ଘୁଞ୍ଚିଲା ଫିଲ୍ମ ଜର୍ସିର ରିଲିଜ ଡେଟ୍
ମୁମ୍ବାଇ: ଅପ୍ରେଲ ୧୧: ବହୁ ପ୍ରତୀକ୍ଷିତ ଫିଲ୍ମ ଜର୍ସିର ଘୁଞ୍ଚିଲା ରିଲିଜ ଡେଟ୍ । ଏହି ଚଳଚ୍ଚିତ୍ରଟି ୧୪ ଏପ୍ରିଲରେ ରିଲିଜ୍ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ୨୨ ଏପ୍ରିଲରେ ପ୍ରେକ୍ଷାଳୟକୁ ଆସିବ । ଚଳଚ୍ଚିତ୍ର ସମାଲୋଚକ ତରନ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ବକ୍ସ ଅଫିସରେ କଲେକ୍ସନ ପାଇଁ ଫିଲ୍ମର ନିର୍ମାତା ଏପରି କରିଥିବା କୁହାଯାଉଛି। କହିବାକୁ ଗଲେ, ଥାଲାପାଥି ବିଜୟଙ୍କ ବିଷ୍ଟ ଏପ୍ରିଲ ୧୩ ରେ ଏବଂ ୟଶଙ୍କ […]
ମୁମ୍ବାଇ: ଅପ୍ରେଲ ୧୧: ବହୁ ପ୍ରତୀକ୍ଷିତ ଫିଲ୍ମ ଜର୍ସିର ଘୁଞ୍ଚିଲା ରିଲିଜ ଡେଟ୍ । ଏହି ଚଳଚ୍ଚିତ୍ରଟି ୧୪ ଏପ୍ରିଲରେ ରିଲିଜ୍ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ୨୨ ଏପ୍ରିଲରେ ପ୍ରେକ୍ଷାଳୟକୁ ଆସିବ । ଚଳଚ୍ଚିତ୍ର ସମାଲୋଚକ ତରନ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ବକ୍ସ ଅଫିସରେ କଲେକ୍ସନ ପାଇଁ ଫିଲ୍ମର ନିର୍ମାତା ଏପରି କରିଥିବା କୁହାଯାଉଛି। କହିବାକୁ ଗଲେ, ଥାଲାପାଥି ବିଜୟଙ୍କ ବିଷ୍ଟ ଏପ୍ରିଲ ୧୩ ରେ ଏବଂ ୟଶଙ୍କ ଫିଲ୍ମ କେଜିଏଫ୍ ପାର୍ଟ -୨ ଏପ୍ରିଲ ୧୪ରେ ରିଲିଜ ହେଉଛି। ଏହି ଦୁଇଟି ଚଳଚ୍ଚିତ୍ର ଜର୍ସି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିଲା । କିନ୍ତୁ ଏପରି ହାଇ ବଜେଟ୍ ଓ ସାଉଥ୍ ସୁପରଷ୍ଟାରଙ୍କ ସହ ଲଢେଇ କରିବା ଅପେକ୍ଷା ଫିଲ୍ମର ରିଲିଜ ଡେଟକୁ ଘୁଞ୍ଚାଇବାର ନିଷ୍ପତ୍ତି ନେଇଛନ୍ତି ନିର୍ମାତା।




