ପୁଣି ଥରେ ମଞ୍ଜୁଲିକା ଚରିତ୍ରରେ ବିଦ୍ୟା
ଦକ୍ଷ ଏବଂ ନିପୁଣ ଅଭିନୟ ପାଇଁ ଅଭିନେତ୍ରୀ ବିଦ୍ୟା ବାଲାନ ସିନେ ଇଣ୍ଡଷ୍ଟ୍ରୀରେ ପରିଚିତ । ବିଦ୍ୟା ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି ଏବଂ ପ୍ରତିଟି ଫିଲ୍ମରେ ତାଙ୍କର ଭିନ୍ନ ଭିନ୍ନ ଚରିତ୍ର ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ଏପରିକି କେତୋଟି ଭୂମିକାକୁ ଆଜି ବି ସିନେପ୍ରେମୀମାନେ ମନେ ପକାଉଛନ୍ତି । ସେଗୁଡିକୁ ମଧ୍ୟରୁ ‘ଭୁଲ ଭୁଲେୟା’ର ମଞ୍ଜୁଲିକା ଚରିତ୍ର ଅନ୍ୟତମ । ୨୦୦୭ରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ […]
ଦକ୍ଷ ଏବଂ ନିପୁଣ ଅଭିନୟ ପାଇଁ ଅଭିନେତ୍ରୀ ବିଦ୍ୟା ବାଲାନ ସିନେ ଇଣ୍ଡଷ୍ଟ୍ରୀରେ ପରିଚିତ । ବିଦ୍ୟା ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି ଏବଂ ପ୍ରତିଟି ଫିଲ୍ମରେ ତାଙ୍କର ଭିନ୍ନ ଭିନ୍ନ ଚରିତ୍ର ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ଏପରିକି କେତୋଟି ଭୂମିକାକୁ ଆଜି ବି ସିନେପ୍ରେମୀମାନେ ମନେ ପକାଉଛନ୍ତି ।
ସେଗୁଡିକୁ ମଧ୍ୟରୁ ‘ଭୁଲ ଭୁଲେୟା’ର ମଞ୍ଜୁଲିକା ଚରିତ୍ର ଅନ୍ୟତମ । ୨୦୦୭ରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଭୁଲ୍ ଭୁଲେୟା’ରେ ମଞ୍ଜୁଲିକା ଚରିତ୍ରକୁ ବିଦ୍ୟା ଅତି ନିଖୁଣ ଭାବେ ପରଦାରେ ଫୁଟାଇପାରିଥିଲେ, ଯାହା ଖୁବ୍ ପ୍ରଶଂସନୀୟ ହୋଇଥିଲା ଏବଂ ଯାହାକୁ ଆଜି ବି ଦର୍ଶକମାନେ ପସନ୍ଦ କରିଆସୁଛନ୍ତି । ଏହି ଫିଲ୍ମ ଜରିଆରେ ବିଦ୍ୟା ବଲିଉଡ୍ ଇଣ୍ଡଷ୍ଟ୍ରୀରେ ରାତାରାତି ଷ୍ଟାର ପାଲଟିଥିଲେ ।

ଚଳିତ ବର୍ଷ ନିର୍ଦ୍ଦେଶକ ଅନୀସ ବଜମୀ ଏହି ଫିଲ୍ମର ସ୍ୱିକେଲ ନେଇ ଆସୁଛନ୍ତି । ଏହାରି ମଧ୍ୟରେ ଖବର ଆସିଛି ଯେ ଅଭିନେତ୍ରୀ ବିଦ୍ୟା ବାଲାନ ଏହି ଆଇକନିକ ରୋଲ୍ ଜରିଆରେ ‘ଭୁଲ୍ ଭୁଲେୟା ୨’ରେ ଫେରିବେ ।
ଏକ ରିପୋର୍ଟ ଅନୁଯାୟୀ ବିଦ୍ୟା ଏହି ସ୍ୱିକେଲ ଫିଲ୍ମରେ ମଞ୍ଜୁଲିକା ରୋଲ୍ରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ଏହାକୁ ସ୍ପଷ୍ଟ କରିଛନ୍ତି । ଅନୀସ ବଜମୀ କହିଛନ୍ତି, ‘ମଞ୍ଜୁଲିକା ତାଙ୍କର ସବୁଠୁ ପ୍ରିୟ ଚରିତ୍ର ଏବଂ ଫିଲ୍ମ ଭୁଲ୍ ଭୁଲେୟା ୨ରେ ଏହା ନିଶ୍ଚିତ ରୂପେ ଆସିବ । ଆଉ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ପାଇଁ ତାଙ୍କ ପାଖରେ ବହୁତ କିଛି ରହିଛି ।’ ୨୦୧୧ରେ ରିଲିଜ୍ ହୋଇଥିବା ଅନୀସ ବଜମୀଙ୍କ ଫିଲ୍ମ ‘ଥ୍ୟାଙ୍କ୍ ୟୁ’ରେ ବିଦ୍ୟା କେମିଓ ରୋଲ୍ରେ ନଜର ଆସିଥିଲେ । ସେଥିରେ ମଧ୍ୟ ସେ ମଞ୍ଜୁଲିକା ଭୂମିକାରେ ନୃତ୍ୟ କରିଥିଲେ ।

ଏବେ ପୁଣି ଥରେ ବିଦ୍ୟା ସେହି ମଞ୍ଜୁଲିକା ଜଲୱା ଦେଖାଇବେ । ତେବେ ବିଦ୍ୟାଙ୍କୁ ଆଉ ଥରେ ମଞ୍ଜୁଲିକା ଭୂମିକାରେ ଦେଖିବା ପାଇଁ ପ୍ରଶଂସକଙ୍କମାନେ ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛନ୍ତି । ସ୍ୱିକେଲ ଭୁଲ ଭୁଲେୟା ୨ରେ କାର୍ତ୍ତିକ ଆୟନ, କିଆରା ଆଡଭାନୀ ଏବଂ ତ³ୁ ମୁଖ୍ୟ ରୋଲ୍ରେ ଅଭିନୟ କରୁଛନ୍ତି । ଚଳିତ ବର୍ଷ ହିଁ ଏହା ବଡ଼ ପରଦାରେ ମୁକ୍ତିଲାଭ କରିବ । ଶେଷ ଥର ପାଇଁ ଗତ ବର୍ଷ ଓଟିଟିରେ ଆସିଥିବା ଫିଲ୍ମ ‘ଶେରନୀ’ରେ ବିଦ୍ୟା ବାଲାନ ନଜର ଆସିଥିଲେ ।




