ମୁକ୍ତିଲାଭ କଲା ‘ଇନସାଇଡ୍‌ ଏଜ’ର ସିଜନ୍‌-୩

ମୁମ୍ବାଇ : ଡିସେମ୍ବର ୦୩: ବହୁ ପ୍ରତୀକ୍ଷିତ ସିରିଜ୍‌ ମଧ୍ୟରୁ ଏକ ‘ଇନସାଇଡ୍‌ ଏଜ’ର ସିଜନ-୩ ଆଜି ମୁକ୍ତିଲାଭ କରିଛି । ରିଲିଜ୍‌ ପୂର୍ବରୁ ହିଁ ଏହି ଶୋ ପ୍ରଶଂସକ ଏବଂ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଏହା ଖେଳ ଉପରେ ଆଧାରିତ ଏକ େୱବ୍‌ ସିରିଜ୍‌ । ଏହାର ପୂର୍ବ ୨ଟି ସିଜନ ମଧ୍ୟ ସୁପରହିଟ୍‌ ରହିଛି । ତୃତୀୟ ସଂସ୍କରଣରେ ସିନେ ଏବଂ ଟେଲିଭିଜନ ଦୁନିଆର ବଳିଷ୍ଠ କଳାକାର ନଜର ଆସିଛନ୍ତି […]

Samaya Live Picture
Published On

ମୁମ୍ବାଇ : ଡିସେମ୍ବର ୦୩: ବହୁ ପ୍ରତୀକ୍ଷିତ ସିରିଜ୍‌ ମଧ୍ୟରୁ ଏକ ‘ଇନସାଇଡ୍‌ ଏଜ’ର ସିଜନ-୩ ଆଜି ମୁକ୍ତିଲାଭ କରିଛି । ରିଲିଜ୍‌ ପୂର୍ବରୁ ହିଁ ଏହି ଶୋ ପ୍ରଶଂସକ ଏବଂ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଏହା ଖେଳ ଉପରେ ଆଧାରିତ ଏକ େୱବ୍‌ ସିରିଜ୍‌ । ଏହାର ପୂର୍ବ ୨ଟି ସିଜନ ମଧ୍ୟ ସୁପରହିଟ୍‌ ରହିଛି । ତୃତୀୟ ସଂସ୍କରଣରେ ସିନେ ଏବଂ ଟେଲିଭିଜନ ଦୁନିଆର ବଳିଷ୍ଠ କଳାକାର ନଜର ଆସିଛନ୍ତି ।

ମୁକ୍ତିଲାଭ କଲା ‘ଇନସାଇଡ୍‌ ଏଜ’ର ସିଜନ୍‌-୩

ଏଥିରେ ବିବେକ ଓବରାୟ, ଅକ୍ଷୟ ଓବରାୟ, ଫୋର୍‌ ମୋର୍‌ ସଟ୍‌ସ ଫେମ୍‌ ସୟାନୀ ଗୁପ୍ତା, ଋଚା ଚଡ୍‌ଢା, ଅଙ୍ଗଦ ବେଦୀ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଅଭିନୟ କରୁଛନ୍ତି । ଖେଳ ପଛରେ ଖେଳର ନୂଆ ସ୍ତରକୁ ଏହି େୱବ୍‌ସିରିଜ୍‌ରେ ଦର୍ଶାଯାଇଛି । ନୂଆ ସିଜନ କ୍ରିକେଟର ଖେଳ ମଇଦାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏନେଇ ବିବେକ ଓବରାୟ ନିକଟରେ େୱବସିରିଜ୍‌ର ତୃତୀୟ ସିଜନ ସମ୍ପର୍କରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଲାଗୁଛି ଯେ ଯେମିତି ଗତକାଲି ପରି ସେମାନେ ପ୍ରଥମ ଥର ପାଇଁ ଏହି ଦମଦାର ସିରିଜ୍‌ ପାଇଁ ଏକାଠି ହୋଇଥିଲେ ଏବଂ ବର୍ତ୍ତମାନ ତୃତୀୟ ସିଜନ ରିଲିଜ ପାଇଁ ପ୍ରସ୍ତୁତ ।

ମୁକ୍ତିଲାଭ କଲା ‘ଇନସାଇଡ୍‌ ଏଜ’ର ସିଜନ୍‌-୩

ଏହି ସିଜନରେ ପ୍ରତି ମୁହୂର୍ତ୍ତରେ ଟ୍ୱିଷ୍ଟ ଭରି ରହିଛି ଏବଂ ପ୍ରତିଟି ନୂଆ ଚରିତ୍ର ସହ ଲୁଚିଥିବା ସତ୍ୟ ଏହାକୁ ଅଧିକ ମଜାଦାର କରୁଛି । ତୃତୀୟ ସିଜନରେ ଆହୁରି ଅଧିକ ସରପ୍ରାଇଜ୍‌, ରହସ୍ୟ ଏବଂ ମନୋରଞ୍ଜନ ରହିଛି, ଯାହା ପ୍ରତିମୁହୂର୍ତ୍ତରେ ନାଟକୀୟ ମୋଡ଼ ନେଉଛି । ଏହାସହ ପ୍ରଥମ ସିଜନ ପରି ତୃତୀୟକୁ ମଧ୍ୟ ଦର୍ଶକମାନେ ବହୁତ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି । ଏହାପୂର୍ବରୁ େୱବ୍‌ସିରିଜ୍‌ର ଟ୍ରେଲରକୁ ଦର୍ଶକମାନେ ଖୁବ ପ୍ରଶଂସା କରିଛନ୍ତି । ଏହାକୁ କରନ ଅଂଶୁମନଙ୍କ ଦ୍ୱାରା ନିର୍ମିତ ହୋଇଥିବା ବେଳେ କନିଷ୍କ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି । ଇନସାଇଡ୍‌ ଏଜ୍‌ର ପ୍ରିମିୟର ଆମାଜନ ପ୍ରାଇମ୍‌ ଭିଡିଓରେ ମୁକ୍ତିଲାଭ କରିଛି ।