ଇସ୍ରାଏଲଠାରେ ଅନୁଷ୍ଠିତ ‘ମିସ୍‌ ୟୁନିଭର୍ସ ୨୦୨୧’ର ବିଚାରକ ହେବେ ଉର୍ବଶୀ

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରୌତେଲା ଅଭିନୟ ସହ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଫ୍ୟାଶନ୍‌ ସେନ୍‌ସକୁ ନେଇ ଇଣ୍ଡଷ୍ଟ୍ରୀରେ ବେଶ୍‌ ଜଣାଶୁଣା । କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଉର୍ବଶୀ ତାଙ୍କର ଟ୍ୟାଲେଣ୍ଟ୍‌କୁ ପ୍ରମାଣିତ କରିସାରିଛନ୍ତି । ନିକଟରେ ଉର୍ବଶୀ ରୌତେଲାଙ୍କୁ ଦୁବାଇରୁ ‘ଗୋଲେïନ୍‌ ଭିଜା’ ମିଳିଯାଇଛି ଏବଂ ଆଉ ପୁଣି ଥରେ ବିଦେଶରେ ନିଜ ନାମକୁ ବିଶ୍ୱସ୍ତରରେ ପରିଚିତ କରିବାର ସୁଯୋଗ ପାଇବେ । ଖବର ଅନୁଯାୟୀ ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୨୧ ପ୍ରତିଯୋଗିତାକୁ ଜଜ୍‌ କରିବାର […]

Samaya Live Picture
Published On

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରୌତେଲା ଅଭିନୟ ସହ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଫ୍ୟାଶନ୍‌ ସେନ୍‌ସକୁ ନେଇ ଇଣ୍ଡଷ୍ଟ୍ରୀରେ ବେଶ୍‌ ଜଣାଶୁଣା । କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଉର୍ବଶୀ ତାଙ୍କର ଟ୍ୟାଲେଣ୍ଟ୍‌କୁ ପ୍ରମାଣିତ କରିସାରିଛନ୍ତି ।
 ଇସ୍ରାଏଲଠାରେ ଅନୁଷ୍ଠିତ ‘ମିସ୍‌ ୟୁନିଭର୍ସ ୨୦୨୧’ର ବିଚାରକ ହେବେ ଉର୍ବଶୀ

ନିକଟରେ ଉର୍ବଶୀ ରୌତେଲାଙ୍କୁ ଦୁବାଇରୁ ‘ଗୋଲେïନ୍‌ ଭିଜା’ ମିଳିଯାଇଛି ଏବଂ ଆଉ ପୁଣି ଥରେ ବିଦେଶରେ ନିଜ ନାମକୁ ବିଶ୍ୱସ୍ତରରେ ପରିଚିତ କରିବାର ସୁଯୋଗ ପାଇବେ । ଖବର ଅନୁଯାୟୀ ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୨୧ ପ୍ରତିଯୋଗିତାକୁ ଜଜ୍‌ କରିବାର ନିମନ୍ତ୍ରଣ ପାଇ ଉର୍ବଶୀ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି । କାରଣ ଏଥିରେ ଭାରତ ପକ୍ଷରୁ ସେ ବିଚାରମଣ୍ଡଳିର ଏକ ଅଂଶ ହେବାକୁ ଯାଉଛନ୍ତି ।

 ଇସ୍ରାଏଲଠାରେ ଅନୁଷ୍ଠିତ ‘ମିସ୍‌ ୟୁନିଭର୍ସ ୨୦୨୧’ର ବିଚାରକ ହେବେ ଉର୍ବଶୀ

ଅଭିନେତ୍ରୀ ମଧ୍ୟ ଏହି ବଡ଼ ଅଫରକୁ ଖାସ୍‌ କହିଛନ୍ତି । ଏହି ସୂଚନା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ମିସ୍‌ ୟୁନିଭର୍ସ ୨୦୨୧ ପ୍ରତିଯୋଗିତା ୧୨ ଡିସେମ୍ବରରେ ଇସ୍ରାଏଲରେ ଅନୁଷ୍ଠିତ ହେବାକୁ ଯାଉଛି, ଯାହାକୁ ଜଜ୍‌ କରିବା ପାଇଁ ଉର୍ବଶୀଙ୍କୁ ନିମନ୍ତ୍ରଣ କରାଯାଇଛି । ସେଲିବ୍ରେଟି ଫଟୋଗ୍ରାଫର ବିରଳ ଭୟାନୀ ଏକ ପୋଷ୍ଟ ସେୟାର କରି ଏହି ଖୁସି ଖବର ସମ୍ପର୍କରେ ଜଣାଇଛନ୍ତି ।

