ଆଗାମୀ ପ୍ରୋଜେକ୍ଟକୁ ନେଇ ଉତ୍ସାହିତ
ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିବା େୱବ୍ ସିରିଜ୍ ‘ଗ୍ରହଣ’ରେ ମନୁ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ୱାମିକା ଗବୀ ନିଜର ୨୮ତମ ଜନ୍ମଦିନ ପାଳନ କରିଛନ୍ତି । ହେଲେ ତାଙ୍କର ଚଳିତ ବର୍ଷର ଜନ୍ମଦିନ ସ୍ୱତନ୍ତ୍ର ବୋଲି ୱାମିକା ଏକ ସାକ୍ଷାତକାରରେ କହିଛନ୍ତି । ୱାମିକା କହିଛନ୍ତି, ସେ ପ୍ରଥମ ଥର ପାଇଁ ତାଙ୍କ ଜନ୍ମଦିନକୁ ଏକୁଟିଆ ସେଲିବ୍ରେଟ୍ କରିଛନ୍ତି । ସର୍ବଦା ଜନ୍ମଦିନ ପୂର୍ବରୁ ହିଁ ସେ ଉତ୍ସାହିତ ରହିଥାନ୍ତି । ସବୁବେଳେ ସାଙ୍ଗମାନଙ୍କ ସହ […]
ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିବା େୱବ୍ ସିରିଜ୍ ‘ଗ୍ରହଣ’ରେ ମନୁ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ୱାମିକା ଗବୀ ନିଜର ୨୮ତମ ଜନ୍ମଦିନ ପାଳନ କରିଛନ୍ତି । ହେଲେ ତାଙ୍କର ଚଳିତ ବର୍ଷର ଜନ୍ମଦିନ ସ୍ୱତନ୍ତ୍ର ବୋଲି ୱାମିକା ଏକ ସାକ୍ଷାତକାରରେ କହିଛନ୍ତି । ୱାମିକା କହିଛନ୍ତି, ସେ ପ୍ରଥମ ଥର ପାଇଁ ତାଙ୍କ ଜନ୍ମଦିନକୁ ଏକୁଟିଆ ସେଲିବ୍ରେଟ୍ କରିଛନ୍ତି । ସର୍ବଦା ଜନ୍ମଦିନ ପୂର୍ବରୁ ହିଁ ସେ ଉତ୍ସାହିତ ରହିଥାନ୍ତି । ସବୁବେଳେ ସାଙ୍ଗମାନଙ୍କ ସହ ରହିଥାନ୍ତି କିନ୍ତୁ ଏଥର ସେ ନିଜକୁ ନିଜେ ସରପ୍ରାଇଜ ଦେଇଥିବା ୱାମିକା କହିଛନ୍ତି ।
ଶାହିଦ ଏବଂ କରୀନାଙ୍କ ସୁପରହିଟ୍ ଫିଲ୍ମ ‘ଜବ୍ ୱି ମେଟ୍’ ଜରିଆରେ ୱାମିକା ବଲିଉଡ୍ ଡେବୁ୍ୟ କରିଥିଲେ । ଏହି ଫିଲ୍ମରେ ତାଙ୍କର ରୋଲ୍ ସଂକ୍ଷିପ୍ତ ଥିଲା । ହେଲେ ୱାମିକା ଏବେ ବ୍ୟସ୍ତ ନାୟିକା ପାଲଟିଛନ୍ତି । ଅନୁଷ୍କା ଶର୍ମାଙ୍କ ପ୍ରଯୋଜିତ େୱବ୍ ସିରିଜ୍ ‘ମାଈ’ରେ ସେ ନଜର ଆସିବେ । ଏଥିରେ ତାଙ୍କ ସହ ଅଭିନେତ୍ରୀ ସାକ୍ଷୀ ତନୱର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ତବୁ ଏବଂ ଅଲି ଫଜଲଙ୍କ ଫିଲ୍ମ ଖୁଫିଆରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଏହା ତାଙ୍କ ପାଇଁ ଏକ ଡ୍ରିମ ଟିମ୍ ଥିବା ଇଣ୍ଟରଭୁ୍ୟରେ କହିଛନ୍ତି । ଏହାସହ ୱାମିକା ଆହୁରି କହିଛନ୍ତି ଯେ, ଏବେ ଯେଉଁ ପ୍ରୋଜେକଫଗୁଡ଼ିକରେ କାମ କରୁଛନ୍ତି ତାହା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଛି । ‘ମାଈ’ େୱବ୍ ସିରିଜ୍ରେ ସାକ୍ଷୀ ତନୱରଙ୍କ ଝିଅ ଭାବେ ଅଭିନୟ କରିବା ତାଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଂ ବୋଲି ସେ କହିଛନ୍ତି । ସେପଟେ ଖବର ଅନୁଯାୟୀ ନେଟ୍ଫ୍ଲିକ୍ସ ସିରିଜ୍ ‘ବାହୁବଳୀ: ବିଫୋର ଦ ବିଗିନିଙ୍ଗ୍’ ଏବଂ ସଞ୍ଜୟଲୀଳା ଭଂସାଲୀଙ୍କ ଫିଲ୍ମ ‘ହୀରାମଣ୍ଡି’ରେ ଅଭିନୟ ପାଇଁ ତାଙ୍କ ସୁଯୋଗ ମିଳିଛି । ଏସବୁ ଫିଲ୍ମ ପାଇ ସେ ଖୁବ ଉତ୍ସାହିତ ଅଛନ୍ତି । ୱାମିକା ହିନ୍ଦୀ ଫିଲ୍ମ ବ୍ୟତୀତ ପଞ୍ଜାବୀ, ମାଲାୟଲାମ, ତାମିଲ ଏବଂ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ କାମ କରିଛନ୍ତି । ପଞ୍ଜାବୀ ପରିବାରରେ ଜନ୍ମିତା ୱାମିକା ପଞ୍ଜାବ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଷ୍ଟାର । ଏହାସହ ସେ ଜଣେ ତାଲିମପ୍ରାପ୍ତ କଥକ ନୃତ୍ୟଶିଳ୍ପୀ ।




