ସୈଫ ଅଲ୍ଲୀ ଖାନ

ଦୁଷ୍ଟ ନାୟକ

ସୈଫ ଅଲ୍ଲୀ ଖାନ
Ipsita Picture
By: Ipsita
Published On

 

ନବେଦଶକର କ୍ୟୁଟ, ଡ୍ୟାସିଂ ହିରୋ ଭାବେ ସୈଫ ଅଲ୍ଲୀ ଖାନଙ୍କର ରହିଥିଲା ନିଆରା ପରିଚୟ । ଅନେକ ହିଟ ଫିଲ୍ମରେ ତାଙ୍କୁ ହିରୋଭାବେ ଦର୍ଶକ ଦେଖିବା ସହିତ ଖୁବ ଭଲପାଇବା ମଧ୍ୟ ଦେଇଛନ୍ତି । କିନ୍ତୁ ସମୟ ବଦଳିବା ସହିତ ସୈଫଙ୍କ ପସନ୍ଦ ମଧ୍ୟ ବଦଳିଥିଲା । ସେ ନିଜ ଅଭିନୟରେ ପରିବର୍ତ୍ତନ ଆଣି ଦର୍ଶକଙ୍କ ଆଗକୁ ଆସିଥିଲେ ଏକ ନୂଆ ଅବତାରରେ । ସୈଫଙ୍କୁ କିଛି ଫିଲ୍ମରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା । ଦର୍ଶକ ତାଙ୍କର ଏହି ଅବତାରକୁ ମଧ୍ୟ ଖୁବ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା । ନିକଟରେ ତାଙ୍କୁ ଆଦିପୁରୁଷ ଓ ତନହାଇ ଭଳି ପ୍ରୋଜେକ୍ଟରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା । ଏଥିରେ ସୈଫ ପ୍ରମାଣିତ କରିଥିଲେ ଯେ ସେ କେବଳ ହିରୋ ନୁହେଁ ବରଂ ଖଳନାୟକ ଭୂମିକାକୁ ମଧ୍ୟ ଖୁବ ଭଲରେ ପରଦାରେ ଜୀବନ୍ତ କରିପାରିବେ । ସେହିଭଳି ପୂର୍ବରୁ ତାଙ୍କର ଆଇକନିକ କ୍ୟାରେକ୍ଟର ଲଙ୍ଗଡା ତ୍ୟାଗି ସୈଫଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ଏହି ଚରିତ୍ର ତାଙ୍କର ଅଭିନୟର ଭିନ୍ନଭିନ୍ନ ଫର୍ଦ୍ଦକୁ ଦର୍ଶକଙ୍କ ଆଗରେ ପହଞ୍ଚାଇଥିଲା । ଆଗକୁ ତାଙ୍କର କିଛି ଅପକମିଂ ଫିଲ୍ମ ଆସିବାର ଅଛି, ଯେଉଁଥିରେ ସୈଫଙ୍କୁ ଖଳନାୟ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ ।  ଓମକାରା ୨କୁ ନେଇ ଆଲୋଚନା ଆରମ୍ଭ ହୋଇଛି, ଯେଉଁଥିରେ ସୈଫଙ୍କୁ ଖଳନାୟକ ଭାବେ କାଷ୍ଟ କରାଯିବାନେଇ ଆଲୋଚନା ଜାରି ରହିଛି ।

Tags: Bollywood