ଠକାମୀରେ ପଡିଲେ ସନ୍ନି ଲିଓନ
ମୁମ୍ବାଇ: ଫେବୃଆରୀ ୧୯: ଠକାମୀରେ ପଡିଲେ ଅଭିନେତ୍ରୀ ସନ୍ନି ଲିଓନ। ତାଙ୍କର ପ୍ୟାନ୍ କାର୍ଡ ବ୍ୟବହାର କରି କେହି ଜଣେ ଋଣ ଉଠାଇଥିବା ସେ ଅଭିଯୋଗ କରିଛନ୍ତି।ଏନେଇ ସେ ଟୁଇଟରରେ ସୂଚନା ଦେବା ସହ ଧନୀ ଆପ୍ ବିରୋଧରେ ଅଭିଯୋଗ କରିଥିଲେ।ତାଙ୍କ ଅଜାଣତରେ କେହି ପ୍ୟାନ୍ ନଂ ବ୍ୟବହାର କରି ୨୦୦୦ଟଙ୍କା ଋଣ ନେଇଥିଲେ । ଏହାକୁ ସେ ଟୁଇଟ୍ କରିବା ପରେ ଘଟଣାଟି ବେଶ୍ ଭାଇରାଲ ହୋଇଥିଲା । କିଛି ସମୟ ପରେ ସେ ନିଜ […]
ମୁମ୍ବାଇ: ଫେବୃଆରୀ ୧୯: ଠକାମୀରେ ପଡିଲେ ଅଭିନେତ୍ରୀ ସନ୍ନି ଲିଓନ। ତାଙ୍କର ପ୍ୟାନ୍ କାର୍ଡ ବ୍ୟବହାର କରି କେହି ଜଣେ ଋଣ ଉଠାଇଥିବା ସେ ଅଭିଯୋଗ କରିଛନ୍ତି।ଏନେଇ ସେ ଟୁଇଟରରେ ସୂଚନା ଦେବା ସହ ଧନୀ ଆପ୍ ବିରୋଧରେ ଅଭିଯୋଗ କରିଥିଲେ।ତାଙ୍କ ଅଜାଣତରେ କେହି ପ୍ୟାନ୍ ନଂ ବ୍ୟବହାର କରି ୨୦୦୦ଟଙ୍କା ଋଣ ନେଇଥିଲେ । ଏହାକୁ ସେ ଟୁଇଟ୍ କରିବା ପରେ ଘଟଣାଟି ବେଶ୍ ଭାଇରାଲ ହୋଇଥିଲା । କିଛି ସମୟ ପରେ ସେ ନିଜ ପୋଷ୍ଟକି ଡିଲିଟ କରିଦେଇଥିଲେ । ହେଲେ ଏପରି ଅଭିଯୋଗ ପାଇବା ପରେ କମ୍ପାନୀ ସମସ୍ୟାର ସମାଧାନ କରିବାରୁ ସନ୍ନି ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।




