ବିବାହ କରିବେ ଟେଲିର କଣ୍ଟ୍ରୋଭର୍ସି କ୍ୟୁନ୍ ସାରା ଖାନ୍
ମୁମ୍ବାଇ: ଜୁଲାଇ ୧୪: ବହୁ ପପୁଲାର ଶୋ ସପନା ବାବୁଲ କା ବିଦାୟିର ଅଭିନେତ୍ରୀ ସାରା ଖାନ ଏବେ ଖୁବ୍ ଚର୍ଚ୍ଚାରେ । ସେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ଏବେ ଅଭିନେତ୍ରୀଙ୍କ ବିଷୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ସେ ଏବେ ଜଣେ ପାଇଲଟଙ୍କୁ ଡେଟ କରୁଛନ୍ତି । ସେମାନଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପ୍ରଶଂସକମାନେ ଉଭୟଙ୍କ କେମେଷ୍ଟ୍ରିକୁ […]
ମୁମ୍ବାଇ: ଜୁଲାଇ ୧୪: ବହୁ ପପୁଲାର ଶୋ ସପନା ବାବୁଲ କା ବିଦାୟିର ଅଭିନେତ୍ରୀ ସାରା ଖାନ ଏବେ ଖୁବ୍ ଚର୍ଚ୍ଚାରେ । ସେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ଏବେ ଅଭିନେତ୍ରୀଙ୍କ ବିଷୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ସେ ଏବେ ଜଣେ ପାଇଲଟଙ୍କୁ ଡେଟ କରୁଛନ୍ତି । ସେମାନଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପ୍ରଶଂସକମାନେ ଉଭୟଙ୍କ କେମେଷ୍ଟ୍ରିକୁ ବହୁତ ପସନ୍ଦ କରୁଛନ୍ତି । ରିପୋର୍ଟ ଅନୁଯାୟୀ, ସାରା ଏବଂ ଶାନ୍ତନୁ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପରକୁ ଭେଟିଥିଲେ । ବର୍ତ୍ତମାନ ଦୁହେଁ ପ୍ରାୟ ଏକ ବର୍ଷ ଧରି ପରସ୍ପରକୁ ଡେଟ କରୁଛନ୍ତି । ଉଭୟ ପରସ୍ପରକୁ ନେଇ ବହୁତ ସିରିଏସ୍ । ତେବେ ସାରା ବର୍ତ୍ତମାନ ତାଙ୍କ ସମ୍ପର୍କକୁ ଅଫିସିଆଲ୍ କରିବାକୁ ଚାହୁଁଛନ୍ତି । ନିକଟରେ ଦୁହେଁ ଏକାଠି ଇଦ୍ ପାଳନ କରିଥିଲେ । ଏହା ବ୍ୟତୀତ ଉଭୟଙ୍କୁ ଆଗକୁ ମ୍ୟୁଜିକ୍ ଭିଡିଓରେ ଏକାଠି ଦେଖିବାକୁ ମିଳିବ ।




