ଅନେକ ରହିଛନ୍ତି ତାଲିକାରେ
ଦୁଷ୍ଟ ନାୟକ
ବଲିଉଡରେ ଖଳନାୟକ ଭୂମିକାର ଚାର୍ମ ଯେପରି ଖୁବ ନିଆରା । ଅନେକ ବଡବଡ ହିରୋ ଏହି ଚାର୍ମରେ ଭାଗ ହୋଇ ନିଜର ଭର୍ସାଟାଇଲ ଅଭିନୟ ଦର୍ଶକଙ୍କ ପାଖରେ ପହଞ୍ଚାଇଛନ୍ତି । ଏହି ତାଲିକାରେ ସାମିଲ ଅଛନ୍ତି ଆର ମାଧବନ, ଅକ୍ଷୟ କୁମାର, ବିବେକ ଓବରାୟ , ଅର୍ଜୁନ କପୁର, ରିତେଶ ଦେଶମୁଖ, ଜନଆବ୍ରାହମଙ୍କ ଭଳି ଅନେକ ଅଭିନେତା । ସୁପରଷ୍ଟାର ଅକ୍ଷୟ କୁମାରଙ୍କର ୨ ପଏଣ୍ଟ ୦ ଫିଲ୍ମର ଚରିତ୍ର ଲୋକଙ୍କ ଭିତରେ ଆଜି ବି ଜୀବନ୍ତ । ଏଥିରେ ଦର୍ଶକ ତାଙ୍କୁ ଏକ ନିଆରା ସ୍ବତନ୍ତ୍ର ଚରିତ୍ରରେ ଦେଖିବାକୁ ପାଇଥିଲେ । ସେହିଭଳି ସବୁବେଳେ ଶାନ୍ତ ସରଳ ଚରିତ୍ରରେ ଅଭିନୟ କରୁଥିବା ଆର ମାଧବନ ସୈତାନ ସିରିଜରେ ସମସ୍ତଙ୍କୁ ଚମକାଇ ଦେଇଥିଲେ । ତାଙ୍କ ଖଳନାୟକ ଭୂମିକାକୁ ଦର୍ଶକ ଖୁବ ଭଲ ପାଇବା ଦେଇଥିଲେ । ଏଥିରେ ତାଙ୍କୁ ଏକ ଭର୍ସାଟାଇଲ ଚରିତ୍ରରେ ଫ୍ୟାନମାନେ ଦେଖିଥିଲେ । ଆଉଜଣେ ଷ୍ଟାର ହେଲେ ରିତେଶ ଦେଶମୁଖ ଯାହାଙ୍କୁ ଏକ ଭିଲେନ ଓ ମହାରଜଭନ ଭଳି ଫିଲ୍ମରେ ଖଳନାୟକ ଭୂମିକାରେ ଦର୍ଶକ ଦେଖିଥିଲେ । ଏହି ସମସ୍ତ ପ୍ରୋଜେକ୍ଟରେ ସେ ନିଜର ଭର୍ସାଟାଇଲ ଅଭିନୟ ସାହାଯ୍ୟରେ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇ ପାରିଥିଲେ । ଏଭଳି ଯେତେବେଳେ ବି ପରଦାରେ ହିରୋମାନେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି ସେମାନଙ୍କୁ ଦର୍ଶକ ଭଲପାଇବା ଦେଇଛନ୍ତି ।




