ଫିଟ୍ନେସ୍ ଆପ୍ ‘ଦ ଟ୍ରାଇବ୍’ ଲଞ୍ଚ କଲେ କ୍ରିତୀ
ମୁମ୍ବାଇ: କ୍ରିତୀ ସେନନ୍ ଭାରତୀୟ ସିନେମାର ଜଣେ ସଫଳ ଅଭିନେତ୍ରୀ । ୨୦୧୪ରେ ସାଉଥ୍ ଫିଲ୍ମରୁ ଆକଫିଂ ଡେବୁ୍ୟ କରିଥିଲେ ଏବଂ ସେହି ବର୍ଷ ଫିଲ୍ମ ହିରୋପନ୍ଥୀ ଜରିଆରେ ହିନ୍ଦୀ ସିନେମା ଜଗତରେ ମଧ୍ୟ ପାଦ ରଖିଥିଲେ । ଦୀର୍ଘ ୮ ବର୍ଷର ଫିଲ୍ମି କ୍ୟାରିଅର ମଧ୍ୟରେ କିର୍ତ୍ତୀ ଉ‹ାନପତାନ ଦେଖିବା ସହ ଧୀରେଧୀରେ ଅଭିନୟରେ ନିଜକୁ ମାର୍ଜିତ କରି ଆଜି ଟପ୍ ହିରୋଇନଙ୍କ ମଧ୍ୟରେ ସାମିଲ ହୋଇପାରିଛନ୍ତି । ଏହାରି ମଧ୍ୟରେ ସୋମବାର ଫିଲ୍ମ ଦୁନିଆରେ […]
ମୁମ୍ବାଇ: କ୍ରିତୀ ସେନନ୍ ଭାରତୀୟ ସିନେମାର ଜଣେ ସଫଳ ଅଭିନେତ୍ରୀ । ୨୦୧୪ରେ ସାଉଥ୍ ଫିଲ୍ମରୁ ଆକଫିଂ ଡେବୁ୍ୟ କରିଥିଲେ ଏବଂ ସେହି ବର୍ଷ ଫିଲ୍ମ ହିରୋପନ୍ଥୀ ଜରିଆରେ ହିନ୍ଦୀ ସିନେମା ଜଗତରେ ମଧ୍ୟ ପାଦ ରଖିଥିଲେ । ଦୀର୍ଘ ୮ ବର୍ଷର ଫିଲ୍ମି କ୍ୟାରିଅର ମଧ୍ୟରେ କିର୍ତ୍ତୀ ଉ‹ାନପତାନ ଦେଖିବା ସହ ଧୀରେଧୀରେ ଅଭିନୟରେ ନିଜକୁ ମାର୍ଜିତ କରି ଆଜି ଟପ୍ ହିରୋଇନଙ୍କ ମଧ୍ୟରେ ସାମିଲ ହୋଇପାରିଛନ୍ତି ।

ଏହାରି ମଧ୍ୟରେ ସୋମବାର ଫିଲ୍ମ ଦୁନିଆରେ ୮ ବର୍ଷ ପୂର୍ତ୍ତି ଅବସରରେ ସେଲିବ୍ରେଟ୍ କରିଛନ୍ତି । ଏହି ସ୍ୱତନ୍ତ୍ର ଅବସରରେ ଅଭିନେତ୍ରୀ କ୍ରିତୀ କିଛି ଖାସ୍ ଘୋଷଣା କରିଛନ୍ତି । ତାଙ୍କ ପେଶାଗତ ଜୀବନର ଏକ ନୂଆ ଯାତ୍ରା ଭାବେ ବିଜନେସ୍ ୱିମେନ୍ ରୂପରେ ଆରମ୍ଭ କରିବାକୁ ଯାଉଛନ୍ତି । ସେ ଫିଟନେସ୍ କମୁ୍ୟନିଟିରେ ଇନ୍ଭେଷ୍ଟ କରିବାକୁ ଯାଇ ‘ଦ ଟ୍ରାଇବ୍’ ବ୍ରାଣ୍ଡ୍କୁ ଲଞ୍ଚ୍ କରିଛନ୍ତି ।

କ୍ରିତୀ ସେନନ୍ ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଜିମ୍ ଆଉଟଫିଟ୍ରେ ନଜର ଆସିଛନ୍ତି । ଏହାସହ ତାଙ୍କ ସହ ତିନି ଜଣ ଟ୍ରେନର୍ ଏବଂ ସହପ୍ରତିଷ୍ଠାତା ରୋବିନ ବହଲ୍, କରଣ ସାହନୀ ଏବଂ ଅନୁଷ୍କା ନନ୍ଦିନୀଙ୍କୁ ଦେଖିବାକୁ ମିଳିଛି । ଏହି ପୋଷ୍ଟରେ ସେ ତାଙ୍କ ବ୍ୟକ୍ତିଗତ ଫିଟନେସ୍ ଯାତ୍ରା ଫିଲ୍ମ ‘ମିମି’ ପରେ ଖୋଜିଥିଲେ ବୋଲି ଲେଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହି ଫିଲ୍ମ ପାଇଁ ୧୫ କିଲୋ ଓଜନ ବଢାଇଥିଲେ । ହେଲେ ସେ ସମୟରେ ଲକଡାଉନ ଯୋଗୁଁ ଜିମ୍ ବନ୍ଦ ଥିବାରୁ ଓଜନ ହ୍ରାସ କରାଇବାରେ ମାର୍ଗଦର୍ଶକ ଭାବେ ରବିନ, କରଣ ଏବଂ ଅନୁଷ୍କା ତାଙ୍କ ସାଥିରେ ଥିଲେ ।

ଏକ ରିପୋର୍ଟ ଅନୁଯାୟୀ କ୍ରିତୀ ସେନନ୍ଙ୍କର ପ୍ରାୟ ୩୮ କୋଟି ଟଙ୍କାର ସମ୍ପତ୍ତି ରହିଛି । ଏହାସହ ସେ ଗୋଟିଏ ଫିଲ୍ମ ପାଖାପାଖି ୩ କୋଟି ଟଙ୍କା ଚାର୍ଜ କରନ୍ତି । କିଛି ଦିନ ତଳେ ତାଙ୍କର ଆକ୍ସନ ଫିଲ୍ମ ହିରୋପନ୍ଥୀ ୨ ମୁକ୍ତିଲାଭ କରିଥିଲା । ଏହା ବ୍ୟତୀତ ତାଙ୍କ ହାତରେ ଆହୁରି ୪ଟି ଫିଲ୍ମ ଅଛି । ସେଗୁଡ଼ିକ ମଧ୍ୟରେ ଶେହଜାଦା, ଭେଡ଼ିଆ, ଗଣପତ ଏବଂ ଆଦିପୁରୁଷ ସାମିଲ ରହିଛି ।




