ଚର୍ଚ୍ଚାରେ ରଣବୀର
ରଣବୀର ସିଂ ବର୍ତ୍ତମାନ ନିଜ ଫିଲ୍ମ ଧୁରନ୍ଧର ପାଇଁ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛନ୍ତି । ଫିଲ୍ମଟି ରିଲିଜ୍ ହେବା ଦିନରୁ ହିଁ ଦର୍ଶକଙ୍କୁ ଆକର୍ଷିତ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହା ବକ୍ସ ଅଫିସରେ ୧୮୦ କୋଟିରୁ ଅଧିକ ଆୟ କରିସାରିଛି, ଯାହା ଆଗକୁ ଜାରି ମଧ୍ୟ ରହିଛି । ବର୍ତ୍ତମାନ ରିଲିଜ ହୋଇଥିବା ସବୁ ଫିଲ୍ମକୁ ପଛରେ ପକାଇଛି ଧୁରନ୍ଧର । ଏପରିକି ଅନେକ ବଡଷ୍ଟାରଙ୍କର ରେକର୍ଡକୁ ଏହା ଭାଙ୍ଗିବାନେଇ ସମୀକ୍ଷକ ଆକଳନ କରୁଛନ୍ତି । ଏଥିରେ ରଣବୀରଙ୍କୁ ଏକ ନିଆରା ଭୂମିକାରେ ଦେଖିବାକୁ ମିଳୁଛି । କେବଳ ରଣବୀର ନୁହେଁ ଏଥିରେ ଅକ୍ଷୟ ଖାନାଙ୍କ କମ୍ବ୍ୟାକ୍କୁ ମଧ୍ୟ ଦର୍ଶକ ଖୁବ ଭଲପାଇବା ଦେବାରେ ଲାଗିଛନ୍ତି । ସେହିଭଳି ଏଥିରେ ଫିମେଲ ଲିଡ୍ରେ ନୂଆ ନାୟିକା ସାରା ଅର୍ଜୁନଙ୍କୁ ଦର୍ଶକ ଦେଖୁଛନ୍ତି । ଅନ୍ୟମାନଙ୍କ ଭିତରେ ଏହି ଫିଲ୍ମରେ ଅର୍ଜୁନ ରାମ୍ପପାଲ, ସଞ୍ଜୟ ଦତ୍ତ, ରାକେଶ ବେଦି, ଆର୍ ମାଧବନ ଆଦିଙ୍କୁ ଦେଖିବାକୁ ମିଳୁଛି । ରଣବୀରଙ୍କର ଏହା ଏକ ଦମଦାରୟୁ ଟର୍ଣ୍ଣ ବୋଲି ସମୀକ୍ଷକ ମତ ଦେବାରେ ଲାଗିଛନ୍ତି । ଫିଲ୍ମଟି ତାଙ୍କୁ ବଲିଉଡରେ ଏକ ନୂଆ ପରିଚୟ ପ୍ରଦାନ କରିବା ସହିତ ଆଗକୁ ତାଙ୍କ କ୍ୟାରିୟର ପାଇଁ ଖୁବ ଲାଭଦାୟକ ସାବସ୍ତ୍ୟ ହେବ ବୋଲି ସମୀକ୍ଷକମାନେ ଆଲୋଚନା କରୁଛନ୍ତି ।


