ପଲିସିଷ୍ଟିକ୍‌ ଓଭରି ସିଣ୍ଡ୍ରୋମ ରୋଗରେ ପୀଡ଼ିତ ଅଭିନେତ୍ରୀ ଫ୍ଲୋରା

ଅଭିନେତ୍ରୀ ଫ୍ଲୋରା ସାଇନି ସିନେମା ଜଗତର ଚର୍ଚ୍ଚିତ ଚେହେରା । ଅନେକ ଫିଲ୍ମ ଏବଂ େୱବସିରିଜ୍‌ରେ ନଜର ଆସିଥିବା ଅଭିନେତ୍ରୀ ଫ୍ଲୋରାଙ୍କୁ ଅସଲ ପରିଚୟ ଏକତା କପୁରଙ୍କ େୱବସିରିଜ୍‌ ‘ଗନ୍ଦି ବାତ୍‌’ରୁ ମିଳିଛି । ବୋଲï ସିନ୍‌ ଏବଂ ନିଜ ଅଭିନୟ ଦକ୍ଷତା ଦ୍ୱାରା ଫ୍ଲୋରା ଓଟିଟି ଦୁନିଆର ବଡ଼ ନାମ ହାସଲ କରିଛନ୍ତି । ବିଳାସପୂର୍ଣ୍ଣ ଜୀବନୀ ପଛରେ ଅଭିନେତ୍ରୀ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ସେ କର୍ମକୁ ଅଗ୍ରାଧିକାର ଦେଇଥାନ୍ତି […]

Samaya Live Picture
Published On

ଅଭିନେତ୍ରୀ ଫ୍ଲୋରା ସାଇନି ସିନେମା ଜଗତର ଚର୍ଚ୍ଚିତ ଚେହେରା । ଅନେକ ଫିଲ୍ମ ଏବଂ େୱବସିରିଜ୍‌ରେ ନଜର ଆସିଥିବା ଅଭିନେତ୍ରୀ ଫ୍ଲୋରାଙ୍କୁ ଅସଲ ପରିଚୟ ଏକତା କପୁରଙ୍କ େୱବସିରିଜ୍‌ ‘ଗନ୍ଦି ବାତ୍‌’ରୁ ମିଳିଛି । ବୋଲï ସିନ୍‌ ଏବଂ ନିଜ ଅଭିନୟ ଦକ୍ଷତା ଦ୍ୱାରା ଫ୍ଲୋରା ଓଟିଟି ଦୁନିଆର ବଡ଼ ନାମ ହାସଲ କରିଛନ୍ତି ।

ପଲିସିଷ୍ଟିକ୍‌ ଓଭରି ସିଣ୍ଡ୍ରୋମ ରୋଗରେ ପୀଡ଼ିତ ଅଭିନେତ୍ରୀ ଫ୍ଲୋରା

ବିଳାସପୂର୍ଣ୍ଣ ଜୀବନୀ ପଛରେ ଅଭିନେତ୍ରୀ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ସେ କର୍ମକୁ ଅଗ୍ରାଧିକାର ଦେଇଥାନ୍ତି । ପୂର୍ବରୁ ବଲିଉଡ୍‌ ହିରୋଇନମାନେ ନିଜ ରୋଗ ସମ୍ପର୍କରେ ଆଲୋଚନା କରୁନଥିବା ବେଳେ ବର୍ତ୍ତମାନ ଯୁଗ ବଦଳିଛି । ଏବେ ହିରୋଇନମାନେ ସର୍ବସମ୍ମୁଖରେ ନିଜ ରୋଗ ବିଷୟରେ ଆଲୋଚନା କରୁଛନ୍ତି ଏବଂ ତା’ ସହ ସଚେତନ କରୁଛନ୍ତି । ସେହିପରି ବିଦ୍ୟା ବାଲାନ ଏବଂ ଦୀପିକା ପାଦୁକୋନଙ୍କ ପରି ଟପ୍‌ ଅଭିନେତ୍ରୀଙ୍କ ଲିଷ୍ଟରେ ଫ୍ଲୋରା ସାଇନି ସାମିଲ ହୋଇଯାଇଛନ୍ତି । ନିକଟରେ ଫ୍ଲୋରା ଏକ ଇଣ୍ଟରଭୁ୍ୟରେ ଗମ୍ଭୀର ରୋଗରେ ଆକ୍ରାନ୍ତ ଥିବା ଖୁଲାସା କରିଛନ୍ତି ।

ପଲିସିଷ୍ଟିକ୍‌ ଓଭରି ସିଣ୍ଡ୍ରୋମ ରୋଗରେ ପୀଡ଼ିତ ଅଭିନେତ୍ରୀ ଫ୍ଲୋରା

ଅଭିନେତ୍ରୀ ଫ୍ଲୋରା ଇନଷ୍ଟାଗ୍ରାମରେ ତାଙ୍କର ଏକ ଟପ୍‌ଲେସ୍‌ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ ସେ ପଲିସିଷ୍ଟିକ୍‌ ଓଭରି ସିଣ୍ଡ୍ରୋମ ରୋଗରେ ପୀଡ଼ିତ । ଯେଉଁଥିପାଇଁ ସେ ଓଜନ ସହିତ ଜଡ଼ିତ ଅସୁବିଧା ଭୋଗୁଛନ୍ତି । ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଓଜନ କମାଇବାରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ଫ୍ଲୋରା ଆହୁରି ମଧ୍ୟ ପୋଷ୍ଟରେ ଲେଖିଛନ୍ତି, ସ୍କୁଲ ସମୟରେ ସେ ବହୁତ ମୋଟା ଥିଲେ ।

ପଲିସିଷ୍ଟିକ୍‌ ଓଭରି ସିଣ୍ଡ୍ରୋମ ରୋଗରେ ପୀଡ଼ିତ ଅଭିନେତ୍ରୀ ଫ୍ଲୋରା
ଅଧିକ ଓଜନ ଯୋଗୁଁ ତାଙ୍କ ଭିତରେ ଆତ୍ମବିଶ୍ୱାସର ଅଭାବ ଥିଲା । ଏହାପରେ ଫିଲ୍ମ କ୍ୟାରିଅରର ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟ ବଡି ସେମିଂର ଶିକାର ହୋଇଥିଲେ । ତେଣୁ ସମସ୍ତେ ତାଙ୍କୁ ଓଜନ ହ୍ରାସ କରିବା ପାଇଁ ପରାମର୍ଶ ଦେଉଥିଲେ । ଅନ୍ୟପକ୍ଷରେ ଟଲିଉଡ୍‌ରେ ସଫଳ ହୋଇଥିଲେ ମଧ୍ୟ ଓଜନ ବୃଦ୍ଧି କାରଣରୁ ତାଙ୍କୁ ଦୀର୍ଘ ସମୟ ଧରି କୌଣସି ବିଜ୍ଞାପନରେ ନିଆଯାଉନଥିଲା । ତେବେ ନିଜ ମୋଟାପଣକୁ ନେଇ ଚିନ୍ତାରେ ରହୁଥିବା ଯୁବତୀଙ୍କୁ ପ୍ରୋତ୍ସାହିତ କରି ନିଜକୁ ଭଲ ପାଇବା ପାଇଁ ଫ୍ଲୋରା କହିଛନ୍ତି ।