ଇନ୍ଦିରାଙ୍କ ଚରିତ୍ରରେ ଫାତିମା

ବଲିଉଡ୍‌ର ଦଙ୍ଗଲ୍‌ ଗର୍ଲ ଫାତିମା ସନା ଶେଖ୍‌ଙ୍କ ହାତରେ ବର୍ତ୍ତମାନ ଅନେକ ଭଲ ପ୍ରୋଜେକଫ ରହିଛି । ଫାତିମା ଏସମସ୍ତ ପ୍ରୋଜେକଫରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରୁଛନ୍ତି । ଏଥିମଧ୍ୟରୁ ଗୋଟିଏ ହେଉଛି ଇନ୍ଦିରା ଗାନ୍ଧିଙ୍କ ଭୂମିକା । ଅଭିନେତ୍ରୀ ଫାତିମା ନିର୍ଦ୍ଦେଶକ ମେଘନା ଗୁଲଜାରଙ୍କ ଫିଲ୍ମ ‘ସାମ୍‌ ବାହାଦୂର’ରେ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ନଜର ଆସିବେ । ଏବେ ସେ ତାଙ୍କର ଏହି ରୋଲ୍‌ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ନିକଟରେ ଏକ […]

Samaya Live Picture
Published On

ବଲିଉଡ୍‌ର ଦଙ୍ଗଲ୍‌ ଗର୍ଲ ଫାତିମା ସନା ଶେଖ୍‌ଙ୍କ ହାତରେ ବର୍ତ୍ତମାନ ଅନେକ ଭଲ ପ୍ରୋଜେକଫ ରହିଛି । ଫାତିମା ଏସମସ୍ତ ପ୍ରୋଜେକଫରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରୁଛନ୍ତି । ଏଥିମଧ୍ୟରୁ ଗୋଟିଏ ହେଉଛି ଇନ୍ଦିରା ଗାନ୍ଧିଙ୍କ ଭୂମିକା । ଅଭିନେତ୍ରୀ ଫାତିମା ନିର୍ଦ୍ଦେଶକ ମେଘନା ଗୁଲଜାରଙ୍କ ଫିଲ୍ମ ‘ସାମ୍‌ ବାହାଦୂର’ରେ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ନଜର ଆସିବେ ।

ଇନ୍ଦିରାଙ୍କ ଚରିତ୍ରରେ ଫାତିମା

ଏବେ ସେ ତାଙ୍କର ଏହି ରୋଲ୍‌ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ନିକଟରେ ଏକ ଇଣ୍ଟରଭୁ୍ୟରେ ଫାତିମା ସନା ଶେଖ୍‌ ତାଙ୍କର ଏହି ଭୂମିକା ସମ୍ପର୍କରେ ଆଲୋଚନା କରି କହିଛନ୍ତି ଯେ ସେ ବର୍ତ୍ତମାନ ଇନ୍ଦିରା ଗାନ୍ଧିଙ୍କ ଶୈଶବ ଉପରେ ଲେଖାଯାଇଥିବା ପୁସ୍ତକ ପଢୁଛନ୍ତି । ସେ ଆହୁରି କହିଛନ୍ତି, ସେ ଏହି ରୋଲ୍‌ ପାଇଁ କେବଳ ଏକ ଲୁକ୍‌ ଟେଷ୍ଟ ଦେଇଥିଲେ । ସାମ୍‌ ବାହାଦୂର ଫିଲ୍ମର ଏକ ଅଂଶ ହୋଇ ସେ ଖୁବ ଉତ୍ସାହିତ କାରଣ ମେଘନ ଗୁଲଜାରଙ୍କ ପରି ନିର୍ଦ୍ଦେଶକଙ୍କ ସହ ତାଙ୍କୁ କାମ କରିବାର ସୁଯୋଗ ମିଳିଛି ।

ଇନ୍ଦିରାଙ୍କ ଚରିତ୍ରରେ ଫାତିମା

କହିବାକୁ ଗଲେ ଏହି ଫିଲ୍ମକୁ ନେଇ ମେଘନା ଗୁଲଜାରଙ୍କ ଯୋଗୁଁ ସେ ଅଧିକ ଉତ୍ସାହିତ ଅଛନ୍ତି । ଅନ୍ୟପକ୍ଷରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ଚରିତ୍ରରେ ଅବତୀର୍ଣ୍ଣ ହେବା ପାଇଁ ପ୍ରସ୍ତୁତି ଉପରେ କହିଛନ୍ତି ଯେ ସେ ଇନ୍ଦିରା ଗାନ୍ଧିଙ୍କ ପୁରୁଣା ସାକ୍ଷାତକାର ଦେଖୁଛନ୍ତି । ଏଥିସହ ପୁସ୍ତକ ପଢୁଛନ୍ତି ଏବଂ ଯଥାସମ୍ଭବ ପରଦାରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବେ ବୋଲି ଫାତିମା କହିଛନ୍ତି । ‘ସାମ୍‌ ବାହାଦୂର’ ଫିଲ୍ମରେ ଅଭିନେତା ଭିMି କୌଶଲ୍‌ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ।

ଇନ୍ଦିରାଙ୍କ ଚରିତ୍ରରେ ଫାତିମା

ଫିଲ୍ମର କାହାଣୀ ଫିଲï ମାର୍ଶଲ ସାମ୍‌ ମାନେକସାଙ୍କ ଜୀବନୀ ଉପରେ ଆଧାରିତ । ଅଭିନେତ୍ରୀ ସାନ୍ୟା ମଲହୋତ୍ରା ଭିMିଙ୍କ ପତ୍ନୀ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମ ପୂର୍ବରୁ ଫାତିମା ଏବଂ ସାନ୍ୟା ଦଙ୍ଗଲ୍‌ରେ ଏକତ୍ର ସ୍କ୍ରିନ ସେୟାର କରିଥିଲେ । ଅଭିନେତ୍ରୀ ଫାତିମା ଶେଷ ଥର ପାଇଁ ଆମାଜନ ପ୍ରାଇମ ଭିଡିଓର େୱବସିରିଜ୍‌ ‘ମଡର୍ନ ଲଭ୍‌: ମୁମ୍ବାଇ’ରେ ଦେଖାଯାଇଥିଲେ । ବର୍ତ୍ତମାନ ସେ ଫିଲ୍ମ ‘ଧକ୍‌ ଧକ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।