ନୂଆପ୍ରୋଜେକ୍ଟକୁ ନେଇ ଉତ୍ସାହିତ

ନୂଆପ୍ରୋଜେକ୍ଟକୁ ନେଇ ଉତ୍ସାହିତ
Ipsita Picture
By: Ipsita
Published On


ଅଭିନେତ୍ରୀ ମୃଣାଳ ନିଜର ନୂଆ ପ୍ରୋଜେକ୍ଟକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ତାଙ୍କର ଆଗକୁ ରିଲିଜ ହେବାକୁ ଯାଉଛି ଫିଲ୍ମ ଡାଇକୋଟା । ଫିଲ୍ମଟି ଏକ ଆକସନ ଥ୍ରିଲର । ଏହାସହିତ ଏଥିରେ ରୋମାଣ୍ଟିକ ଛୁଙ୍କ ମଧ୍ୟ ଦର୍ଶକ ପାଇବେ । ଫିଲ୍ମଟି ସମ୍ପର୍କରେ ଘୋଷଣା ହେବା ଦିନଠାରୁ ଦର୍ଶକ ଖୁବ ଉତ୍ସାହିତ ଅଛନ୍ତି । ଏଥିରେ ମୃଣାଳଙ୍କ ସହିତ ଆଦିବି ଶେଷଙ୍କୁ ଦର୍ଶକ ଲିଡ ରୋଲରେ ଦେଖିବେ । ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି । ଏହାର ଦମଦାର କାହାଣୀ ଦର୍ଶକଙ୍କୁ ହଲକୁ ଆଣିବାରେ ସକ୍ଷମ ହେବ ବୋଲି ମେକର୍ସ ମତ ଦେଇଛନ୍ତି । ସେହିଭଳି ମୃଣାଳ ଓ ଆଦିବି ଶେଷଙ୍କ କେମେଷ୍ଟ୍ରୀ ଦେଖିବାକୁ ଉଭୟଙ୍କ ଫ୍ୟାନ ଅପେକ୍ଷା କରି ରହିଛନ୍ତି । ଫିଲ୍ମଟି ମାର୍ଚ୍ଚ ୧୬ରେ ପରଦାକୁ ଆସିବା ନେଇ ଯୋଜନା ରହିଛି । ସେହିଭଳି ଏଭଳି ଏକ ସ୍ୱତନ୍ତ୍ର ଫିଲ୍ମରେ ଅଭିନୟ କରି ଅଭିନେତ୍ରୀ ମୃଣାଳ ମଧ୍ୟ ଖୁବ ଖୁସି ଅଛନ୍ତି । ଏହା ତାଙ୍କ କ୍ୟାରିୟରର ଏକ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ସେ ଆଶା ରଖିଥିବା ବିଭିନ୍ନ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

Tags: Bollywood