ପୁଣି ଏକ ଦମଦାର ଚରିତ୍ରରେ ଆସୁଛନ୍ତି ଅଭିନେତା ପ୍ରତୀକ

ଆଜିର ସମୟରେ ଥିଏଟର ଅପେକ୍ଷା ଲୋକଙ୍କ ମୁହଁରେ ଓଟିଟିର ନାମ ଅଧିକ ରହୁଛି । ଏହାସହ ଡିଜିଟାଲ ମାଧ୍ୟମରେ ଅନେକ ଷ୍ଟାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତା ପ୍ରତୀକ ଗାନ୍ଧି । ନିଜର ରଫ୍‌ ଲୁକ୍‌ ଏବଂ ଦମଦାର ଅଭିନୟ ଜରିଆରେ ଲୋକଙ୍କ ହୃଦୟ ଜିତିଥିବା ପ୍ରତୀକ ଗାନ୍ଧି ପୁଣି ଥରେ ଏକ ଖାସ୍‌ େୱବ୍‌ ସିରିଜ୍‌ ନେଇ ଆସୁଛନ୍ତି । ‘ଦ ଗ୍ରେଟ୍‌ ଇଣ୍ଡିଆନ ମର୍ଡର’ ନାମକ […]

Samaya Live Picture
Published On

ଆଜିର ସମୟରେ ଥିଏଟର ଅପେକ୍ଷା ଲୋକଙ୍କ ମୁହଁରେ ଓଟିଟିର ନାମ ଅଧିକ ରହୁଛି । ଏହାସହ ଡିଜିଟାଲ ମାଧ୍ୟମରେ ଅନେକ ଷ୍ଟାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତା ପ୍ରତୀକ ଗାନ୍ଧି । ନିଜର ରଫ୍‌ ଲୁକ୍‌ ଏବଂ ଦମଦାର ଅଭିନୟ ଜରିଆରେ ଲୋକଙ୍କ ହୃଦୟ ଜିତିଥିବା ପ୍ରତୀକ ଗାନ୍ଧି ପୁଣି ଥରେ ଏକ ଖାସ୍‌ େୱବ୍‌ ସିରିଜ୍‌ ନେଇ ଆସୁଛନ୍ତି । ‘ଦ ଗ୍ରେଟ୍‌ ଇଣ୍ଡିଆନ ମର୍ଡର’ ନାମକ େୱବ୍‌ସିରିଜ୍‌ରେ ପ୍ରତୀକ ଅଭିନେତ୍ରୀ ରିଚା ଚzାଙ୍କ ସହ ନଜର ଆସିବେ । ଏଥିରେ ପ୍ରତୀକ ଜଣେ ସିବିଆଇ ଅଫିସର ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କ ସହ ରିଚା ଡିସିପି ଅବତାରରେ ନଜର ଆସିବେ ।
ପୁଣି ଏକ ଦମଦାର ଚରିତ୍ରରେ ଆସୁଛନ୍ତି ଅଭିନେତା ପ୍ରତୀକ

ଏହି କାହାଣୀରେ ଉଭୟ ଚରିତ୍ର ଏକତ୍ର ମିଶି ଛତିଶଗଡର ଗୃହମନ୍ତ୍ରୀଙ୍କ ପୁଅ ହତ୍ୟା ମାମଲାର ତଦନ୍ତ କରୁଛନ୍ତି । ତଦନ୍ତ ସମୟରେ କେସ୍‌ରେ ଅନେକ ଟ୍ୱିଷ୍ଟ ଆସୁଥିବା ଦେଖିବାକୁ ମିଳିବ । ଏପରି ସଙ୍ଗୀନ ଅପରାଧର ଚେର ଆଦିବାସୀ ଅଞ୍ଚଳରୁ ବାହାରି ବଲିଉଡ୍‌ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ଲମ୍ବିଛି । ଏପରି ନିଆରା କାହାଣୀ ଉପରେ ଆଧାରିତ ସିରିଜ୍‌ରେ ବରିଷ୍ଠ କଳାକାରା ଆଶୁତୋଷ ରାଣା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ନିକଟରେ ଏହାର ଟ୍ରେଲର ରିଲିଜ୍‌ ହୋଇଛି, ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି ।

ଏପରି ସସ୍‌ପେନ୍ସ ଥ୍ରୀଲର କାହାଣୀକୁ ଦର୍ଶକମାନେ ଖୁବ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ନିର୍ଦ୍ଦେଶକ ତିଗମାଂଶୁ ଧୁଲିୟା । ତେବେ ତାଙ୍କ ଭୂମିକାକୁ ନେଇ ପ୍ରତୀକ ଗାନ୍ଧି କହିଛନ୍ତି, ଆଇନ କାନୁନର ପ୍ରହରୀ ଭାବେ ଅଭିନୟ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଛି ଏବଂ ଏହାକୁ ନିପୁଣ ଭାବେ ପରଦାରେ ପ୍ରଦର୍ଶିତ କରିବା ପାଇଁ ସେ ଚେଷ୍ଟା କରୁଛନ୍ତି । ସେପଟେ ଋଚା ଚzା ସିରିଜର ମେକିଂ ଏବଂ ଏହାର କାଷ୍ଟିକୁ ନେଇ ନିର୍ମାତାଙ୍କୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି, ଏପରି କାହାଣୀ ଦ୍ୱାରା ଭାରତୀୟ ଦୃଶ୍ୟପଟରେ ମହିଳାଙ୍କ ଚିତ୍ରଣରେ ମଧ୍ୟ ପରିବର୍ତ୍ତନ ହେବ ।

ସୂଚନା ଅନୁଯାୟୀ ଦ ଗ୍ରେଟ୍‌ ଇଣ୍ଡିଆନ ମର୍ଡରର ଚର୍ଚ୍ଚିତ ଲେଖକ ବିକାଶ ସ୍ୱରୂପଙ୍କ ପୁସ୍ତକ ସିକ୍ସ ସସ୍‌ପେକଫସ୍‌ ଉପରେ ଆଧାରିତ ହୋଇଛି । ତେବେ ଡିଜନୀ ପ୍ଲସ୍‌ ହଟ୍‌ଷ୍ଟାରର ଏହି ସିରିଜ୍‌ର ନିର୍ମାତା ହେଉଛନ୍ତି ବଲିଉଡ୍‌ ଷ୍ଟାର ଅଜୟ ଦେବଗନ ।