ସୁସ୍ଥ ଅଛନ୍ତି ନିର୍ଦ୍ଦେଶକ ଡେଭିଡ୍‌ ଧାୱନ୍‌

ମୁମ୍ବାଇ: ଜୁନ ୧୮: ଚଳଚ୍ଚିତ୍ର ନିର୍ଦ୍ଦେଶକ ଡେଭିଡ ଧାୱନଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ନିର୍ଦ୍ଦେଶକ ତଥା ନିର୍ମାତା ଡେଭିଡ ଧାୱନ ମଧୁମେହ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ବୋଲି କୁହାଯାଉଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଡେଭିଡଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ହେଲେ ଏବେ ତାଙ୍କୁ ଡିସଚାର୍ଜ ମିଳିଛି । ହଠାତ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଡେଭିଡ ଧାୱନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କି;ୁ […]

Samaya Live Picture
Published On

ମୁମ୍ବାଇ: ଜୁନ ୧୮: ଚଳଚ୍ଚିତ୍ର ନିର୍ଦ୍ଦେଶକ ଡେଭିଡ ଧାୱନଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ନିର୍ଦ୍ଦେଶକ ତଥା ନିର୍ମାତା ଡେଭିଡ ଧାୱନ ମଧୁମେହ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ବୋଲି କୁହାଯାଉଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଡେଭିଡଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ହେଲେ ଏବେ ତାଙ୍କୁ ଡିସଚାର୍ଜ ମିଳିଛି । ହଠାତ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଡେଭିଡ ଧାୱନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କି;ୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି । କି;ୁ ଡେଭିଡ ଏକ ଇଣ୍ଟରଭ୍ୟୁରେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଥିଲେ, ମୁଁ ବର୍ତ୍ତମାନ ଭଲ ଅଛି, ଏବଂ ତାଙ୍କର ଘନିଷ୍ଠ ବନ୍ଧୁ ରତନ ଜୈନ କହିଛନ୍ତି, ଡେଭିଡ ଧାୱନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି ଏବଂ ସେ ଘରେ ବିଶ୍ରାମ ନେଉଛନ୍ତି । ନିକଟରେ ଡେଭିଡ ଧାୱନଙ୍କ ପୁଅ ବରୁଣ ଧାୱନ ତାଙ୍କ ପିତାଙ୍କ ସହ ନାଚପଞ୍ଜାବନର ଏକ ଭିଡିଓ ସେୟାର କରିଛନ୍ତି । ତେବେ ଅସୁସ୍ଥତା ପରେ ଏବେ ସେ ସମ୍ପୂର୍ଣ ସୁସ୍ଥ ଥିବା କୁହାଯାଉଛି ।