ଅଭିନେତା ସଲ୍ମାନଙ୍କୁ ମିଳିଲା ବନ୍ଧୁକ ରଖିବା ଲାଇସେନ୍ସ
ମୁମ୍ବାଇ: ଗାୟକ ସିଦ୍ଧୁ ମୁଷେୱାଲାଙ୍କୁ ଗୁଳି ହତ୍ୟା କରିଥିବା ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇଙ୍କଠାରୁ ନିକଟ ଅତୀତରେ ହତ୍ୟା ଧମକ ପତ୍ର ପାଇବା ପରେ ଆତ୍ମରକ୍ଷା ନିମନ୍ତେ ଅସ୍ତ୍ରଶସ୍ତ୍ର ଲଇସେନ୍ ପାଇଁ ଆବେଦନ କରିଥିଲେ ଅଭିନେତା ସଲ୍ମାନ ଖାନ୍ । ଆଜି ତାଙ୍କୁ ଏହାର ଲାଇସେନ୍ସ ମିଳିଛି । ତାଙ୍କୁ ‘ଆର୍ମସ୍ ଲାଇସେନ୍ସ’ ବା ବନ୍ଧୁକ ରଖିବା ଲାଇସେନ୍ସ ମିଳିଛି ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି । ତେବେ ସେ କେଉଁ ପ୍ରକାରର ଅସ୍ତ୍ର ରଖିବେ, ତାହା […]
ମୁମ୍ବାଇ: ଗାୟକ ସିଦ୍ଧୁ ମୁଷେୱାଲାଙ୍କୁ ଗୁଳି ହତ୍ୟା କରିଥିବା ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇଙ୍କଠାରୁ ନିକଟ ଅତୀତରେ ହତ୍ୟା ଧମକ ପତ୍ର ପାଇବା ପରେ ଆତ୍ମରକ୍ଷା ନିମନ୍ତେ ଅସ୍ତ୍ରଶସ୍ତ୍ର ଲଇସେନ୍ ପାଇଁ ଆବେଦନ କରିଥିଲେ ଅଭିନେତା ସଲ୍ମାନ ଖାନ୍ । ଆଜି ତାଙ୍କୁ ଏହାର ଲାଇସେନ୍ସ ମିଳିଛି । ତାଙ୍କୁ ‘ଆର୍ମସ୍ ଲାଇସେନ୍ସ’ ବା ବନ୍ଧୁକ ରଖିବା ଲାଇସେନ୍ସ ମିଳିଛି ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି । ତେବେ ସେ କେଉଁ ପ୍ରକାରର ଅସ୍ତ୍ର ରଖିବେ, ତାହା ଉକ୍ତ ଲାଇସେନ୍ସରେ ଉଲ୍ଲେଖ କରାଯାଇନାହିଁ ।
ସୂଚନା ଥାଉଯେ, ମେ ୨୯ ତାରିଖରେ ପଞ୍ଜାବର ମନସା ନିକଟରେ ଗାୟକ ସିଦ୍ଧୁ ମୁଷେୱାଲାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ଏହାପରେ ଅର୍ଥାତ୍ ଜୁନ୍ ପ୍ରାରମ୍ଭରେ ଅଭିନେତା ସଲ୍ମାନ ଏବଂ ତାଙ୍କ ବାପାଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା । ଏଣୁ ନିଜର ଓ ନିଜ ପରିବାରଙ୍କର ସୁରକ୍ଷା ସକାଶେ ଗତ ମାସରେ ସଲ୍ମାନ ମୁମ୍ବାଇ ପୋଲିସ କମିଶନର ବିବେକ ଫାନ୍ସଲରକଙ୍କୁ ଭେଟି ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଆବେଦନ କରିଥିଲେ । ଏନେଇ କର୍ତ୍ତୃପକ୍ଷ ଆବଶ୍ୟକ ତଦନ୍ତ ମଧ୍ୟ କରିଥିଲେ ଓ ଏହାପରେ ଲାଇାସେନ୍ସ ପ୍ରଦାନ କରିଥିଲେ ।




