ୟଶ୍‌ଙ୍କୁ କ୍ଷମା ମାଗିଲେ ଆମୀର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଆମୀର ଖାନ ଏବଂ ଅଭିନେତ୍ରୀ କରୀନା କପୁର ଖାନଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଡ୍‌ଢା’ ୧୪ ଏପ୍ରିଲ ୨୦୨୨ରେ ସିନେମାଘରେ ମୁକ୍ତିଲାଭ କରିବ । ସେହି ଦିନ ବହୁପ୍ରତିକ୍ଷୀତ କନ୍ନଡ ଅଭିନେତା ୟଶଙ୍କ ଫିଲ୍ମ ‘କେଜିଏଫ୍‌-୨’ର ମଧ୍ୟ ରିଲିଜ୍‌ ହେବ । ଦୁଇଟି ବଡ଼ ବଡ଼ ଷ୍ଟାରଙ୍କ ଫିଲ୍ମ ମଧ୍ୟରେ ଜୋରଦାର ଟକ୍‌ର ହେବାକୁ ଯାଉଛି । ହେଲେ ଏହି ଟକ୍‌ର ଯୋଗୁଁ ଆମୀର ଖାନ ‘କେଜିଏଫ୍‌-୨’ର ନିର୍ମାତା ଏବଂ […]

Samaya Live Picture
Published On

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଆମୀର ଖାନ ଏବଂ ଅଭିନେତ୍ରୀ କରୀନା କପୁର ଖାନଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଡ୍‌ଢା’ ୧୪ ଏପ୍ରିଲ ୨୦୨୨ରେ ସିନେମାଘରେ ମୁକ୍ତିଲାଭ କରିବ । ସେହି ଦିନ ବହୁପ୍ରତିକ୍ଷୀତ କନ୍ନଡ ଅଭିନେତା ୟଶଙ୍କ ଫିଲ୍ମ ‘କେଜିଏଫ୍‌-୨’ର ମଧ୍ୟ ରିଲିଜ୍‌ ହେବ ।

ୟଶ୍‌ଙ୍କୁ କ୍ଷମା ମାଗିଲେ ଆମୀର

ଦୁଇଟି ବଡ଼ ବଡ଼ ଷ୍ଟାରଙ୍କ ଫିଲ୍ମ ମଧ୍ୟରେ ଜୋରଦାର ଟକ୍‌ର ହେବାକୁ ଯାଉଛି । ହେଲେ ଏହି ଟକ୍‌ର ଯୋଗୁଁ ଆମୀର ଖାନ ‘କେଜିଏଫ୍‌-୨’ର ନିର୍ମାତା ଏବଂ ନାୟକ ୟଶ୍‌ଙ୍କୁ କ୍ଷମା ମାଗିଛନ୍ତି । ରିପୋର୍ଟ ଅନୁଯାୟୀ, ଯେତେବେଳେ ଅଭିନେତା ଆମୀରଙ୍କୁ ଏସମ୍ପର୍କରେ ଜଣାପଡ଼ିଲା ସେ ଅଭିନେତା ୟଶ୍‌ଙ୍କ ଫୋନ କରି କ୍ଷମା ମାଗିଛନ୍ତି ।
ୟଶ୍‌ଙ୍କୁ କ୍ଷମା ମାଗିଲେ ଆମୀର

ଆମୀର କହିଛନ୍ତି ଯେ ୟଶ୍‌ଙ୍କୁ ତାଙ୍କ ଯୋଜନା ସମ୍ପର୍କରେ ଜଣାଇଛନ୍ତି । ଫିଲ୍ମ ଉପରେ କେତେକ କାମ ବାକି ଥିବାରୁ ରିଲିଜ୍‌ ତାରିଖକୁ ଘୁଞ୍ଚାଯାଇଥିବା ଆମୀର ସଫେଇ ଦେଇଛନ୍ତି । ଆମୀର ଆହୁରି ମଧ୍ୟ କହିଛନ୍ତି ଯେ ‘କେଜିଏଫ୍‌’ ଏକ ବ୍ରାଣ୍ଡ୍‌, ତେଣୁ ଲୋକମାନେ ଏହାକୁ ଦେଖିବା ପାଇଁ ନିଶ୍ଚିତ ଯିବେ । ସେପଟେ ‘ଲାଲ ସିଂହ ଚଡ୍‌ଢା’ ଏକ ପାରିବାରିକ କାହାଣୀ ଉପରେ ଆଧାରିତ ହୋଇଛି । ତେଣୁ ଉଭୟ ଫିଲ୍ମର କଲେକ୍ସନ ଉପରେ କୌଣସି ପ୍ରଭାବ ପଡ଼ିବନାହିଁ । ଏହାସହ ୧୪ ଏପ୍ରିଲକୁ ଆମୀର ଥିଏଟରରେ ‘କେଜିଏଫ୍‌’ ଦେଖିବାକୁ ଯିବେ ବୋଲି କହିଛନ୍ତି । ସେପଟେ ସୂତ୍ରରୁ ଜଣାପଡ଼ିଛି ଯେ ବ୍ଲକବଷ୍ଟର ଫିଲ୍ମ ‘ପିକେ’ ପରେ ପୁଣି ଥରେ ଏକାଠି ନଜର ଆସିବେ ଆମୀର ଖାନ ଏବଂ ରଣବୀର କପୁର ।
ୟଶ୍‌ଙ୍କୁ କ୍ଷମା ମାଗିଲେ ଆମୀର

ଏନେଇ ଏପର୍ଯ୍ୟନ୍ତ କିଛି ଅପଡେଟ୍‌ ମିଳିନାହିଁ । କିନ୍ତୁ ଖବର ମିଳିଛି ଯେ ଆମୀର ଏବଂ ରଣବୀରଙ୍କୁ ଏକ ସ୍କ୍ରିପଫ ଖୁବ ପସନ୍ଦ ଆସିଯାଇଛି । ଫିଲ୍ମଟି ୨୦୨୨ରେ ଫ୍ଲୋର ଉପରକୁ ଆସିବ ବୋଲି ମଧ୍ୟ ଜଣାପଡ଼ିଛି ।