ଦାଦା-ପୁତୁରାଙ୍କ ଓଟିଟି ଡେବୁ୍ୟ
ସାଉଥ୍ ସୁପରଷ୍ଟାର ତଥା ବାହୁବଳୀ ଫେମ୍ ରାଣା ଦଗVìବତୀ ଖୁବଶୀଘ୍ର ଏକ େୱବସିରିଜରେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ତାଙ୍କ ସହ ସ୍କ୍ରିନ ସେୟାର କରିବେ ତାଙ୍କ ଦାଦା ତଥା ଅନ୍ୟତମ ସାଉଥ୍ ସୁପରହିରୋ ଭେଙ୍କଟେଶ ଦଗVìବତୀ । ପ୍ରଥମ ଥର ପାଇଁ ଦାଦା-ପୁତୁରାଙ୍କୁ ଏକତ୍ର ପରଦାରେ ଦେଖିବାକୁ ନେଇ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି । ଖବର ଅନୁଯାୟୀ ଅଭିନେତା ରାଣା ତାଙ୍କ ଦାଦା ଭେଙ୍କଟେଶଙ୍କ ସହ ମିଳିତ ଭାବେ ନେଟ୍ଫ୍ଲିକ୍ସରେ ରିଲିଜ୍ ହେବାକୁ […]
ସାଉଥ୍ ସୁପରଷ୍ଟାର ତଥା ବାହୁବଳୀ ଫେମ୍ ରାଣା ଦଗVìବତୀ ଖୁବଶୀଘ୍ର ଏକ େୱବସିରିଜରେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ତାଙ୍କ ସହ ସ୍କ୍ରିନ ସେୟାର କରିବେ ତାଙ୍କ ଦାଦା ତଥା ଅନ୍ୟତମ ସାଉଥ୍ ସୁପରହିରୋ ଭେଙ୍କଟେଶ ଦଗVìବତୀ । ପ୍ରଥମ ଥର ପାଇଁ ଦାଦା-ପୁତୁରାଙ୍କୁ ଏକତ୍ର ପରଦାରେ ଦେଖିବାକୁ ନେଇ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି ।
ଖବର ଅନୁଯାୟୀ ଅଭିନେତା ରାଣା ତାଙ୍କ ଦାଦା ଭେଙ୍କଟେଶଙ୍କ ସହ ମିଳିତ ଭାବେ ନେଟ୍ଫ୍ଲିକ୍ସରେ ରିଲିଜ୍ ହେବାକୁ ଥିବା େୱବସିରିଜ୍ ଜରିଆରେ ଓଟିଟି ଡେବୁ୍ୟ କରିବେ । ଏହା ଆମେରିକୀୟ କ୍ରାଇମ ଡ୍ରାମା େୱବସିରିଜ୍ ରେ-ଡୋନୋ ରିମେକ୍ । ସିରିଜ୍ର ନାମ ରାଣା ନାଇଡୁ ରଖାଯାଇଛି । ତେବେ ରାଣା ଏବଂ ଭେଙ୍କଟେଶଙ୍କ ସହ ଏଥିରେ ଅଭିନେତ୍ରୀ ସୁରବୀନ ଚାୱଲା ମଧ୍ୟ ଅଭିନୟ କରୁଛନ୍ତି । ଏହାକୁ ନେଇ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ କିଛି ଫଟୋ ସେୟାର କରି ସିରିଜ୍ର ଘୋଷଣା କରିଛି । ସୁରବୀନ ହାତରେ କ୍ଲାପବୋର୍ଡ ଧରିଛନ୍ତି ଏବଂ ତାଙ୍କ ଦୁଇପାଖେ ଅଭିନେତା ରାଣା ଓ ଭେଙ୍କଟେଶ ମଧ୍ୟ ଛିଡ଼ା ହୋଇଥିବା ଫଟୋରେ ଦେଖିବାକୁ ମିଳିଛି ।

ଏହାସହ ସିରିଜ୍ର ସୁଟିଂ ଶେଷ ହୋଇଥିବା ପୋଷ୍ଟରେ ଉଲ୍ଲେଖ କରାଯାଇଛି । ଏହି ସିରିଜ୍କୁ କରନ୍ ଅନୁଷ୍ମାନ ଏବଂ ସୁର୍ପନ ଏସ୍ ଭର୍ମା ନିେ“ର୍ଶନା ଦେଇଛନ୍ତି । ଏହି ତିନି କଳାକାରଙ୍କ ବ୍ୟତୀତ ସୁଶାନ୍ତ ସିଂହ, ସୁଚରିତା ପିଲ୍ଲାଇ, ଅଭିଷେକ ବାନାର୍ଜୀ ଏବଂ ଗୌରବ ଚୋପ୍ରା ମଧ୍ୟ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ରାଣା ଦଗVìବତୀ ବର୍ତ୍ତମାନ ଏହି ସିରିଜ୍ ସହ ଅନ୍ୟ କେତେକ ପ୍ରୋଜେକଫରେ ବ୍ୟସ୍ତ ଅଛନ୍ତି । ସେ ଖୁବଶୀଘ୍ର ପିରିୟଡ୍ ଡ୍ରାମା ଫିଲ୍ମ “ବିରତା ପର୍ବମଦରେ ସାଈ ପଲ୍ଲବୀଙ୍କ ସହ ନଜର ଆସିବେ ।




