ଦୁଷ୍ଟ ନାୟକ
ଅନେକ ଦିନ ଧରି ବଲିଉଡରେ ଖଳନାୟକଙ୍କୁ ଦର୍ଶକ ଘୃଣା କରୁଥିବାର ଦେଖିବାକୁ ମିଳିଥାଏ । ହେଲେ ଧୀରେଧୀରେ ଏହି ଧାରା ବଦଳୁଛି । ବର୍ତ୍ତମାନ ଖଳନାୟକ ଭୂମିକାରେ ଦେଖିବାକୁ ମିଳୁଛନ୍ତି ଅନେକ ସୁପଷ୍ଟାର, ଯେଉଁମାନେ ଦିନେ ନାୟକ ଚରିତ୍ର ପାଇଁ ପରିଚିତ ଥିଲେ । ବର୍ତ୍ତମାନ ଯେପରି ଖଳନାୟକ ଚରିତ୍ର ଫିଲ୍ମ ଗୁଡିକର ନୂଆ ନାୟକ ପାଲଟିଛି ।
ନିକଟରେ ଏଭଳି ଅନେକ ଫିଲ୍ମ ରିଲିଜ ହୋଇଛି ଯେଉଁଥିରେ ପୁରୁଣା ନାୟକମାନେ ଖଳନାୟକ ଚରିତ୍ରରେ ନିଜର ଆସୁଛନ୍ତି । ଯାହାକୁ ଦର୍ଶକ ମଧ୍ୟ ଖୁବ ଭଲପାଇବା ଦେବାରେ ଲାଗିଛନ୍ତି । ଏହି ଫିଲ୍ମ ହେଉ କିମ୍ବା ସିରିଜ ହେଉ ସେଗୁଡିକର ଖଳନାୟକମାନେ ନାୟକଙ୍କୁ ପଛରେ ପକାଇ ଦେଉଛନ୍ତି । ଖଳନାୟକଙ୍କର ଅଭିନୟ , ଆଇକନିକ୍ ଡ୍ୟାନ୍ସ ଷ୍ଟେପ, ଡାଇଲଗ ଡେଲିଭରି, ହୁକ ଷ୍ଟେପ ଆଦି ଖୁବ ପପୁଲାର ହେବାରେ ଲାଗିଛି । ଲୋକମାନେ ଖଳନାୟକଙ୍କ ପାଇଁ ପାଗଳ ହେଉଛନ୍ତି ଯାହା ବଲିଉଡର ଧାରାକୁ ବଦଳାଇଥିବା ନେଇ ମତ ପ୍ରକାଶ ପାଇଛି । ସେହିଭଳି ଦେଖିବାକୁ ମିଳୁଛି ଯେଉଁ ଅଭିନେତାମାନେ ସବୁବେଳେ ହିରୋ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରୁଥିଲେ ସେମାନେ ଖଳନାୟକ ଭୂମିକାରେ ପରଦାକୁ କମବ୍ୟାକ କରୁଛନ୍ତି । ଯାହା ସେମାନଙ୍କୁ ଦର୍ଶକଙ୍କ ଭିତରେ ଏକ ନିଆରା ସ୍ବତନ୍ତ୍ର ପରିଚୟ ଦେବାରେ ଲାଗିଛି । ଫିଲ୍ମ ସରିବାପରେ ଦର୍ଶକ ଫିଲ୍ମର ଖଳନାୟକଙ୍କ ବିଷୟରେ ଆଲୋଚନା କରି ବାହାରୁଛନ୍ତି । ପୂର୍ବ ଟ୍ରେଣ୍ଡରେ ଯେପରି ପୂର୍ଣ୍ଣଛେଦ ପଡିଛି । ପୂର୍ବରୁ ସମସ୍ତେ ହିରୋଙ୍କ ଅଭିନୟ ବିଷୟରେ ଚର୍ଚ୍ଚା କରୁଥିବାବେଳେ ଖଳନାୟକଙ୍କୁ ଦ୍ବିତୀୟ ରଖନ୍ତି । ହେଲେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଘଟିଛି। ତେବେ ଆସନ୍ତୁ ପଢିବା ସେହିଭଳି କିଛି ଖଳନାୟକଙ୍କ ସମ୍ପର୍କରେ ଯେଉଁମାନେ ବର୍ତ୍ତମାନ ଖୁବ ଟ୍ରେଣ୍ଡରେ ଅଛନ୍ତି ।




