ହସ୍ପିଟାଲରେ ଡିସ୍କୋ କିଙ୍ଗ୍ ମିଥୁନ ଚକ୍ରବର୍ତ୍ତୀ
ନୂଆଦିଲ୍ଳୀ: ମଇ ୦୩: ହସ୍ପିଟାଲରେ ପଡିଛନ୍ତି ଡିସ୍କୋ କିଙ୍ଗ ମିଥୁନ ଚକ୍ରବର୍ତ୍ତୀ । ବଲିଉଡ ଭେଟେରାନ ଅଭିନେତା ମିଥୁନ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଛି। ତେବେ ନିକଟରେ ମିଥୁନ୍ଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ଗୁଜବ ଉଠିଥିଲା। ଏହାର ଜବାବ ଦେଇଛନ୍ତି ପୁଅ ମିମୋ ଚକ୍ରବର୍ତ୍ତୀ । ସେ କହିଛନ୍ତି କି ତାଙ୍କ ପିତା ଷ୍ଟୋନ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ କିଡନୀରେ ଏକ ଷ୍ଟୋନ ଚିହ୍ନଟ ହୋଇଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ […]
ନୂଆଦିଲ୍ଳୀ: ମଇ ୦୩: ହସ୍ପିଟାଲରେ ପଡିଛନ୍ତି ଡିସ୍କୋ କିଙ୍ଗ ମିଥୁନ ଚକ୍ରବର୍ତ୍ତୀ । ବଲିଉଡ ଭେଟେରାନ ଅଭିନେତା ମିଥୁନ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଛି। ତେବେ ନିକଟରେ ମିଥୁନ୍ଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ଗୁଜବ ଉଠିଥିଲା। ଏହାର ଜବାବ ଦେଇଛନ୍ତି ପୁଅ ମିମୋ ଚକ୍ରବର୍ତ୍ତୀ । ସେ କହିଛନ୍ତି କି ତାଙ୍କ ପିତା ଷ୍ଟୋନ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ କିଡନୀରେ ଏକ ଷ୍ଟୋନ ଚିହ୍ନଟ ହୋଇଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ଏହା ସହ ସେ କିହଛନ୍ତି କି ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ତାଙ୍କୁ ବାଙ୍ଗାଲୋରର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ମିଥୁନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି । ନିକଟରେ ତାଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ତାଙ୍କ ଫ୍ୟାନମାନେ ଆତଙ୍କିତ ହୋଇଥିଲେ । ତେବେ ବର୍ତ୍ତମାନ ସେ ସମ୍ପୂର୍ଣ ସୁସ୍ଥ ଥିବା କହିଛନ୍ତି ମିଥୁନଙ୍କ ପୁଅ ମିମୋ ଚକ୍ରବର୍ତ୍ତୀ ।




