ଝିଅ ସହ ପୋଜ୍‌ ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ହଲିଉଡ୍‌ରେ ଧମାକା ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ମାଆ ମଧ୍ୟ ହୋଇ ସାରିଛନ୍ତି । ପ୍ରିୟଙ୍କା ଝିଅର ନାମ ମାଳତୀ ମେରୀ ରଖିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ପ୍ରିୟଙ୍କା ନିଜ ଝିଅର ଚେହେରା ଫ୍ୟାନ୍ସଙ୍କୁ ଦେଖାଇ ନ ଥିଲେ ଯାହାକୁ ଫ୍ୟାନ୍ସ ଉତ୍କଣ୍ଠାର ସହ ଚାହିଁ ବସିଥିଲେ । କିନ୍ତୁ ଏଥର ପ୍ରିୟଙ୍କା ଝିଅ ସହ ଏପରି ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ଝିଅର ଚେହେରା ସ୍ପଷ୍ଟ ଦେଖିବାକୁ ମିଳୁଛି […]

Samaya Live Picture
Published On

ବଲିଉଡ୍‌ ପରେ ହଲିଉଡ୍‌ରେ ଧମାକା ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ମାଆ ମଧ୍ୟ ହୋଇ ସାରିଛନ୍ତି । ପ୍ରିୟଙ୍କା ଝିଅର ନାମ ମାଳତୀ ମେରୀ ରଖିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ପ୍ରିୟଙ୍କା ନିଜ ଝିଅର ଚେହେରା ଫ୍ୟାନ୍ସଙ୍କୁ ଦେଖାଇ ନ ଥିଲେ ଯାହାକୁ ଫ୍ୟାନ୍ସ ଉତ୍କଣ୍ଠାର ସହ ଚାହିଁ ବସିଥିଲେ । କିନ୍ତୁ ଏଥର ପ୍ରିୟଙ୍କା ଝିଅ ସହ ଏପରି ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ଝିଅର ଚେହେରା ସ୍ପଷ୍ଟ ଦେଖିବାକୁ ମିଳୁଛି ।

ଝିଅ ସହ ପୋଜ୍‌ ଦେଲେ ପ୍ରିୟଙ୍କା

ପ୍ରିୟଙ୍କା ନିଜ ଝିଅକୁ ସାଙ୍ଗରେ ଧରି ବୁଲିବାକୁ ବାହାରିଛନ୍ତି ଓ ସେହି ସମୟର ଫଟୋ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ପ୍ରିୟଙ୍କା ଯେଉଁ ଫଟୋ ନିଜ ଅଫିସିଆଲ୍‌ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ସେଥିରେ ତାଙ୍କ ସହ ତାଙ୍କର ଜଣେ ବାନ୍ଧବୀ ମଧ୍ୟ ନଜର ଆସୁଛନ୍ତି । ପ୍ରିୟଙ୍କା ଓ ତାଙ୍କ ବନ୍ଧୁ ଏକ ବୃକ୍ଷ ନିକଟରେ ବସିଛନ୍ତି । ଏହି ସମୟରେ ସେ ଝିଅକୁ କୋଳରେ ଧରିଛନ୍ତି । କିନ୍ତୁ ଏହି ଫଟୋରେ ମଧ୍ୟ ପ୍ରିୟଙ୍କା ନିଜ ଲାଡ୍‌ଲୀର ଚେହେରା ଦେଖାଉ ନାହାନ୍ତି ।

ଝିଅ ସହ ପୋଜ୍‌ ଦେଲେ ପ୍ରିୟଙ୍କା

ଫଟୋରେ ପ୍ରିୟଙ୍କା ନିଜ ସାଙ୍ଗକୁ ଟ୍ୟାଗ କରି ଲଭ୍‌ ୟୁ ବୋଲି ଲେଖିଛନ୍ତି । ଏହି ପୋଷ୍ଟରେ ଫ୍ୟାନ୍ସଙ୍କ ପ୍ରଶଂସା ଅଜାଡି ହୋଇ ପଡିଛି । ଫ୍ୟାନ୍ସ ହାର୍ଟ ଇମୋଜୀ ପଠାଇ ପ୍ରିୟଙ୍କାଙ୍କ ଲାଗି ନିଜ ଭଲପାଇବା ପରିପ୍ରକାଶ କରିଛନ୍ତି । କିଛି ପ୍ରଶଂସକ ଏହା ବହୁତ ସୁନ୍ଦର ଫଟୋ ବୋଲି ମଧ୍ୟ କମେଣ୍ଟ କରିଛନ୍ତି । ଏହା ପୂର୍ବରୁ ପ୍ରିୟଙ୍କା ଫାଦରସ୍‌ ଡେରେ ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରେ ସେ ପତି ନିକ୍‌ ଓ ଝିଅ ମାଳତୀ ମଧ୍ୟରେ ଥିବା ବଣ୍ଡିଂ୍‌କୁ ଦର୍ଶାଇଥିଲେ ।

ଝିଅ ସହ ପୋଜ୍‌ ଦେଲେ ପ୍ରିୟଙ୍କା

ଫଟୋରେ ନିକ୍‌ ଝିଅକୁ ହାତରେ ଧରି ଚଲାଇବା ଶିଖାଉଥିଲେ ଓ ଫଟୋର ଆକର୍ଷଣ ଥିଲା ଷ୍ଟାର ପିତା ଓ କନ୍ୟାଙ୍କ ଜୋତା । ନିକ୍‌ଙ୍କ ଜୋତାରେ ଡ୍ୟାଡ୍‌ ଓ ମାଳତୀର କୁନି ଜୋତାରେ ଏମ୍‌ ଲେଖାହୋଇଥିଲା । ଫ୍ୟାନ୍ସଙ୍କୁ ଏହି ଫଟୋ ବେଶ୍‌ ପସନ୍ଦ ଆସିଥିଲା ।