ଚର୍ଚ୍ଚାରେ କାଶ୍ମୀର ଫାଇଲ୍ସ

ମୁମ୍ବାଇ: ମାର୍ଚ୍ଚ ୧୪: କାଶ୍ମୀର ଫାଇଲ୍ସ ଏକ ଅତ୍ୟାଚାର ଆଉ ବର୍ବରତାର କାହାଣୀ। ବଡ଼ ପରଦାରେ ରିଲିଜ୍ ହେଇଥିବା ଏହି ଫିଲ୍ମକୁ ଏବେ ଚାରି ଆଡୁ ମିଳିଛି ପ୍ରଶଂସା । ରିଲିଜ୍ର ମାତ୍ର ଗୋଟିଏ ଦିନରେ ସାରା ଦେଶରେ ଏହା ଚହଳ ପକାଇଛି। ଏଥିରେ ଏପରି କିଛି ସତ ଘଟଣାକୁ ଦର୍ଶାଯାଇଛି ଯାହା ବୋଧେ ଆପଣ କେବେ କଳ୍ପନା ବି କରିନଥିବେ। ଆଖି ସାମ୍ନାରେ ହତ୍ୟା, ବର୍ବରତା ବୟାନ କରିବା କଷ୍ଟକର। ଭାରତ, ଆମ ଦେଶ ଯେଉଁଠି […]

Samaya Live Picture
Published On

ମୁମ୍ବାଇ: ମାର୍ଚ୍ଚ ୧୪: କାଶ୍ମୀର ଫାଇଲ୍ସ ଏକ ଅତ୍ୟାଚାର ଆଉ ବର୍ବରତାର କାହାଣୀ। ବଡ଼ ପରଦାରେ ରିଲିଜ୍ ହେଇଥିବା ଏହି ଫିଲ୍ମକୁ ଏବେ ଚାରି ଆଡୁ ମିଳିଛି ପ୍ରଶଂସା । ରିଲିଜ୍ର ମାତ୍ର ଗୋଟିଏ ଦିନରେ ସାରା ଦେଶରେ ଏହା ଚହଳ ପକାଇଛି। ଏଥିରେ ଏପରି କିଛି ସତ ଘଟଣାକୁ ଦର୍ଶାଯାଇଛି ଯାହା ବୋଧେ ଆପଣ କେବେ କଳ୍ପନା ବି କରିନଥିବେ। ଆଖି ସାମ୍ନାରେ ହତ୍ୟା, ବର୍ବରତା ବୟାନ କରିବା କଷ୍ଟକର। ଭାରତ, ଆମ ଦେଶ ଯେଉଁଠି ଆମେ ୪୭’ରୁ ସ୍ଵାଧୀନ ହେଇଛୁ ବୋଲି କହୁ। କାଶ୍ମୀରକୁ ସ୍ୱର୍ଗର ମାନ୍ୟତା ଦେଇଛୁ, ସେଠି କିପରି ଏସବୁ ହେଇଗଲା! ଆଉ ତାକୁ ଏତେ ବର୍ଷ ଯାଏଁ ନ୍ୟାୟ ତ ଦୂରର କଥା, ଏ ସଂପର୍କରେ ଲୋକଙ୍କୁ ଅବଗତ ବି କରାଗଲାନି ! ଅତି ନିଖୁଣ ଆଉ ଧୈର୍ଯ୍ୟର ସହ ସିନେମାକୁ ନିର୍ମାଣ କରାଯାଇଛି। ବିନା କୌଣସି ରାଜନୀତି କିମ୍ବା ଦଳକୁ ସମର୍ଥନ କରି, ପ୍ରତିଟି ବସ୍ତୁ, ସ୍ଥାନ, କାଳ, ପାତ୍ରକୁ ଏକଜୁଟ କରି ପ୍ରକୃତ ଘଟଣାକୁ ଅବିକଳ ପ୍ରସ୍ତୁତ କରାଯାଇଛି।