ବଲିଉଡ୍ରେ ଅଭିନୟ କରିବେ ସଚିନ ତେନ୍ଦୁଲକରଙ୍କ ଝିଅ
ମୁମ୍ବାଇ: ବଲିଉଡ୍ରେ ଅଭିନୟକୁ ନେଇ ଦୀର୍ଘ ସମୟ ଧରି ହେଉଥିବା ଚର୍ଚ୍ଚା ଉପରେ ମୋହର ଲଗାଇଛନ୍ତି, କ୍ରିକେଟ୍ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର । ବଲିଉଡ୍ରେ ଅଭିନୟ କରିବେ ବୋଲି ସେ ନିଜେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ନିଜ କ୍ୟାରିଅର ବଲିଉଡ୍ରୁ ଆରମ୍ଭ କରିବେ ବୋଲି ସାରା କହିଛନ୍ତି । ହେଲେ ସେ କେଉଁ ନାୟକ ଓ କେଉଁ ନିର୍ଦ୍ଦେଶକଙ୍କ ସହ କାମ କରିବେ, ସେ ନେଇ କିଛି ସୂଚନା ଦେଇନାହାନ୍ତି […]
ମୁମ୍ବାଇ: ବଲିଉଡ୍ରେ ଅଭିନୟକୁ ନେଇ ଦୀର୍ଘ ସମୟ ଧରି ହେଉଥିବା ଚର୍ଚ୍ଚା ଉପରେ ମୋହର ଲଗାଇଛନ୍ତି, କ୍ରିକେଟ୍ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର । ବଲିଉଡ୍ରେ ଅଭିନୟ କରିବେ ବୋଲି ସେ ନିଜେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ନିଜ କ୍ୟାରିଅର ବଲିଉଡ୍ରୁ ଆରମ୍ଭ କରିବେ ବୋଲି ସାରା କହିଛନ୍ତି ।

ହେଲେ ସେ କେଉଁ ନାୟକ ଓ କେଉଁ ନିର୍ଦ୍ଦେଶକଙ୍କ ସହ କାମ କରିବେ, ସେ ନେଇ କିଛି ସୂଚନା ଦେଇନାହାନ୍ତି । ଷ୍ଟାର କିଡ୍ସଙ୍କ ମଧ୍ୟରେ ସାରାଙ୍କ ନାମ ବେଶ୍ ଆଗରେ ରହିଛି । ନିଜ ବିଳାସପୂର୍ଣ୍ଣ ଜୀବନ ଓ ଫ୍ୟାଶନ ପାଇଁ ସାରାଙ୍କ ପ୍ରଶଂସକଙ୍କ ସଂଖ୍ୟା ଅଧିକ ।

ଲଣ୍ଡନ ୟୁନିର୍ଭସିଟିରୁ ମେଡିସିନ୍ ବିଷୟରେ ପାଠ ଶେଷ କରିଥିବା ସାରା ଅଭିନୟରେ ବିଶେଷ ରୁଚି ରଖିବା ସହିତ ଏଥିପାଇଁ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି । ଏହାଛଡ଼ା ସେ ମଡେଲିଂ ମଧ୍ୟ କରିଥାନ୍ତି ।
କିଛି ଦିନ ତଳରେ ସାରା ଅଭିନେତା ସହିଦ କପୁରଙ୍କ ସହିତ ଅଭିନୟ କରିବେ ବୋଲି ଖବର ଶୁଣିବାକୁ ମିଳିଥିଲା ।

ହେଲେ ବାପା ସଚିନ ତେନ୍ଦୁଲକର ଏହାକୁ ଏକ ଗୁଜବ ବୋଲି କହିଥିଲେ । ଏହାସହିତ ଝିଅର ପାଠ ଶେଷ ହୋଇସାରିଲା ପରେ ସେ ତାଙ୍କ ଇଚ୍ଛା ଅନୁସାରେ କାମ କରିବେ ବୋଲି ମଧ୍ୟ କହିଥିଲେ । ଏବେ ସାରା ନିଜ ଇଚ୍ଛା ବିଷୟରେ ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି । ଏହି ଖବରରେ ତାଙ୍କ ପ୍ରଶଂସକ ବେଶ୍ ଉତ୍ସହିତ ରହିଛନ୍ତି ।




