ଅଭିଷେକ ବଚ୍ଚନ

ଦୁଷ୍ଟ ନାୟକ

ଅଭିଷେକ ବଚ୍ଚନ
Ipsita Picture
By: Ipsita
Published On

 

ବଲିଉଡକୁ ଅନେକ ହିଟ ଫିଲ୍ମ ଭେଟି ଦେଇଥିବା ଅଭିଷେକ ବଚ୍ଚନଙ୍କୁ ଦେଖିବାକୁ ମିଳିବ ଏକ ନୂଆ ରୂପରେ । ଖୁବଶୀଘ୍ର ଅଭିଷେକଙ୍କୁ ଖଳନାୟକ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ଖବରଟି ଭାଇରାଲ ହେବାପରେ ଅଭିଷେକଙ୍କ ଫ୍ୟାନ ଖୁବ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ତାଙ୍କୁ ସ୍କ୍ରିନରେ ଦେଖିବାକୁ । ସୂଚନା ଅନୁସାରେ ଅଭିଷେକଙ୍କୁ ଆଗକୁ ଶାହରୁଖ ଖାନଙ୍କ ଫିଲ୍ମ କିଙ୍ଗରେ ଖଳନାୟକ ଭୂମିକାରେ ଦର୍ଶକ ଦେଖିବେ । ସବୁବେଳେ ନାୟକ ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରିଥିବା ଅଭିଷେକଙ୍କର ଏହି ନୂଆ ଅନ୍ଦାଜ ଦେଖିବାକୁ ଦର୍ଶକ ମଧ୍ୟ ଅପେକ୍ଷା କରି ବସିଛନ୍ତି । ସେମାନେ ଖୁବ ଉତ୍ସାହିତ ଅଛନ୍ତି, ଅଭିନେତାଙ୍କର ଆଉ ଏକ ରୂପ ପରଦାରେ ଦେଖିବାକୁ । ଏହାକୁ ନେଇ କେବଳ ଫ୍ୟାନନୁହେଁ ଅଭିଷେକଙ୍କର ପିତା ଅମିତାଭ ବଚ୍ଚନ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ଅଭିଷେକଙ୍କ ଅଭିନୟର ଏକ ନୂଆଧାରା ସେ ପରଦାରେ ଦେଖିବାକୁ ଚାହିଁ ବସିଥିବାନେଇ ଅନେକ ସମୟରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏହି ଫିଲ୍ମ ଅନେକ କାରଣରୁ ଖୁବ ସ୍ପେସାଲ । ଏଥିରେ ପ୍ରଥମଥର ପାଇଁ ଅଭିଷେକଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ଏହାସହିତ ଏହି ଫିଲ୍ମରେ ଡେବ୍ୟୁ କରିବାକ ଯାଉଛନ୍ତି କିଙ୍ଗଖାନଙ୍କ ଝିଅ ସୁହାନା ଖାନ । ଦର୍ଶକ ଏଥିରେ ବାପ ଝିଅଙ୍କୁ ଏକାଥରେ ସ୍କ୍ରିନରେ ଦେଖିବାକୁ ପାଇବେ, ଯାହା ସମସ୍ତଙ୍କୁ ବିଶେଷଭାବେ ଉତ୍ସାହିତ କରିଛି । ସେହିଭଳି ଅଭିଷେକଙ୍କୁ ଶାହରୁଖ ଖାନଙ୍କ ସହିତ ଖଳନାୟକ ଭାବେ ଦେଖିବା ଖୁବ ଏକ୍ସାଇଟମେଣ୍ଟ ହେବ ବୋଲି ଏବେଠାରୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏଥିରେ ଅଭିଷେକ ବଚ୍ଚନଙ୍କ ସହିତ ଶାହରୁଖ ଖାନ, ସୁହାନା ଖାନ, ଦୀପିକା ପାଦୁକୋନ ନଜର ଆସିବେ । ପୂର୍ବରୁ ଅଭିଷେକଙ୍କୁ ଶାହରୁଖ ଖାନଙ୍କ ସହିତ କଭି ଅଲବିଦା ନା କେହେନା, ହାପି ନ୍ୟୁୟର ଭଳି ପ୍ରୋଜେକ୍ଟରେ ଦର୍ଶକ ଦେଖିଛନ୍ତି, ଏବଂ ଖୁବ ଭଲପାଇବା ମଧ୍ୟ ଦେଇଛନ୍ତି । ତେବେ ଉକ୍ତ ଫିଲ୍ମ ଗୁଡିକରେ ଉଭୟଙ୍କୁ ନାୟକ ଭୂମିକାରେ ଦର୍ଶକ ଦେଖିଛନ୍ତି ତେଣୁ ଏହି ପ୍ରୋଜେକ୍ଟଟି ଦର୍ଶକଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିବ ବୋଲି ମେକର୍ସ ଆଶା ରଖିଛନ୍ତି । ସେହିଭଳି ସୁହାନାଙ୍କର ଏହା ଡେବ୍ୟୁ ଫିଲ୍ମ ହୋଇଥିବାରୁ କିଙ୍ଗଖାନ୍ଙ୍କ ଫ୍ୟାନମାନେ ମଧ୍ୟ ପ୍ରୋଜେକ୍ଟକୁ ନେଇ ଖୁବ ଆଶାବାଦୀ ଅଛନ୍ତି ।

Tags: Bollywood