ଆଲିଆଙ୍କ ପ୍ରେଗନେନ୍ସିକୁ ନେଇ ୨ ମାସ ପୂର୍ବରୁ କହିଥିଲେ ମହିଳା

ମୁମ୍ବାଇ: ଜୁଲାଇ ୦୧: ବିବାହର ମାତ୍ର ୨ ମାସ ପରେ ଅଭିନେତ୍ରୀଙ୍କ ଗର୍ଭବତୀ ହେବାର ଖବର ଦେଇଛନ୍ତି ଆଲିଆ-ରଣବୀର । ଏହି ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କି;ୁ ଏପ୍ରିଲ୍‌ ମାସରେ ଆଲିଆଙ୍କ ପ୍ରେଗନେନ୍ସି ବିଷୟରେ ଜଣେ ମହିଳା ଡାକ୍ତର ଖବର ପୋଷ୍ଟ କରିଥିଲେ । ସେହି ପୋଷ୍ଟକୁ ଦେଖି ଫେକ୍‌ କହିବା ସହ ତାଙ୍କ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍‌ କରାଯାଇଥିଲା । ବର୍ତ୍ତମାନ ଏବେ ସେ ପୁଣି ଥରେ ଫେରିଛନ୍ତି । ଏବେ […]

Samaya Live Picture
Published On

ମୁମ୍ବାଇ: ଜୁଲାଇ ୦୧: ବିବାହର ମାତ୍ର ୨ ମାସ ପରେ ଅଭିନେତ୍ରୀଙ୍କ ଗର୍ଭବତୀ ହେବାର ଖବର ଦେଇଛନ୍ତି ଆଲିଆ-ରଣବୀର । ଏହି ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କି;ୁ ଏପ୍ରିଲ୍‌ ମାସରେ ଆଲିଆଙ୍କ ପ୍ରେଗନେନ୍ସି ବିଷୟରେ ଜଣେ ମହିଳା ଡାକ୍ତର ଖବର ପୋଷ୍ଟ କରିଥିଲେ । ସେହି ପୋଷ୍ଟକୁ ଦେଖି ଫେକ୍‌ କହିବା ସହ ତାଙ୍କ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍‌ କରାଯାଇଥିଲା । ବର୍ତ୍ତମାନ ଏବେ ସେ ପୁଣି ଥରେ ଫେରିଛନ୍ତି । ଏବେ ସେ ଦାବି କରି କହିଛନ୍ତି ଯେ ଆଲିଆଙ୍କ ଗର୍ଭକୁ ନେଇ ସେ ଯାହା ବି କହିଥିଲେ ତାହା ସମ୍ପୂର୍ଣ୍ଣ ସତ । କିଛି ଦିନ ପୂର୍ବେ ସେ ଯେତେବେଳେ ସେ ଏହି କଥାକୁ ପୋଷ୍ଟ କରିଥିଲେ, ସେତେବେଳେ ଫ୍ୟାନ୍ସମାନେ ଏ କଥାକୁ ବିଶ୍ୱାସ କରନଥିଲେ । ତେବେ ସେ ତାଙ୍କର ଏହି କଥାକୁ ପୁଣି ଥରେ ଦୃଢୋକ୍ତିର ସହ କହିଛନ୍ତି । ଏବଂ ତାଙ୍କର ଏହି କଥାକୁ ଅନେକ ଲୋକ ଏବେ ମାନୁଥିବାର ଦେଖାଯାଉଛି ।