ଆଇଟମ୍ ଗୀତରେ ନାଚକୁ ନେଇ ମୁହଁ ଖୋଲିଲେ ସୁଷ୍ମିତା
ବ୍ରହ୍ମାଣ୍ଡ ସୁନ୍ଦରୀ ସୁଷ୍ମିତା ସେନ୍ ନିଜ ଆକ୍ଟିଂ କ୍ୟାରିଅରରେ ସବୁବେଳେ କିଛି ନୂଆ ପରୀକ୍ଷଣ କରିବାକୁ ଚାହିଁଥାନ୍ତି । ସେ ମଧ୍ୟ ପରଦାରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି । ସୁଷ୍ମିତା ଯେତେବେଳେ ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଥିଲେ, ସେତେବେଳେ ସେ ଆଇଟମ୍ ନୃତ୍ୟ କରିଥିଲେ । କିନ୍ତୁ ସେ ସମୟରେ ତାଙ୍କର ସମକକ୍ଷ ଅଭିନେତ୍ରୀମାନେ ଆଇଟମ୍ ଗୀତକୁ ପ୍ରତ୍ୟାଖ୍ୟାନ କରୁଥିଲେ । ଏହାକୁ ନେଇ ନିକଟରେ ଏକ ଇଣ୍ଟରଭୁ୍ୟରେ ସୁଷ୍ମିତା କହିଛନ୍ତି ଯେ, […]
ବ୍ରହ୍ମାଣ୍ଡ ସୁନ୍ଦରୀ ସୁଷ୍ମିତା ସେନ୍ ନିଜ ଆକ୍ଟିଂ କ୍ୟାରିଅରରେ ସବୁବେଳେ କିଛି ନୂଆ ପରୀକ୍ଷଣ କରିବାକୁ ଚାହିଁଥାନ୍ତି । ସେ ମଧ୍ୟ ପରଦାରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି । ସୁଷ୍ମିତା ଯେତେବେଳେ ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଥିଲେ, ସେତେବେଳେ ସେ ଆଇଟମ୍ ନୃତ୍ୟ କରିଥିଲେ ।

କିନ୍ତୁ ସେ ସମୟରେ ତାଙ୍କର ସମକକ୍ଷ ଅଭିନେତ୍ରୀମାନେ ଆଇଟମ୍ ଗୀତକୁ ପ୍ରତ୍ୟାଖ୍ୟାନ କରୁଥିଲେ । ଏହାକୁ ନେଇ ନିକଟରେ ଏକ ଇଣ୍ଟରଭୁ୍ୟରେ ସୁଷ୍ମିତା କହିଛନ୍ତି ଯେ, ସମୟ ଥିଲା ଯେତେବେଳେ ଲିଡ୍ ହିରୋ କିମ୍ବା ହିରୋଇନ ଫିଲ୍ମରେ ଆଇଟମ ଗୀତରୁ ନିଜକୁ ଦୂରେଇ ରଖୁଥିଲେ, କିନ୍ତୁ ସେ ସର୍ବଦା ଏହାକୁ କରିବା ପାଇଁ ପ୍ରସ୍ତୁତ ରହୁଥିଲେ । ଏହାକୁ ନେଇ ନିଜ ଉପରେ ଗର୍ବ ମଧ୍ୟ କରୁଥିଲେ, କାରଣ ଅନ୍ୟ ଟପ୍ ଅଭିନେତ୍ରୀମାନେ ଆଇଟମ୍ ଗୀତ କରୁନଥିଲେ ।

ସେ ସମୟରେ କୁହାଯାଉଥିଲା ଯେ, ଯଦି ଅଭିନେତ୍ରୀମାନେ ଏହା କରନ୍ତି, ସେମାନଙ୍କର ଛବିକୁ ଖରାପ ଭାବେ ଦେଖାଯାଉଥିଲା । କେବଳ ସେତିକି ନୁହେଁ ସୁଷ୍ମିତା ଆହୁରି କହିଛନ୍ତି, ଆଇଟମ୍ ଗୀତ କରିବାରୁ ଦୁଇ ଜଣ ମ୍ୟାନେଜର ତାଙ୍କୁ ଛାଡ଼ି ପଳେଇଥିଲେ । ସେମାନଙ୍କ କହିବା ଅନୁଯାୟୀ, ଏହା ଏକ ପାଗଳପଣ ଥିଲା ।

ଅଭିନେତ୍ରୀ ସୁଷ୍ମିତା ଅନେକ ଫିଲ୍ମରେ ଆଇଟମ୍ ଡାନ୍ସ କରିଛନ୍ତି । ଫିଲ୍ମ ‘ଜୋର୍’ର ‘ମେଁ କୁଡୀ ଅନଜାନୀ ହୁଁ’, ‘ଫିଜା’ର ‘ମେହବୁବ ମେରେ’, ‘ସିର୍ଫ ତୁମ’ ଫିଲ୍ମର ‘ଦିଲବର୍ ଦିଲବର୍’, ‘ନାୟକ’ର ‘ଶାକାଲା ବେବି’, ‘ନୋ ପ୍ରୋବ୍ଲେମ’ର ‘ଶକିରା’ ପରି ଅନେକ ହିଟ୍ ଆଇଟମ୍ ଗୀତରେ ତାଙ୍କର ଭିନ୍ନଶୈଳୀ ନୃତ୍ୟ ଆଜି ବି ସମସ୍ତଙ୍କ ମନରେ ରହିଛି ।




