ଥାନାରେ ଅନୁଭବଙ୍କ ନାଁରେ ଏତଲା ଦେଲେ ବର୍ଷା

କଟକ: ମଇ ୨୩: ଅନୁଭବ ଓ ବର୍ଷାଙ୍କ ବିବାଦରେ ଲାଗୁନି ବ୍ରେକ୍‌ । ପାରିବାରିକ ବିବାଦ କମିବା ବଦଳରେ ବଢୁଥିବା ଦେଖାଯାଉଛି । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଭାଇରାଲ ହେବା ପରେ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି ବର୍ଷା । ସେ କହିଛନ୍ତି ଯେ, କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଅନୁଭବ ଏଭଳି ଭିଡିଓ କରି ତାଙ୍କ ବିରୋଧରେ ଅଋଚିକର ମନ୍ତବ୍ୟ ଦେଉଛନ୍ତି । ତାଙ୍କୁ ଅପମାନିତ କରିବା ଭଳି […]

Samaya Live Picture
Published On

କଟକ: ମଇ ୨୩: ଅନୁଭବ ଓ ବର୍ଷାଙ୍କ ବିବାଦରେ ଲାଗୁନି ବ୍ରେକ୍‌ । ପାରିବାରିକ ବିବାଦ କମିବା ବଦଳରେ ବଢୁଥିବା ଦେଖାଯାଉଛି । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଭାଇରାଲ ହେବା ପରେ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି ବର୍ଷା । ସେ କହିଛନ୍ତି ଯେ, କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଅନୁଭବ ଏଭଳି ଭିଡିଓ କରି ତାଙ୍କ ବିରୋଧରେ ଅଋଚିକର ମନ୍ତବ୍ୟ ଦେଉଛନ୍ତି । ତାଙ୍କୁ ଅପମାନିତ କରିବା ଭଳି ଭିଡିଓ ଅପଲୋଡ କରୁଛନ୍ତି । ସେ ଆହୁରି ଲେଖିଛନ୍ତି ଯେ ଭିଡିଓରେ ତାଙ୍କ ନାରୀତ୍ୱକୁ ଅପମାନିତ କରି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଖାଲି ସେତିକି ନୁହେଁ, ଦୁହିଁଙ୍କ ଶାରୀରିକ ସଂପର୍କକୁ ନେଇ ଅନୁଭବ ମିଥ୍ୟା ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସାଂସଦ ଅନୁଭବ ଲଗାତର ଭିଡିଓ ଆଟାକ୍‌ କରିଥିଲେ । କେତେବେଳେ ନାଁ ନେଇ ତ ପୁଣି କେତେବେଳେ ନାଁ ନନେଇ । ଜୀବନସାଥୀ ବାଛିବାର ଭୁଲ୍‌ ମନ୍ତବ୍ୟର ଭିଡିଓ ପରେ ନିଜ ବୈବାହିକ ଜୀବନର ଝଡ଼ ସଂପର୍କରେ ମୁହଁ ଖୋଲିବା ସହ ଡିଭୋର୍ସ ଦେବାକୁ ଅପିଲ୍‌ କରିଥିଲେ । ତବେ ଘଟଣାରେ ପୁଣି ଏକ ନୂଆ ମୋଡ ସାମ୍ନାକୁ ଆସିଛି ।