ଫିଲ୍ମ ହିରାମଣ୍ଡିରେ ନଜର ଆସିବେ ମୁମତାଜ୍‌ !

ମୁମ୍ୱାଇ: ଜୁଲାଇ ୧୨: ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ହିରାମଣ୍ଡି ନିର୍ମାଣ ପୂର୍ବରୁ ମଧ୍ୟ ବେଶ୍‌ ଚର୍ଚ୍ଚାରେ । ନେଟଫ୍ଲିକ୍ସରେ ଏହି ସିରିଜ୍‌ ଆସିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ଏବେ ଭନସାଲୀଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ସେ ମନୀଷା କୋଇରାଲା ଏବଂ ମୁମତାଜଙ୍କ ସହ ଦେଖାଯାଇଛନ୍ତି । ସଞ୍ଜୟଙ୍କ ସହ ମୁମତାଜଙ୍କ ଫଟୋ ଦେଖି କଳ୍ପନା କରାଯାଉଛି ଯେ ତାଙ୍କୁ ହିରାମଣ୍ଡିରେ ଦେଖିବାକୁ […]

Samaya Live Picture
Published On

ମୁମ୍ୱାଇ: ଜୁଲାଇ ୧୨: ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ହିରାମଣ୍ଡି ନିର୍ମାଣ ପୂର୍ବରୁ ମଧ୍ୟ ବେଶ୍‌ ଚର୍ଚ୍ଚାରେ । ନେଟଫ୍ଲିକ୍ସରେ ଏହି ସିରିଜ୍‌ ଆସିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ଏବେ ଭନସାଲୀଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ସେ ମନୀଷା କୋଇରାଲା ଏବଂ ମୁମତାଜଙ୍କ ସହ ଦେଖାଯାଇଛନ୍ତି । ସଞ୍ଜୟଙ୍କ ସହ ମୁମତାଜଙ୍କ ଫଟୋ ଦେଖି କଳ୍ପନା କରାଯାଉଛି ଯେ ତାଙ୍କୁ ହିରାମଣ୍ଡିରେ ଦେଖିବାକୁ ମିଳିବ । ମନୀଷା କୋଇରାଲା ଫଟୋକୁ ସେଆର କରି କ୍ୟାପସନରେ ଲେଖିଛନ୍ତି, ବଲିଉଡର ଲେଜେଣ୍ଡଙ୍କ ସହିତ ରହିବାକୁ ମୁଁ ଭଲପାଏ । ତେବେ ସମସ୍ତେ ତାଙ୍କର ଏହି ଫଟୋରେ ନିଜର ପ୍ରତିକ୍ରିୟା ବି ଦେଇଛନ୍ତି । ଏହା ବ୍ୟତୀତ ଅନେକ ପ୍ରଶଂସକ ପ୍ରଶ୍ନ କରିଛନ୍ତି ଯେ ମୁମତାଜ େୱବ୍‌ ସିରିଜ୍‌ ହିରାମଣ୍ଡିରେ କାମ କରୁଛନ୍ତି କି ? ତେବେ ଏହି ପ୍ରଶ୍ନର ଉତ୍ତର କେହି ବି ଦେଇନାହାନ୍ତି । ଆଗକୁ ଏମାନଙ୍କର ଅପୂର୍ବ ସଙ୍ଗମ ଦେଖିବାକୁ ଦର୍ଶକମାନେ ଚାହିଁ ରହିଛନ୍ତି ।