ପେଟାରୁ ଅଫର
ବଲିଉଡ ଷ୍ଟାର ରଣବୀର ସିଂହ ବର୍ତ୍ତମାନ ନିଜର ନିଡୁ୍ୟ ଫଟୋସୁଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫଟୋ କାରଣରୁ ତାଙ୍କୁ ଅନେକ ବିବାଦର ସାମନା କରିବାକୁ ପଡୁଛି । ତେବେ ସେହି ଫଟୋକୁ ନେଇ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ପିୟୁପିଲ୍ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ ବା ପେଟା ପକ୍ଷରୁ ତାର ଏକ ପ୍ରଚାର ପାଇଁ ରଣବୀରଙ୍କୁ ପୁଣି ନେକେଡ୍ ଫଟୋ ସୁଟ କରିବାକୁ ପ୍ରସ୍ତାବ ଦିଆଯାଇଛି । […]
ବଲିଉଡ ଷ୍ଟାର ରଣବୀର ସିଂହ ବର୍ତ୍ତମାନ ନିଜର ନିଡୁ୍ୟ ଫଟୋସୁଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫଟୋ କାରଣରୁ ତାଙ୍କୁ ଅନେକ ବିବାଦର ସାମନା କରିବାକୁ ପଡୁଛି । ତେବେ ସେହି ଫଟୋକୁ ନେଇ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।

ପିୟୁପିଲ୍ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ ବା ପେଟା ପକ୍ଷରୁ ତାର ଏକ ପ୍ରଚାର ପାଇଁ ରଣବୀରଙ୍କୁ ପୁଣି ନେକେଡ୍ ଫଟୋ ସୁଟ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏକ ପତ୍ର ଜରିଆରେ ପେଟା ଏହି ପ୍ରସ୍ତାବ ଦେଇଥିବା ଜଣାପଡିଛି । ରଣବୀର ଏଥିରେ ପେଟାର ଭେଗାନ ଫୁଡ (ଉଦ୍ଭିଦ ଜାତ ଖାଦ୍ୟ)ର ବିଜ୍ଞାପନ କରିବେ । ତେବେ ରଣବୀରଙ୍କ ଉତ୍ତର ଏ ନେଇ ଜଣାପଡି ନାହିଁ ।

ବର୍ତ୍ତମାନ ରଣବୀରଙ୍କୁ ତାଙ୍କ ନୁ୍ୟଡ୍ ଫଟୋ ପାଇଁ ବିଭିନ୍ନ ମହଲରୁ କଡା ସମାଲୋଚନା କରାଯାଉଛି । କିନ୍ତୁ କେତେଜଣ ବଲିଉଡ କଳାକାର ଯଥା ଆମିର ଖାନ୍, ଆଲିଆ ଭଟ୍ଟ, ବିଦ୍ୟା ବାଲାନ, ଅର୍ଜୁନ କପୁର ପ୍ରମୁଖ ରଣବୀରଙ୍କୁ ସମର୍ଥନ କରିଥିବା ଜଣାପଡିଛି । ଆଗକୁ ରଣବୀର ରୋହିତ ସେଟ୍ଟୀଙ୍କ ସିନେମା କିର୍କୁସରେ ନଜର ଆସିବେ । ଏହି ସିନେମାରେ ରଣବୀର ପୁଜା ହେଗଡେ ଓ ଜାକଲିନଙ୍କ ସହିତ ସ୍କ୍ରିନ୍ ସେୟାର କରିବେ । ସେହିଭଳି ଆଲିଆଙ୍କ ସହିତ ରକି ଓ ରାନି କି ପ୍ରେମ କାହାନୀରେ ମଧ୍ୟ ରଣବୀର ନଜର ଆସିବେ ।




