ଗୁଟଖା କମ୍ପାନୀର ବିଜ୍ଞାପନ ପ୍ରଚାର ପାଇଁ କ୍ଷମାପ୍ରାର୍ଥନା କଲେ ଅକ୍ଷୟ

ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କ ସହ ‘ବିମଲ୍‌ ପାନ ମସାଲା’ ବ୍ରାଣ୍ଡ୍‌ର ବିଜ୍ଞାପନ କାରଣରୁ ବେଶ୍‌ ସମାଲୋଚନା କରାଯାଉଛି । ଗତ କିଛି ଦିନ ଧରି ସମସ୍ତ ସୋସିଆଲ ମିଡିଆରେ ଅକ୍ଷୟଙ୍କୁ ଲଗାତାର ଟ୍ରୋଲିଂ କରାଯାଉଛି । ଏହାକୁ ଦେଖି ଅକ୍ଷୟ କୁମାର ପଛଘୁଞ୍ଚା ଦେଇଛନ୍ତି, କାରଣ ସେ କେବେ ବି ତାଙ୍କ ପ୍ରଶଂସକଙ୍କୁ ନିରାଶା କରିନଥାନ୍ତି । ଅର୍ଥାତ୍‌ ଅକ୍ଷୟ ବିମଲ୍‌ ପାନମସାଲା ବିଜ୍ଞାପନରୁ ଓହରିଛନ୍ତି । ଅକ୍ଷୟ […]

Samaya Live Picture
Published On

ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କ ସହ ‘ବିମଲ୍‌ ପାନ ମସାଲା’ ବ୍ରାଣ୍ଡ୍‌ର ବିଜ୍ଞାପନ କାରଣରୁ ବେଶ୍‌ ସମାଲୋଚନା କରାଯାଉଛି । ଗତ କିଛି ଦିନ ଧରି ସମସ୍ତ ସୋସିଆଲ ମିଡିଆରେ ଅକ୍ଷୟଙ୍କୁ ଲଗାତାର ଟ୍ରୋଲିଂ କରାଯାଉଛି । ଏହାକୁ ଦେଖି ଅକ୍ଷୟ କୁମାର ପଛଘୁଞ୍ଚା ଦେଇଛନ୍ତି, କାରଣ ସେ କେବେ ବି ତାଙ୍କ ପ୍ରଶଂସକଙ୍କୁ ନିରାଶା କରିନଥାନ୍ତି । ଅର୍ଥାତ୍‌ ଅକ୍ଷୟ ବିମଲ୍‌ ପାନମସାଲା ବିଜ୍ଞାପନରୁ ଓହରିଛନ୍ତି ।

ଗୁଟଖା କମ୍ପାନୀର ବିଜ୍ଞାପନ ପ୍ରଚାର ପାଇଁ କ୍ଷମାପ୍ରାର୍ଥନା ଅକ୍ଷୟ

ଅକ୍ଷୟ କୁମାର ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଗୁଟଖା କମ୍ପାନୀର ବିଜ୍ଞାପନ ପ୍ରଚାର ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି । ପୋଷ୍ଟରେ ଲେଖିଛନ୍ତି, ‘ମୋର ସମସ୍ତ ପ୍ରଶଂସକ ଏବଂ ଶୁଭଚିନ୍ତକଙ୍କଠାରୁ କ୍ଷମା ମାଗୁଛି । ଗତ କିଛି ଦିନରେ ଆପଣଙ୍କ ପ୍ରତିକ୍ରିୟା ମୋତେ ପ୍ରଭାବିତ କରିଛି । ମୁଁ ତମ୍ବାଖୁର ସମର୍ଥନ କରୁନାହିଁ । ଆପଣ ସମସ୍ତେ ଯେଉଁ ପ୍ରକାରରେ ବିମଲ ଇଲାଇଚି ସହ ମୋର ସମ୍ପୃକ୍ତି ଉପରେ ନିଜର ଭାବନାକୁ ପ୍ରକାଶ କରିଛନ୍ତି, ତାହାକୁ ମୁଁ ସମ୍ମାନ କରୁଛି ।’ ଅକ୍ଷୟ ଆହୁରି ମଧ୍ୟ ଲେଖିଛନ୍ତି ଯେ ଏହି ବିଜ୍ଞାପନରୁ ମିଳିଥିବା ସମସ୍ତ ଅର୍ଥକୁ ସେ କୌଣସି ଭଲ କାମରେ ଲଗାଇବେ । ଏଥିସହ ଆଗକୁ ସାବଧାନ ରହିବେ ବୋଲି କହିଛନ୍ତି ।

ଗୁଟଖା କମ୍ପାନୀର ବିଜ୍ଞାପନ ପ୍ରଚାର ପାଇଁ କ୍ଷମାପ୍ରାର୍ଥନା ଅକ୍ଷୟ

ଅଭିନେତା ଅକ୍ଷୟ ତାଙ୍କର ଅନେକ ସାକ୍ଷାତକାରରେ କହିଥିଲେ ଯେ ଗୁଟଖା କମ୍ପାନୀଗୁଡ଼ିକ ତାଙ୍କୁ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି, କିନ୍ତୁ ସେ ଏହାକୁ ଗ୍ରହଣ କରୁନାହାନ୍ତି । ଅକ୍ଷୟ ଅନେକ ଥର ତମାଖୁ ବିଜ୍ଞାପନ ତାଙ୍କ ନୀତି ବିରୋଧ ବୋଲି କହିଛନ୍ତି । ତେଣୁ ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଏହି ବିଜ୍ଞାପନ ପ୍ରଚାର ପାଇଁ ଅଧିକ ସମାଲୋଚନାର ଶିକାର ହୋଇଛନ୍ତି । ଏହାପୂର୍ବରୁ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଏକ ପାନମସାଲ ପ୍ରଚାର ପାଇଁ ସମାଲୋଚନା କରାଯାଇଥିଲା ।