କଣ୍ଟ୍ରୋଭର୍ସି କୁଇନ୍ ନୂଆ ମାମଲା

ମୁମ୍ବାଇ: ମାର୍ଚ୍ଚ ୨୫: ବଲିଉଡର କଣ୍ଟ୍ରୋଭର୍ସି କୁଇନ୍ଙ୍କର ନୂଆ ବିବାଦ । ତେବେ ଏଥର ସଙ୍ଗୀତକାର ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ମାନହାନୀ କେସ୍ କରିଛନ୍ତି । ଏହି କେସରେ କୋର୍ଟ କଙ୍ଗନାଙ୍କ ଉପରେ ବର୍ଷିଛନ୍ତି। ନିକଟରେ କଙ୍ଗନା ଆନ୍ଧରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଶୁଣାଣି ସମୟରେ ତାଙ୍କୁ ହାଜର ହେବାକୁ ସ୍ଥାୟୀ ଛାଡ ଦିଆଯାଉ ବୋଲି ସେ ତାଙ୍କ ଆବେଦନରେ କହିଥିଲେ। ହେଲେ କୋର୍ଟ କଙ୍ଗନାଙ୍କ ଏହି ଆବେଦନକୁ ଖାରଜ […]

Samaya Live Picture
Published On

ମୁମ୍ବାଇ: ମାର୍ଚ୍ଚ ୨୫: ବଲିଉଡର କଣ୍ଟ୍ରୋଭର୍ସି କୁଇନ୍ଙ୍କର ନୂଆ ବିବାଦ । ତେବେ ଏଥର ସଙ୍ଗୀତକାର ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ମାନହାନୀ କେସ୍ କରିଛନ୍ତି । ଏହି କେସରେ କୋର୍ଟ କଙ୍ଗନାଙ୍କ ଉପରେ ବର୍ଷିଛନ୍ତି। ନିକଟରେ କଙ୍ଗନା ଆନ୍ଧରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଶୁଣାଣି ସମୟରେ ତାଙ୍କୁ ହାଜର ହେବାକୁ ସ୍ଥାୟୀ ଛାଡ ଦିଆଯାଉ ବୋଲି ସେ ତାଙ୍କ ଆବେଦନରେ କହିଥିଲେ। ହେଲେ କୋର୍ଟ କଙ୍ଗନାଙ୍କ ଏହି ଆବେଦନକୁ ଖାରଜ କରିଛନ୍ତି । ଏହି ଘଟଣାରେ ସ୍ଥାୟୀ ଛାଡ ପାଇଁ ଅଭିନେତ୍ରୀଙ୍କୁ ତାଗିଦ କରିଛନ୍ତି। କୋର୍ଟ କହିଛନ୍ତି ଅଭିନେତ୍ରୀ ତାଙ୍କର ବୃତ୍ତିଗତ କାର୍ଯ୍ୟ ହେତୁ ବ୍ୟସ୍ତ ଥାଇପାରନ୍ତି, କିନ୍ତୁ ସେ ଭୁଲନ୍ତୁ ନି ଯେ ସେ ମଧ୍ୟ ଏହି ମାମଲାରେ ଜଣେ ଅଭିଯୁକ୍ତ। ଉଲ୍ଲେଖଯୋଗ୍ୟ, ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରେ କଙ୍ଗନା ଏକ ଇଣ୍ଟରଭ୍ୟୁ ଦେଇଥିଲେ। ଏଥିରେ କଙ୍ଗନା ଜାଭେଦ ଅଖତରଙ୍କୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ, ବଲିଉଡର ସୁସାଇଡ୍ ଗ୍ୟାଙ୍ଗ ସହ ଜାଭେ ଅଖତରଙ୍କ ସମ୍ପର୍କ ରହିଛି, ଯେଉଁମାନେ କି ଆଉଟ ସାଇଡରଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇଥାନ୍ତି। ଏହି ବୟାନ ପରେ ଜାଭେଦ ତାଙ୍କ ଭାବମୂର୍ତ୍ତି ଖରପ କରିଥିବା ଅଭିଯୋଗରେ କଙ୍ଗନାଙ୍କ ବିରୋଧରେ ମାଜିଷ୍ଟ୍ରେଟ୍ କୋର୍ଟରେ ମାନହାନୀ ମାମଲା ରୁଜୁ କରିଥିଲେ।