୨୩ ବର୍ଷ ପରେ ବିବାହ

୨୩ ବର୍ଷ ପରେ ବିବାହ
Ipsita Picture
By: Ipsita

 

Read More ସେଲିନାଙ୍କ  ଅଭିଯୋଗ

ନିକଟରେ ବିବାହକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଅଶ୍ଲେଶା ଶାୱନ୍ତ । ୨୩ ବର୍ଷର ଦୀର୍ଘ ପ୍ରେମ ସମ୍ପର୍କ ପରେ ଅଭିନେତ୍ରୀ ନିଜର ପ୍ରେମିକ ସନ୍ଦିପ ବାସୱାନଙ୍କ ସହିତ ବିବାହ କରିଛନ୍ତି ।

Read More ବଲିଉଡରେ ବି ସମାନ ସ୍ଥିତି

ସେଲିବ୍ରେଟିମାନଙ୍କର ବିବାହ ସବୁବେଳେ ଖୁବ ଚର୍ଚ୍ଚାରେ ରହିଥାଏ । ହେଲେ ନିକଟରେ ଜଣେ ଟେଲି ଅଭିନେତା ଓ ଅଭିନେତ୍ରୀଙ୍କ ବିବାହ ଖୁବ ଚର୍ଚ୍ଚାରେ ରହିଛି । ଏହି କପଲ ପ୍ରେମ ସମ୍ପର୍କର ୨୩ବର୍ଷ ପରେ ବିବାହ କରିଛନ୍ତି, ଯେଉଁଥିପାଇଁ ଏହା ବେଶି ଚର୍ଚ୍ଚାରେ ଅଛି । ତାଙ୍କ ବିବାହରେ ପୂରା ଟେଲି ଇଣ୍ଡଷ୍ଟ୍ରୀ ଶୁଭେଚ୍ଛା ଜଣାଇବାରେ ଲାଗିଛି । ତେବେ ଅଶ୍ଲେଶା ନିଜ ଅଭିନୟ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ୧୯୮୪ରେ ମହାରାଷ୍ଟ୍ରରେ ଜନ୍ମିତ ଅଶ୍ଲେଶା ୨୦୦୨ରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ନିଜର କ୍ୟାରିୟରର ଆରମ୍ଭ ସେ ପରିଚିତ ଶୋ କ୍ୟୁଁ ସାସ୍ ଭି କଭି ବୋହୁ ଥିରୁ ଆରମ୍ଭ କରିଥିଲେ । ଏହି ହିଟ୍ ଧାରାବାହିକରେ ଅଭିନୟ କରିବା ପରେ ଆଉ ପଛକୁ ଫେରି ଚାହି ନାହାନ୍ତି ଅଶ୍ଲେଶା । ଏହାପରେ ଗୋଟିଏ ପରେ ଗୋଟିଏ ହିଟ ଧାରାବାହିକରେ ଅଭିନୟ କରି ସମସ୍ତଙ୍କ ମନ ମୋହିଛନ୍ତି ସେ । ଏହାପରେ ତାଙ୍କୁ ଧାରାବାହିକ ସାତ ଫେରେ ସଲୋନି କା ସଫରରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ତାଙ୍କ ଚରିତ୍ର ସମସ୍ତେ ଖୁବ ଭଲ ପାଇବା ଦେଇଥିଲେ । ସବୁଠାରୁ ଅଧିକ ଫେମ୍ ତାଙ୍କୁ ମିଳିଥିଲା ଧାରାବାହିକ କୁମ କୁମ ଭାଗ୍ୟରୁ । ଏଥିରେ ତାଙ୍କ ଚରିତ୍ରକୁ ଦର୍ଶକ ଖୁବ ଭଲପାଇବା ଦେଇଥିଲେ । ବର୍ତ୍ତମାନର ଏକ ସୁପରହିଟ ଶୋ ଅନୁପମାରେ ମଧ୍ୟ ଦର୍ଶକ ତାଙ୍କୁ ଦେଖିବାକୁ ପାଇଥିଲେ । କେବଳ ଟେଲିଭିଜନ ନୁହେଁ ବଡପରଦାରେ ମଧ୍ୟ ନିଜର ଜଲୱା ଦେଖାଇଥିଲେ ଅଶ୍ଲେଶା । ୨୦୨୨ରେ ତାଙ୍କୁ ଫିଲ୍ମ ହରିୟାନାରେ ଦର୍ଶକ ଦେଖିଥିଲେ । ଏହି ଫିଲ୍ମ ଜରିଆରେ ସେ ବଲିଉଡ ଡେବ୍ୟୁ କରିଥିଲେ । ସ୍କୁଲ ଜୀବନରୁ ନିଜର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ ଅଶ୍ଲେଶା । ଦ୍ବାଦଶ ଶ୍ରେଣୀରେ ପଢୁଥିବାବେଳେ ସ୍ଥାନୀୟ ଅଞ୍ଚଳରେ ହେଉଥିବା ମଡେଲିଂ ପ୍ରତିଯୋଗିତାରେ ଭାଗ ନେବା ଆରମ୍ଭ କରିଥିଲେ । ଏଥିପାଇଁ ସେ ଟ୍ରେନିଂ ନେବା ମଧ୍ୟ ଆରମ୍ଭ କରିଥିଲେ । ଯାହାପରେ ତାଙ୍କୁ ଅଫର ଆସିବା ଆରମ୍ଭ ହୋଇଥିଲା । ଏହାର କିଛିଦିନ ପରେ ସେ ମୁମ୍ବାଇ ଚାଲିଆସିଥିଲେ । ଏହାପରେ ତାଙ୍କୁ ପ୍ରଥମେ କସୌଟି ଜିନ୍ଦେଗୀ କିରେ ଏକ ଛୋଟ ଚରିତ୍ରରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା । ଏହାପରେ ତାଙ୍କୁ କ୍ୟୁଁ କି ଓ କମାଲରେ ସୁଯୋଗ ମିଳିଥିଲା । ଅନେକ ଗୁଡିଏ ଧାରାବାହିକରେ ଅଭିନୟ କରି ସେ ଟିଭି ଦୁନିଆର ପରିଚିତ ଚେହେରା ପାଲଟି ଯାଇଥିଲେ । ଏହି ଧାରାବାହିକରେ ଅଭିନୟ ସମୟରେ ହିଁ ସେ ଅଭିନେତା ସନ୍ଦିପଙ୍କ ସହିତ ଦେଖା ହୋଇଥିଲେ । ଯାହାପରେ ଉଭୟ ୨୦୦୪ରୁ ପ୍ରେମ ସମ୍ପର୍କରେ ରହିଥିଲେ । ତେବେ ସମ୍ପର୍କର ୨୩ ବର୍ଷ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି, ଯାହା ତାଙ୍କ ପରିବାର ସହିତ ଫ୍ୟାନଙ୍କୁ ମଧ୍ୟ ଖୁସି ଦେଇଛି ।

Read More ବାହାହେବେନି ନବ୍ୟା !

Tags: Bollywood

Related Posts