ’ରେ ଶେ୍ୱତାଙ୍କ ଭିନ୍ନ ଅନ୍ଦାଜ
ରୋମାନ୍ସ, ଥ୍ରୀଲର, କ୍ରାଇମ ଓ ରହସ୍ୟରେ ଭରପୂର ସିରିଜରେ ପଲିଟିକ୍ସ ଓ ପାୱର ସହ ଗେମ୍‌ ଚେଞ୍ଜିଂ ସିନ୍‌କୁ ପ୍ରଦର୍ଶିତ କରାଯାଇଛି । ସିରିଜ୍‌ର ଟ୍ରେଲରକୁ ସମସ୍ତେ ପସନ୍ଦ କରିବା ସହ ଶେ୍ୱତା ଏବଂ ଆଞ୍ଚଲ୍‌ଙ୍କ ଅଭିନୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ସିରିଜ୍‌ରେ ଅଭିନେତ୍ରୀ ଶେ୍ୱତା ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ଶିଖା ନାମକ ଏକ ଯୁବତୀଙ୍କ ଚରିତ୍ରରେ ଶେ୍ୱତା ଅବତୀର୍ଣ୍ଣ ହୋଇଛନ୍ତି ।

ମିର୍ଜାପୁର ସିରିଜ୍‌ରେ ଦମଦାର ଅଭିନୟ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଶେ୍ୱତା ତ୍ରିପାଠୀ ସୋସିଆଲ ମିଡିଆରେ ବହୁତ ଆକଫିଭ ରହିଥାନ୍ତି । ଏହି ମିର୍ଜାପୁର ସିରିଜ୍‌ରେ ଗୋଲୁ ଗୁପ୍ତା ଦବଙ୍ଗ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ଶେ୍ୱତା କିନ୍ତୁ ଅସଲ ଜୀବନରେ ବହୁତ ବୋଲï ।
 ‘ୟୈ କାଲି କାଲି ଆଖେଁ’ରେ ଶେ୍ୱତାଙ୍କ ଭିନ୍ନ ଅନ୍ଦାଜ
ସର୍ବଦା ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏହାରି ମଧ୍ୟରେ ତାଙ୍କର ଲାଟେଷ୍ଟ୍‌ ଫଟୋ ସୋସିଆଲ ୟୁଜରଙ୍କ ପାରା ବଢାଇଛି ।

ସେୟାର କରିଥିବା ଫଟୋରେ ଅଭିନେତ୍ରୀ ଶେ୍ୱତା ନିଜ ଶାର୍ଟକୁ ପବନରେ ଉଡ଼ାଉଥିବା ନଜର ଆସୁଛନ୍ତି । ସୁନ୍ଦର ଭାବେ ପୋଜ୍‌ ଦେଉଥିବା ଶେ୍ୱତାଙ୍କ ଏହି ଭିନ୍ନ ଅନ୍ଦାଜ ତାଙ୍କ ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଛି । କମ୍‌ ସମୟ ମଧ୍ୟରେ ଫଟୋକୁ ହଜାର ହଜାର ଲାଇକ୍‌ ମିଳିସାରିଛି ।
 ‘ୟୈ କାଲି କାଲି ଆଖେଁ’ରେ ଶେ୍ୱତାଙ୍କ ଭିନ୍ନ ଅନ୍ଦାଜ
ଶେ୍ୱତା ତ୍ରିପାଠୀ ୨୦୧୫ରେ ଫିଲ୍ମ ‘ମଶାନ’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ଏହାବ୍ୟତୀତ ହାରାମଖୋର୍‌, ଗନ୍‌ କେଶ୍‌, ରଶ୍ମିରକେଟ୍‌ ପରି ଫିଲ୍ମରେ କାମ କରି ପ୍ରଶଂସନୀୟ ହୋଇପାରିଛନ୍ତି ।