ଚର୍ଚ୍ଚାରେ ରଣବୀର
ରଣବୀର ସିଂ ବର୍ତ୍ତମାନ ଅନେକ କଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି କଥା ପାଇଁ ସେ ବିବାଦରେ ଥିବାବେଳେ କିଛି ପାଇଁ ଚର୍ଚ୍ଚାରେ । ନିକଟରେ କାନ୍ତାରା ଫିଲ୍ମକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଖୁବ ବିବାଦରେ ରହିଥିଲେ ରଣବୀର । ସେଥିରେ ଥିବା ଦେବୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯାହା ପରେ ଖୁବ ବିବାଦ ଘରେକୁ ଆସିଥିଲା । ବିବାଦ ବଢିବାରୁ ରଣବୀର କ୍ଷମା ମଧ୍ୟ ମାଗିଥିଲେ । ତେବେ କେବଳ ବିବାଦ ନୁହେଁ ନିଜର ଅପକମିଂ ଫିଲ୍ମକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି ରଣବୀର । ଆଗକୁ ତାଙ୍କୁ ଫିଲ୍ମ ଧୁରନ୍ଦରରେ ଦେଖିବାକୁ ମିଳିବ, ଯାହାର ଆଗୁଆ ଟିକେଟ ବିକ୍ରି ସରିଛି । ଏହି ଫିଲ୍ମ ପାଇଁ ଆଗୁଆ ପାଖାପାଖି ୬୫ ହଜାରରୁ ଅଧିକ ଟିକେଟ ଆଗୁଆ ବିକ୍ରି ସରିଥିବା ଜଣା ପଡିଛି । ଫିଲ୍ମଟି ଡିସେମ୍ବର ୫ରେ ପରଦାକୁ ଆସୁଛି, ଯାହାକୁ ନେଇ ମେକର୍ସଙ୍କ ସହିତ ଫ୍ୟାନମାନେ ଖୁବ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମଟିକୁ ଆଦିତ୍ୟଧର ନିର୍ଦ୍ଦେଶନା ଦେଇଥିବାବେଳେ ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ଆର୍ ମାଧବନ, ଅର୍ଜୁନ ରାମ୍ପପାଲ, ଅକ୍ଷୟ ଖାନ୍ନାଙ୍କ ଭଳି ଅଭିନେତା ଅଭିନୟ କରିଛନ୍ତି ।


