‘ଆଦିପୁରୁଷ’ ଟିମ୍‌ରେ ସୋନଲ୍‌

୪୦୦ କୋଟିର ବଜେଟ୍‌ ସହ ନିର୍ଦ୍ଦେଶକ ଓମ୍‌ ରାୱତ ତାଙ୍କର ଆଗାମୀ ଫିଲ୍ମ ଆଦିପୁରୁଷ ନିର୍ମାଣ କରୁଛନ୍ତି । ରାମାୟଣ କାହାଣୀକୁ ପରଦାରେ ଦର୍ଶାଇବା ପାଇଁ ଅନେକ କଳାକାରଙ୍କ କାଷ୍ଟିଂ ମଧ୍ୟ ଜରୁରୀ ରହିଛି । ପ୍ରଭାସଙ୍କ ସହ କ୍ରୀର୍ତ୍ତି ସେନନ୍‌, ସୈଫ୍‌ ଅଲ୍ଲୀ ଖାନ୍‌, ସନୀ ସିଂହଙ୍କ ଏହି ଲମ୍ବା ଲିଷ୍ଟରେ ଏବେ ଆଉ ଜଣେ ହସିନା ସାମିଲ ହୋଇଛନ୍ତି । ସେ ହେଉଛନ୍ତି ଫିଲ୍ମ ଜନ୍ନତ୍‌ର ହିରୋଇନ ସୋନଲ୍‌ ଚୌହାନ । ଏହି ଐତିହାସିକ […]

Samaya Live Picture
Published On

୪୦୦ କୋଟିର ବଜେଟ୍‌ ସହ ନିର୍ଦ୍ଦେଶକ ଓମ୍‌ ରାୱତ ତାଙ୍କର ଆଗାମୀ ଫିଲ୍ମ ଆଦିପୁରୁଷ ନିର୍ମାଣ କରୁଛନ୍ତି । ରାମାୟଣ କାହାଣୀକୁ ପରଦାରେ ଦର୍ଶାଇବା ପାଇଁ ଅନେକ କଳାକାରଙ୍କ କାଷ୍ଟିଂ ମଧ୍ୟ ଜରୁରୀ ରହିଛି । ପ୍ରଭାସଙ୍କ ସହ କ୍ରୀର୍ତ୍ତି ସେନନ୍‌, ସୈଫ୍‌ ଅଲ୍ଲୀ ଖାନ୍‌, ସନୀ ସିଂହଙ୍କ ଏହି ଲମ୍ବା ଲିଷ୍ଟରେ ଏବେ ଆଉ ଜଣେ ହସିନା ସାମିଲ ହୋଇଛନ୍ତି ।

 ‘ଆଦିପୁରୁଷ’ ଟିମ୍‌ରେ ସୋନଲ୍‌

ସେ ହେଉଛନ୍ତି ଫିଲ୍ମ ଜନ୍ନତ୍‌ର ହିରୋଇନ ସୋନଲ୍‌ ଚୌହାନ । ଏହି ଐତିହାସିକ ଫିଲ୍ମରେ ସୋନଲ୍‌ ଔପଚାରିକ ଭାବେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ତେବେ ଏଥିରେ ସୋନଲଙ୍କ ରୋଲ୍‌ ସଂକ୍ଷିପ୍ତ ଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମର ସୁଟିଂ ବହୁ ପୂର୍ବରୁ ଶେଷ ହୋଇଥିଲେ ମଧ୍ୟ ସୋନଲ୍‌ଙ୍କ ପିଆର୍‌ ଟିମ୍‌ ନିକଟରେ ଏସମ୍ପର୍କରେ ଘୋଷଣା କରିଛନ୍ତି ।
 ‘ଆଦିପୁରୁଷ’ ଟିମ୍‌ରେ ସୋନଲ୍‌

ତେବେ ଏତେ ବଡ଼ ଫିଲ୍ମର ଷ୍ଟାରକାଷ୍ଟରେ ଯୋଡ଼ି ହୋଇ ସୋନଲ୍‌ ବହୁତ ଉତ୍ସାହିତ ଥିବା କହିଛନ୍ତି । ୨୦୦୫ରେ ମିସ୍‌ ୱାଲïର୍ ଟୁରିଜମ ବିଜୟିନୀ ହେବା ପରେ ସୋନଲ୍‌ ଇମରାନ ହାସମୀଙ୍କ ଫିଲ୍ମ ଜନ୍ନତରୁ ନିଜ ପେଶାଗତ ଜୀବନୀ ଆରମ୍ଭ କରିଥିଲେ । ହେଲେ ଏହାପରେ ସେ ଦକ୍ଷିଣ ଭାରତୀୟ ସିନେମା ମୁହାଁ ହୋଇଥିଲେ । କନ୍ନଡ ଓ ତେଲୁଗୁର ଦୁଇଟି ଫିଲ୍ମରେ କାମ କରିବା ପରେ ତାଙ୍କୁ ଅମିତାଭ ବଚ୍ଚନଙ୍କ ଫିଲ୍ମ ବୁଢ଼ା ହୋଗା ତେରା ବାପ୍‌ରେ ଦେଖିବାକୁ ମିଳିଥିଲା ।
 ‘ଆଦିପୁରୁଷ’ ଟିମ୍‌ରେ ସୋନଲ୍‌

ଏହା ବି ବକ୍ସ ଅଫିସରେ ଭଲ ଚାଲିନଥିଲା । ତେଣୁ ପୁଣି ଥରେ ସାଉଥ୍‌ ଫିଲ୍ମକୁ ପ୍ରତ୍ୟାବର୍ତ୍ତନ କରିଥିଲେ, ଯେଉଁଠି ତାଙ୍କର ଅଭିନୟ ବେଶ୍‌ ପ୍ରଶଂସନୀୟ ହୋଇପାରିଥିଲା । ଏହାରି ମଧ୍ୟରେ ସୋନଲ୍‌ ଓଟିଟି ପ୍ଲାଟଫର୍ମରେ ମଧ୍ୟ ସକ୍ରିୟ ଅଛନ୍ତି । ଜିଫାଇଭ୍‌ େୱବସିରିଜ୍‌ ସ୍କାଇଫାୟରରେ ଅଭିନୟ କରିଛନ୍ତି । ଆଗକୁ ସେ ସାଉଥ୍‌ ସୁପରଷ୍ଟାର ନାଗାର୍ଜୁନଙ୍କ ସହ ଲିଡ୍‌ ହିରୋଇନ ରୂପେ ଏକ ଫିଲ୍ମକୁ ସାଇନ କରିଛନ୍ତି ।