ପ୍ରଥମ ପସନ୍ଦ ଥିଲେ ତମନ୍ନା
By: Ipsita
ନିକଟରେ ଚର୍ଚ୍ଚାରେ ଥିବା ଫିଲ୍ମ ଧୁରନ୍ଧରର ଗୀତ ଶରାରତ ପାଇଁ ପ୍ରଥମ ପସନ୍ଦ ଥିଲେ ଅଭିନେତ୍ରୀ ତମନ୍ନା ଭାଟିଆ । ହେଲେ ତମନ୍ନାଙ୍କୁ ନିର୍ଦ୍ଦେଶକ ଆଦିତ୍ୟ ଧର ରିଜେକଫ କରିଥିବାନେଇ ଏବେ ଚର୍ଚ୍ଚା ହୋଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଥିବାବେଳେ ଖବରକୁ ଖଣ୍ଡନ କରିଛନ୍ତି କୋରିଓଗ୍ରାଫର ବିଜୟ ଗାଙ୍ଗୁଲି । ତମନ୍ନାଙ୍କୁ ଏହି ଗୀତ ପାଇଁ କେବେ ବି ଚୟନ କରାଯାଇନଥିବା ସେ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି । ତାଙ୍କ ଅନୁଯାୟୀ ତମନ୍ନାଙ୍କର ଷ୍ଟାରଡମ ଓ ଲୋକପ୍ରିୟତା ଗୀତର ଆବଶ୍ୟକତା ଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଆନ୍ତା ତେଣୁ ତାଙ୍କୁ ଏଥିପାଇଁ ଚୟନ ହିଁ କରାଯାଇନାହିଁ । କାହାଣୀର ଗୁରୁତ୍ୱତାକୁ ବଢାଇବା ପାଇଁ ମେକର୍ସ ଏଭଳି ନିଷ୍ପତ୍ତି ନେଇଥିବା ସେ ଉଲ୍ଲେଖ କରିଛନ୍ତି । ତେଣୁ ଏଭଳି ମିଛ ଖବରର ପ୍ରଚାର ନକରିବାକୁ ସେ ଅନୁରୋଧ କରିଥିବା ଦେଖିବାକୁ ମିଳୁଛି ।
ସମ୍ବନ୍ଧିତ ଖବର ବି ଟାଉନ ଡେବ୍ୟୁ
Tags: Bollywood



