ଚରିତ୍ରଟି ଥିଲା ଖୁବ ସ୍ବତନ୍ତ୍ର
ନିକଟରେ ଅଭିନେତ୍ରୀ କଲ୍ୟାଣି ପ୍ରିୟଦର୍ଶନଙ୍କୁ ଏକ ସୁପରହିରୋ ଫିଲ୍ମ ଲୋଖା ଚାପ୍ଟର ୧ରେ ଦେଖିବାକୁ ମିଳିଛି । ଏହି ଚରିତ୍ରଟି ଖୁବ ହଟକେ ଥିଲାବୋଲି ନିକଟରେ ଏକ ସାକ୍ଷାତକାରରେ କଲ୍ୟାଣି ପ୍ରକାଶ କରିଛନ୍ତି । ତେବେ ଏହି ଫିଲ୍ମଟି କରିବାବେଳେ କଲ୍ୟାଣି ଖୁବ ନର୍ଭସ ଥିବା ଜଣାପଡିଛି । ଫିଲ୍ମର ଗୁରୁ ଦାୟିତ୍ବ ତାଙ୍କ କାନ୍ଧ ଉପରେ ରହିଥିଲା । ଏକ ସୁପରହିରୋ ଫିଲ୍ମକୁ ନିଖୁଣ ଭାବରେ ଦର୍ଶକ ସମ୍ମୁଖରେ ପହଞ୍ଚାଇବାକୁ ସେ ଖୁବ ଅଧିକ ପରିଶ୍ରମ କରିଥିବା କଲ୍ୟାଣି ପ୍ରକାଶ କରିଛନ୍ତି । ପୁରା ଟିମ୍ ଫିଲ୍ମ ରିଲିଜକୁ ନେଇ ଖୁବ ଟେନସନରେ ଥିଲେ, ହେଲେ ଫିଲ୍ମଟି ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା । ସମସ୍ତେ ଏହାକୁ ଭଲ ରିଭ୍ୟୁ ଦେଇଥିଲେ ଯାହା ପୁରା ଷ୍ଟାର କାଷ୍ଟକୁ ଟେନସନ ମୁକ୍ତ କରିଥିଲା । ଆଗକୁ ଏହିଭଳି ଚରିତ୍ର ମିଳିଲେ ସେ ଖୁସିରେ କରିବେ ବୋଲି ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।
Tags: Bollywood




