ଆନିମେଟେଡ୍‌ ଭର୍ସନରେ ଆସୁଛି ତାରକ ମେହେତା କା ଉଲଟା ଚଷମା

ମୁମ୍ବାଇ: ମଇ ୧୮: ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ଟିଭି ଶୋ ତାରକ ମେହେତା କା ଓଲଟା ଚଷମା । ଏହି ଶୋ ୧୩ ବର୍ଷରୁ ଅଧିକ ସମୟ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି । ଏହି ଶୋ ପ୍ରତି ଘରେ ଘରେ ପରିଚିତ । ଏହାର ଚରିତ୍ର ଗୁଡ଼ିକ ମଧ୍ୟରେ ଜେଟାଲାଲ୍‌, ଦୟାବେନ୍‌, ବବିତା ଜୀ ଖୁବ୍‌ ଲୋକପ୍ରିୟ । ଦୀର୍ଘ ଦିନ ଧରି ଶୋଦ ପାଇଁ ନୂଆ ଦୟାବେନ୍‌ ଖୋଜା ହୋଇଥିଲେ ମଧ୍ୟ ମିଳି […]

Samaya Live Picture
Published On

ମୁମ୍ବାଇ: ମଇ ୧୮: ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ଟିଭି ଶୋ ତାରକ ମେହେତା କା ଓଲଟା ଚଷମା । ଏହି ଶୋ ୧୩ ବର୍ଷରୁ ଅଧିକ ସମୟ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି । ଏହି ଶୋ ପ୍ରତି ଘରେ ଘରେ ପରିଚିତ । ଏହାର ଚରିତ୍ର ଗୁଡ଼ିକ ମଧ୍ୟରେ ଜେଟାଲାଲ୍‌, ଦୟାବେନ୍‌, ବବିତା ଜୀ ଖୁବ୍‌ ଲୋକପ୍ରିୟ । ଦୀର୍ଘ ଦିନ ଧରି ଶୋଦ ପାଇଁ ନୂଆ ଦୟାବେନ୍‌ ଖୋଜା ହୋଇଥିଲେ ମଧ୍ୟ ମିଳି ପାରି ନାହିଁ । ତେବେ ନିର୍ମାତାମାନେ ଏବେ ଏପରି କିଛି ବ୍ୟବସ୍ଥା କରିଛନ୍ତି, ଯାହା ମାଧ୍ୟମରେ ଆପଣ ପୁଣି ଥରେ ଗୋକୁଲଧାମ ସୋସାଇଟିରେ ଦୟାବେନଙ୍କୁ ଦେଖିପାରିବେ । ନିର୍ମାତାମାନେ ନିକଟରେ ତାରକ ମେହେତାକା ଓଲଟା ଚଷମାର ଆନିମେଟେଡ୍‌ ଭର୍ସନକୁ ଲଞ୍ଚ କରିଛନ୍ତି । ଏହା ହେଉଛି ଶୋର ତୃତୀୟ ସିଜନ, ଯାହା ଗ୍ରୀଷ୍ମ ଛୁଟି ସମୟରେ ପିଲାମାନଙ୍କୁ ମନୋରଞ୍ଜନ କରିବାକୁ ପୁରାପୁରି ପ୍ରସ୍ତୁତ । ପ୍ରଥମ ଓ ଦ୍ୱିତୀୟ ସିଜିନକୁ ଖୁବ୍‌ ପସନ୍ଦ କରିଥିଲେ ଲୋକେ । ଶୋର ପ୍ରଥମ ଏପିସୋଡ୍‌ ୧୬ ମେରେ ପ୍ରସାରିତ ହୋଇ ସାରିଛି । ବର୍ତ୍ତମାନ ର୍ନିମାତାମାନେ ଶୋର ତୃତୀୟ ସିଜିନ୍‌ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଆଶା କରୁଛନ୍ତି ଯେ ପୂର୍ବ ସିଜିନ୍‌ ପରି ପିଲାମାନେ ଏହି ସିଜିନକୁ ମଧ୍ୟ ପସନ୍ଦ କରିବେ ।