ବିବାହ କରିବେ ଅଲି ଓ ଜସ୍ମିନ୍‌

ମୁମ୍ବାଇ: ଜୁନ ୨୦: ପ୍ରସିଦ୍ଧ ଟେଲି କପଲ୍‌ ଜସ୍ମିନ୍‌ ଭସିନ୍‌ ଓ ଅଲୀ ଗୋନି ସେମାନଙ୍କ କେମେଷ୍ଟ୍ରି ସହିତ ଲଭ୍‌ ଗୋଲ୍‌ ଦେଇଛନ୍ତି । ଉଭୟ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ପ୍ରାୟ ସମୟରେ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ଜସ୍ମିନ ତାଙ୍କ ପ୍ରେମିକ ଅଲୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି । ଏହା ସହିତ ସେ ତାଙ୍କ ବିବାହ ଯୋଜନା ବିଷୟରେ ମଧ୍ୟ କହିଛନ୍ତି । ଜସ୍ମିନ୍‌ ଓ ଅଲୀ ପରସ୍ପରଙ୍କୁ ଖୁବ […]

Samaya Live Picture
Published On

ମୁମ୍ବାଇ: ଜୁନ ୨୦: ପ୍ରସିଦ୍ଧ ଟେଲି କପଲ୍‌ ଜସ୍ମିନ୍‌ ଭସିନ୍‌ ଓ ଅଲୀ ଗୋନି ସେମାନଙ୍କ କେମେଷ୍ଟ୍ରି ସହିତ ଲଭ୍‌ ଗୋଲ୍‌ ଦେଇଛନ୍ତି । ଉଭୟ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ପ୍ରାୟ ସମୟରେ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ଜସ୍ମିନ ତାଙ୍କ ପ୍ରେମିକ ଅଲୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି । ଏହା ସହିତ ସେ ତାଙ୍କ ବିବାହ ଯୋଜନା ବିଷୟରେ ମଧ୍ୟ କହିଛନ୍ତି । ଜସ୍ମିନ୍‌ ଓ ଅଲୀ ପରସ୍ପରଙ୍କୁ ଖୁବ ପସନ୍ଦ କରନ୍ତି ଓ ସେମାନଙ୍କର ସମ୍ପର୍କ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି । କି;ୁ ବିବାହ ପ୍ରସଙ୍ଗରେ ଜସ୍ମିନ୍‌ ପୁନର୍ବାର ପ୍ରକାଶ କରିଛନ୍ତି ଯେ ଏଯାଏଁ ବିବାହକୁ ନେଇ ସେମିତି କିଛି ଯୋଜନା ହେଇନି । ସେ କହିଛନ୍ତି ଯେ ସେମାନଙ୍କ ସମ୍ପର୍କ ବହୁତ ଭଲରେ ଚାଲିଛି, କି;ୁ ବର୍ତ୍ତମାନ ଉଭୟ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଆମେ ଦୁହେଁ ବର୍ତ୍ତମାନ କାମ କରିବାକୁ ଚାହୁଁଛୁ ଏବଂ ଆମର ସ୍ୱପ୍ନକୁ ସାକାର କରିବାକୁ ଚାହୁଁଛୁ । ସେ ଏହା ମଧ୍ୟ କହିଛନ୍ତି ଯେ ସେ ଅଲୀଙ୍କ ପାଇଁ ତିନି ବର୍ଷ ଅପେକ୍ଷା କରିଥିଲେ ମଧ୍ୟ ତାଙ୍କ ଉପରେ ନିଜ ଇଛାକୁ ବାଧ୍ୟ କରି ନଥିଲେ ।