ବଡ ପରଦାରେ ରିଲିଜ୍‌ ହେବ ମିତାଲି ରାଜଙ୍କ ଷ୍ଟୋରୀ

ମୁମ୍ବାଇ:ଜୁନ ୨୦: ଖୁବ୍‌ ଶୀଘ୍ର ବଡ ପରଦାରେ ରିଲିଜ୍‌ ହେବ ମିତାଲି ରାଜଙ୍କ ଷ୍ଟୋରୀ । ଅଭିନେତ୍ରୀ ତାପସୀ ପନ୍ନୁ ଫିଲ୍ମ ସାବାସ୍‌ ମିଥୁରେ ମିତାଲିଙ୍କ ଭୂମିକାରେ ନଜର ଆସିବେ । ଆଜି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରରେ ମିତାଲି ରାଜଙ୍କ ପିଲାଦିନରୁ କ୍ରିକେଟର ହେବା ପର୍ଯ୍ୟନ୍ତ କାହାଣୀ ଦର୍ଶାଯାଇଛି । ଟ୍ରେଲରରେ ଏହି କାହାଣୀ ଦେଖିବା ପରେ, ଯେକେହି ବି ଭାବପ୍ରବଣ ହେଇଯିବ । ମିତାଲି ରାଜଙ୍କ ବାୟୋପିକ୍‌ ଫିଲ୍ମ ସାବାସ୍‌ ମିଥୁର […]

Samaya Live Picture
Published On

ମୁମ୍ବାଇ:ଜୁନ ୨୦: ଖୁବ୍‌ ଶୀଘ୍ର ବଡ ପରଦାରେ ରିଲିଜ୍‌ ହେବ ମିତାଲି ରାଜଙ୍କ ଷ୍ଟୋରୀ । ଅଭିନେତ୍ରୀ ତାପସୀ ପନ୍ନୁ ଫିଲ୍ମ ସାବାସ୍‌ ମିଥୁରେ ମିତାଲିଙ୍କ ଭୂମିକାରେ ନଜର ଆସିବେ । ଆଜି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରରେ ମିତାଲି ରାଜଙ୍କ ପିଲାଦିନରୁ କ୍ରିକେଟର ହେବା ପର୍ଯ୍ୟନ୍ତ କାହାଣୀ ଦର୍ଶାଯାଇଛି । ଟ୍ରେଲରରେ ଏହି କାହାଣୀ ଦେଖିବା ପରେ, ଯେକେହି ବି ଭାବପ୍ରବଣ ହେଇଯିବ । ମିତାଲି ରାଜଙ୍କ ବାୟୋପିକ୍‌ ଫିଲ୍ମ ସାବାସ୍‌ ମିଥୁର ଟ୍ରେଲର ବହୁତ ଜବରଦସ୍ତ ରହିଛି । ତାପସୀ ପନ୍ନୁ ମିତାଲି ରାଜ ଭୂମିକାରେ ନଜର ଆସିବା ବେଳେ ଏହି ଚରିତ୍ରରେ ତାଙ୍କର ଅଭିନୟ ଖୁବ୍‌ ଦମଦାର ରହିଛି । ସେ ମାତ୍ର ୮ ବର୍ଷ ବୟସରୁ ଜଣେ କ୍ରିକେଟର ହେବାର ସ୍ୱପ୍ନ ଦେଖୁଥିଲେ । ମିତାଲି ତାଙ୍କ ପରିଚୟ ହାସଲ କରିବା ପାଇଁ ବହୁତ ଲଢିଛନ୍ତି । ନିଜକୁ ପ୍ରମାଣିତ କରି ଦେଖାଇବା ସହ ଲୋକଙ୍କ ଚିନ୍ତାଧାରାକୁ ମଧ୍ୟ ବଦଳାଇଛନ୍ତି । ସେବେଠାରୁ ମିତାଲି ରାଜ ମହିଳା କ୍ରିକେଟ୍‌ ଦଳକୁ ଏକ ଭିନ୍ନ ପରିଚୟ ଦେଇଛନ୍ତି । ତେବେ ପରଦାରେ ଏହା କେତେ ପ୍ରଭାବ ପକେଇବ ତାକୁ ହିଁ ଅପେକ୍ଷା ।