ଚାହୁଁନଥିଲେ ରାବଣ ଭୂମିକା

ମୁମ୍ବାଇ: ଅକ୍‌ଟୋବର ୦୬: ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ପୌରାଣିକ ସିରିୟଲ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ ୩ ବର୍ଷ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା । ମଙ୍ଗଳବାର ରାତିରେ ମୁମ୍ବାଇର କାନ୍ଦିବଲି ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଇକନିକ୍‌ ରାବଣ ଚରିତ୍ରରେ ଅଭିନୟ କରି ଅରବିନ୍ଦ […]

Samaya Live Picture
Published On

ମୁମ୍ବାଇ: ଅକ୍‌ଟୋବର ୦୬: ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ପୌରାଣିକ ସିରିୟଲ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ ୩ ବର୍ଷ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା । ମଙ୍ଗଳବାର ରାତିରେ ମୁମ୍ବାଇର କାନ୍ଦିବଲି ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଇକନିକ୍‌ ରାବଣ ଚରିତ୍ରରେ ଅଭିନୟ କରି ଅରବିନ୍ଦ ତ୍ରିବେଦୀ ଘରେ ଘରେ ପରିଚିତ ହୋଇପାରିଥିଲେ । ସେ ରାବଣର ନକାରାତ୍ମକ ଛବିକୁ ପରଦାରେ ଜୀବନ୍ତ କରିଦେଖାଇଥିଲେ, ଯାହାକୁ ଦେଖି ଆଜି ବି ସମସ୍ତେ କୁହନ୍ତି କି ଅରବିନ୍ଦଙ୍କ ବ୍ୟତୀତ ଏହି ଚରିତ୍ର କେହି କରିପାରିନଥାନ୍ତେ ।

ଚାହୁଁନଥିଲେ ରାବଣ ଭୂମିକା

ପରଦାର ଏହି ରାବଣ କିନ୍ତୁ ଅସଲ ଜୀବନରେ ରାମଭକ୍ତ ଥିଲେ । ସେ ପ୍ରତିଦିନ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରୁଥିଲେ । ରାବଣ ବେଶ ହେବା ପୂର୍ବରୁ ସେ ପ୍ରତିଦିନ ହାତ ଯୋଡ଼ି ଭଗବାନ ରାମଙ୍କ ଫଟୋ ସାମ୍ନାରେ ପ୍ରାର୍ଥନା କରୁଥିଲେ । ଏହାସହ ଅଭିନୟ ଆରମ୍ଭ କରିବା ପୂର୍ବରୁ ସେ ପ୍ରଥମେ ଭଗବାନ ରାମ ଏବଂ ଶିବଙ୍କୁ କ୍ଷମା ମାଗୁଥିଲେ ବୋଲି ଥରେ ଅଭିନେତା ଅରବିନ୍ଦଙ୍କ ନାତୁଣୀ ଏକ ଇଣ୍ଟରଭୁ୍ୟରେ କହିଥିଲେ । ଅରବିନ୍ଦ ତ୍ରିବେଦୀ ପ୍ରକୃତରେ ରାମାୟଣରେ ଲଙ୍କେଶ ଭୂମିକାରେ ଅଭିନୟ କରିବାକୁ ଚାହୁଁନଥିଲେ ବରଂ ସେ ନାବିକ କେୱଟ ଚରିତ୍ର ପାଇଁ ଅଡିସନ ଦେବାକୁ ଯାଇଥିଲେ । ରାମାୟଣ କେୱଟ ଯିଏ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କୁ ବନବାସ ସମୟରେ ଗଙ୍ଗା ନଦୀ ପାର କରିବାରେ ସାହାଯ୍ୟ କରିଥିଲେ । ଅରବିନ୍ଦ ଏକ ଇଣ୍ଟରଭୁ୍ୟରେ କହିଥିଲେ ଯେ ନାବିକ କେୱଟଙ୍କ ଭୂମିକାର ଅଡିସନ ଦେବା ପାଇଁ ସେ ରାମାନନ୍ଦ ସାଗରଙ୍କ ନିକଟକୁ ଯାଇଥିଲେ । ଅଡିସନ ବେଳେ ସେ କିଛି ପାଦ ଚାଲିଛନ୍ତି ତ ତାଙ୍କୁ ଦେଖି ରାମାନନ୍ଦ ସାଗର କହିଥିଲେ ଯେ ତାଙ୍କୁ ତାଙ୍କର ରାବଣ ମିଳିଗଲା । ହେଲେ ଅରବିନ୍ଦ ରାଜି ହୋଇନଥିଲେ । କାରଣ ସେ ସେତେବେଳେ ଅଭିନେତା ପରେଶ ରାୱଲଙ୍କ ସହ ଏକ ଶୋ କରୁଥିଲେ, ଯାହା ଦର୍ଶକଙ୍କ ମଧ୍ୟରେ ହିଟ୍‌ ଶୋ ଥିଲା । ପରେଶ ରାୱଲଙ୍କ ପରାମର୍ଶ କ୍ରମେ ଅରବିନ୍ଦ ତ୍ରିବେଦୀ ରାବଣ ଭୂମିକା ପାଇଁ ରାଜି ହୋଇଥିଲେ ।

ଚାହୁଁନଥିଲେ ରାବଣ ଭୂମିକା

 

ପରବର୍ତ୍ତୀ ସମୟରେ ଏହି ଭୂମିକା ଏତେମାତ୍ରାରେ ଲୋକପ୍ରିୟ ହୋଇଥିଲା ଯେ ତାଙ୍କର ଲଙ୍କେଶ୍‌ ହେ ହମ୍‌ ଚର୍ଚ୍ଚିତ ଡାଏଲଗ୍‌ ଘରେ ଘରେ ଲୋକମାନେ କହିବାକୁ ଲାଗିଲେ । ତାଙ୍କର ଡାଏଲଗ୍‌ କହିବାର ଶୈଳୀ ଆଜି ବି ଲୋକଙ୍କ ମଧ୍ୟରେ ଜୀବନ୍ତ ରହିଛି । କୁହାଯାଏ ଯେ ଅରବିନ୍ଦ ତ୍ରିବେଦୀଙ୍କର ଅଭିନୟ କ୍ୟାରିଅର ମଧ୍ୟରେ ରାବଣ ଚରିତ୍ର ହିଁ ତାଙ୍କର ଏକମାତ୍ର ନକାରାତ୍ମକ ରୋଲ୍‌ ଥିଲା । ଏହାପୂର୍ବର ସେ ଗୁଜରାଟୀ ଏବଂ ହିନ୍ଦୀ ସିନେମାରେ ପ୍ରାୟ ୨୫୦ ଫିଲ୍ମରେ କାମ କରିଥିଲେ କିନ୍ତୁ ସବୁଥିରେ ସେ ସକାରାତ୍ମକ ଚରିତ୍ରରେ ନଜର ଆସିଥିଲେ । ଅରବିନ୍ଦ ତ୍ରିବେଦୀ ବିକ୍ରମ ଓ ବେତାଳ ଶୋରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ପ୍ରାୟ ତିନି ଦଶନ୍ଧି ଧରି ସେ ଗୁଜରାଟୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସକ୍ରିୟ ଥିଲେ । ଗୁଜରାଟୀ ଫିଲ୍ମରେ ସର୍ବଶ୍ରେଷ୍ଠ ଅଭିନୟ ପାଇଁ ସେ ସାତ ଥର ପୁରସ୍କାର ଜିତିଛନ୍ତି । ୧୯୯୧ରେ ଅରବିନ୍ଦ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ ।