ବିମାନରେ ପୂଜାଙ୍କୁ ହେଲା ଖରାପ ବ୍ୟବହାର

ନୂଆଦିଲ୍ଳୀ: ଜୁନ ୧୦: ପୂଜା ହେଗଡେଙ୍କ ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଉଡ଼ାଣରେ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାରକୁ ଦର୍ଶାଇ ଅଭିନେତ୍ରୀ ବିମାନ ସେବାରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ପୂଜା ହେଗଡେ ଟ୍ୱିଟର ମାଧ୍ୟମରେ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାର କାହାଣୀକୁ ବର୍ଣ୍ଣନା କରିଛନ୍ତି । ଏହି ଘଟଣା ବିଷୟରେ ଉଲ୍ଲେଖ କରି ଅଭିନେତ୍ରୀ ଇଣ୍ଡିଗୋ ଏୟାରଲାଇନକୁ ଟ୍ୟାଗ୍‌ କରିଛନ୍ତି । ପୂଜା ହେଗଡେ ଟ୍ୱିଟ୍‌ କରି ନିଜର ରାଗକୁ ପ୍ରକାଶ […]

Samaya Live Picture
Published On

ନୂଆଦିଲ୍ଳୀ: ଜୁନ ୧୦: ପୂଜା ହେଗଡେଙ୍କ ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଉଡ଼ାଣରେ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାରକୁ ଦର୍ଶାଇ ଅଭିନେତ୍ରୀ ବିମାନ ସେବାରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ପୂଜା ହେଗଡେ ଟ୍ୱିଟର ମାଧ୍ୟମରେ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାର କାହାଣୀକୁ ବର୍ଣ୍ଣନା କରିଛନ୍ତି । ଏହି ଘଟଣା ବିଷୟରେ ଉଲ୍ଲେଖ କରି ଅଭିନେତ୍ରୀ ଇଣ୍ଡିଗୋ ଏୟାରଲାଇନକୁ ଟ୍ୟାଗ୍‌ କରିଛନ୍ତି । ପୂଜା ହେଗଡେ ଟ୍ୱିଟ୍‌ କରି ନିଜର ରାଗକୁ ପ୍ରକାଶ କରିଛନ୍ତି ଏବଂ ସେ ଲେଖିଛନ୍ତି, ଇଣ୍ଡିଗୋ ଏୟାରଲାଇନ୍ସର କର୍ମଚାରୀ ଭିପୁଲ ନାକାସେ ଆଜି ମୁମ୍ବାଇରୁ ବିମାନ ଉଡ଼ାଣ ବେଳେ ଆମ ସହ ଖରାପ ବ୍ୟବହାର କରିଥିଲେ । ଆମ ସହିତ ଏକ ଅହଂକାରୀ, ଅଜ୍ଞାନ ଏବଂ ଧମକପୂର୍ଣ୍ଣ ସ୍ୱରରେ କଥା ହେଲେ ତାହା ପୁଣି ବିନା କାରଣରେ । ପୂଜା ହେଗଡେଙ୍କ ଏହି ଟ୍ୱିଟ୍‌ କରିବା ପରେ ବିମାନ ସେବା ତରଫରୁ ତୁରନ୍ତ ପ୍ରତିକ୍ରିୟାରେ କ୍ଷମା ମଗାଯାଇଛି । ସେ କହିଛନ୍ତି ଏହି ପ୍ରକାରର ବ୍ୟବହାର ପାଇଁ କ୍ଷମା ମାଗୁଛୁ । କହିବାକୁ ଗଲେ ଏହା ପ୍ରଥମ ଥର ପାଇଁ ହୋଇନାହିଁ । ପୂର୍ବରୁ ମଧ୍ୟ ଅନେକ କଳାକାର ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ପୂଜା ହେଗଡେଙ୍କ ଟ୍ୱିଟରେ ଲୋକମାନେ ସାମନ ପ୍ରତିକ୍ରିୟା ଦେଉଛନ୍ତି ।