ଜଷ୍ଟିନ ବିବରଙ୍କୁ ହେଇଛି ରାମସେ ହଣ୍ଟ ସିଣ୍ଡ୍ରୋମ

ନୂଆଦିଲ୍ଲୀ: ଜୁନ ୧୧: ହଲିଉଡର ଫେମସ ସିଙ୍ଗର ଜଷ୍ଟିନ ବିବର ଏବେ ଟିକେ ଅସୁସ୍ଥ ହୋଇପଡିଛନ୍ତି । ଲଗାତାର କନସର୍ଟ କରୁଥିବା ଏହି କଣ୍ଠଶିଳ୍ପୀ ଏବେ ବିଶ୍ରାମ ନେଉଛନ୍ତି । କାରଣ ସେ ଏବେ ଭୟଙ୍କର ରୋଗରେ ପୀଡିତ ଅଛନ୍ତି । ସୋସିଆଲ ମିଡିଆରେ ଜଷ୍ଟିନ ସେୟାର କରି କହିଛନ୍ତି ଯେ, ସେ ଏବେ ରାମସେ ହଣ୍ଟ ସିଣ୍ଡ୍ରୋମ ନାମରେ ରୋଗରେ ପୀଡିତ ଅଛନ୍ତି । ଯେଉଁଥିପାଇଁ ତାଙ୍କ ମୁହଁରେ ପାରାଲିସିସି ହୋଇଯାଇଛି । ଇନଷ୍ଟାରେ ଜଷ୍ଟିନ […]

Samaya Live Picture
Published On

ନୂଆଦିଲ୍ଲୀ: ଜୁନ ୧୧: ହଲିଉଡର ଫେମସ ସିଙ୍ଗର ଜଷ୍ଟିନ ବିବର ଏବେ ଟିକେ ଅସୁସ୍ଥ ହୋଇପଡିଛନ୍ତି । ଲଗାତାର କନସର୍ଟ କରୁଥିବା ଏହି କଣ୍ଠଶିଳ୍ପୀ ଏବେ ବିଶ୍ରାମ ନେଉଛନ୍ତି । କାରଣ ସେ ଏବେ ଭୟଙ୍କର ରୋଗରେ ପୀଡିତ ଅଛନ୍ତି । ସୋସିଆଲ ମିଡିଆରେ ଜଷ୍ଟିନ ସେୟାର କରି କହିଛନ୍ତି ଯେ, ସେ ଏବେ ରାମସେ ହଣ୍ଟ ସିଣ୍ଡ୍ରୋମ ନାମରେ ରୋଗରେ ପୀଡିତ ଅଛନ୍ତି । ଯେଉଁଥିପାଇଁ ତାଙ୍କ ମୁହଁରେ ପାରାଲିସିସି ହୋଇଯାଇଛି । ଇନଷ୍ଟାରେ ଜଷ୍ଟିନ ଲେଖିଛନ୍ତି ଯେ, ବର୍ତ୍ତାମନ ସେ ତାଙ୍କର ସମସ୍ତ ଶୋକୁ କ୍ୟାନସଲ୍‌ କରିଛନ୍ତି । ଭିଡିଓ ସେୟାର କରି କହିଛନ୍ତି ଯେ, ଭାଇରସ କାରଣରୁ ମୋତେ ଏହି ରୋଗ ହୋଇଛି । ଏହି ରୋଗ ଏମିତି ପ୍ରଭାବ ପକାଇଛି ଯେ, ମୋ ମୁହଁ ଏବଂ ଶିରାରେ ଏହା ଅଟକିଛି । ଯେଉଁଥିପାଇଁ ମୋ ମୁହଁରେ ପାରାଲିସସ୍‌ ହୋଇଛି । ଭିଡିଓରେ ସେ କହିଛନ୍ତି ଯେ, ତୁମେ ଦେଖି ପାରୁଥିବ କିପରି ମୋର ଗୋଟିଏ ଆଖି ଲାଖି ଯାଉଛି । ଯେତେ ଚେଷ୍ଟା କଲେ ବି ଉପରକୁ ଉଠୁନି । ଆହୁରି ମଧ୍ୟ ଆଉ ଗୋଟିଏ ପାଶ୍ୱର୍ରୁ ମୁ ହସି ପାରୁନି । ସେପଟେ ଜଷ୍ଟିନ ବିବରଙ୍କ ସୋ କ୍ୟାନସେଲ ହେବା ପରେ ଫ୍ୟାନ୍ସ ମହଲରେ ଦୁଃଖ ଦେଖାଦେଇଛି । କାରଣ ସେ ଏବେ କନସର୍ଟ କରିବା ପାଇଁ ସକ୍ଷମ ନୁହଁନ୍ତି ।