ପ୍ଲାଷ୍ଟିକ ସର୍ଜରୀ ନେଇ ଚର୍ଚ୍ଚା
ଅନେକ ସମୟରେ ଅଭିନେତ୍ରୀଙ୍କ ପ୍ଲାଷ୍ଟିକ ସର୍ଜରୀ ନେଇ ଖୁବ ଆଲୋଚନା ହୋଇଥାଏ । ନିକଟରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ପ୍ଲାଷ୍ଟିକ ସର୍ଜରୀ ନେଇ ଆଲୋଚନା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଜଣେ ୟୁଜର ରକୁଲ ପ୍ଲାଷ୍ଟିକ ସର୍ଜରୀ କରିଥିବା ନେଇ ଦାବି କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣେ କସମେଟିକ ସର୍ଜନ ବୋଲି ତାଙ୍କ ପ୍ରୋଫାଇଲରେ ଦର୍ଶାଯାଇଛି । ତେବେ ଏହି ବ୍ୟକ୍ତିଙ୍କ ପୋଷ୍ଟରେ ଉତ୍ତର ରଖିଛନ୍ତି ରକୁଲ । ସେ ପ୍ଲାଷ୍ଟିକ ସର୍ଜରୀ କଥାକୁ ଖଣ୍ଡନ କରିବା ସହିତ ଏଭଳି ଲୋକ ଯିଏ ନିଜ ଡିଗ୍ରୀକୁ ନେଇ ମିଛ ତଥ୍ୟ ଦେଇଛନ୍ତି ସେମାନଙ୍କ ପ୍ରତି ସାବଧାନ ରହିବାକୁ କହିଛନ୍ତି । ତାଙ୍କ ନାମରେ ମିଛ ତଥ୍ୟ ପ୍ରଚାର କରୁଥିବାରୁ ସେ ଉକ୍ତ ବ୍ୟକ୍ତିଙ୍କ ଉପରେ ଖୁବ ବର୍ଷିଛନ୍ତି । କୌଣସି ପ୍ରମାଣ ନଥାଇ ଉକ୍ତ ବ୍ୟକ୍ତି କିଭଳି ଏ ମିଛ ଖବର ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଏହି ଘଟଣା ପରେ ସୋସିଆଲ ମିଡିଆରେ ରକୁଲଙ୍କ ପ୍ଲାଷ୍ଟିକ ସର୍ଜରୀ କଥାକୁ ନେଇ ଖୁବ ଜୋରରେ ଆଲୋଚନା ଆରମ୍ଭ ହୋଇଛି ।