 ଇସ୍ରାଏଲଠାରେ ଅନୁଷ୍ଠିତ ‘ମିସ୍‌ ୟୁନିଭର୍ସ ୨୦୨୧’ର ବିଚାରକ ହେବେ ଉର୍ବଶୀ
ଏହି ଅଫରକୁ ନେଇ ଉର୍ବଶୀ ବେଶ୍‌ ମଧ୍ୟ ଉତ୍ସାହିତ ଅଛନ୍ତି ଏବଂ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଏହାକୁ ନେଇ ଉର୍ବଶୀ କହିଛନ୍ତି, ଇସ୍ରାଏଲର ଇଲିଏଟ୍‌ରେ ହେବାକୁ ଥିବା ମିସ୍‌ ୟୁନିଭର୍ସ ୨୦୨୧ ପେଜେଣ୍ଟ୍‌ର ଏକ ଅଂଶ ହୋଇ ବାସ୍ତବରେ ସମ୍ମାନିତ ଅନୁଭବ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ନିଜ ଉପରେ ବିଶ୍ୱାସ କରି ଏବଂ ସେମାନଙ୍କର ଆକାଂକ୍ଷାକୁ ପୂରଣ କରିବା ପାଇଁ କଠିନ ପରିଶ୍ରମ କରି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଏହି ସମସ୍ତ ଚମତ୍କାର ମହିଳାମାନେ ଗ୍ଲୋବ୍‌ ମିସ୍‌ ୟୁନିଭର୍ସ ସଂଗଠନର ନୀତିକୁ ଉପସ୍ଥାପନ କରନ୍ତି ।

 ଇସ୍ରାଏଲଠାରେ ଅନୁଷ୍ଠିତ ‘ମିସ୍‌ ୟୁନିଭର୍ସ ୨୦୨୧’ର ବିଚାରକ ହେବେ ଉର୍ବଶୀ

ମହାନ ବୈଶିକ ମଞ୍ଚରେ ଏହି ମହିଳାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଅବସରକୁ ଅନୁଭବ କରିବା ପାଇଁ ସେ ଅତି ଆଗ୍ରହର ସହ ଅପେକ୍ଷା କରିଛନ୍ତି । ଚଳିତ ବର୍ଷ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଜଳବାୟୁ ପରିବର୍ତ୍ତନ ସହ ଅନ୍ୟ ସାମାଜିକ ଏବଂ ବୈଶ୍ୱିକ ଚ୍ୟାଲେଞ୍ଜ ଉପରେ ଆଧାରିତ ।
 ଇସ୍ରାଏଲଠାରେ ଅନୁଷ୍ଠିତ ‘ମିସ୍‌ ୟୁନିଭର୍ସ ୨୦୨୧’ର ବିଚାରକ ହେବେ ଉର୍ବଶୀ

ଉର୍ବଶୀ ରୌତେଲାଙ୍କ ଆଗାମୀ ଫିଲ୍ମ ଏକ ବଡ଼ ବଜେଟ୍‌ର ସ୍କାଇ ଫାଇ ତାମିଲ ଫିଲ୍ମ ସହ ନିଜର ତାମିଲ ଡେବୁ୍ୟ କରିବାକୁ ଯାଉଛନ୍ତି । ଏହାପରେ ସେ ଏକ ଥ୍ରୀଲର ଫିଲ୍ମରେ ନଜର ଆସିବେ । କେବଳ ସେତିକି ନୁହେଁ ଅଭିନେତା ରଣଦୀପ ହୁzାଙ୍କ ସହ େୱବ୍‌ ସିରିଜ୍‌ ଇନସପେକଫର ଅବିନାଶରେ ଅଭିନୟ କରୁଛନ୍ତି ।