ମୋବାଇଲ ଟାୱାର ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ
ଦେବଗଡଡ଼ : ମୋବାଇଲ ଟାୱାର ଦାବିରେ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କୈଳାଶ ଛକଠାରେ ୪୯ ନମ୍ବର ଜାତୀୟ ରାଜପଥକୁ ଗ୍ରାମବାସୀ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା । ଜିଲ୍ଲାର ଅପହଞ୍ଚ ଇଲାକା ଭାବେ ପରିଚିତ ଲଇମୁରା ଅଞ୍ଚଳର ପାଞ୍ଚ ଟି ଗ୍ରାମ ପଞ୍ଚାୟତ ଅଧିବାସୀ ଏହି ରାସ୍ତାରୋକ ଡାକରା କରିଥିଲେ । ଲଇମୁରା ଅଞ୍ଚଳରେ ଥିବା ପାରପୋଷୀ, ଝରାଗୋଗୁଆ, ଗଣ୍ଡମ, ଝାରମୁଣ୍ଡା ଓ ଡିମିରିକୁଦା ଗ୍ରାମ […]
ଦେବଗଡଡ଼ : ମୋବାଇଲ ଟାୱାର ଦାବିରେ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କୈଳାଶ ଛକଠାରେ ୪୯ ନମ୍ବର ଜାତୀୟ ରାଜପଥକୁ ଗ୍ରାମବାସୀ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା । ଜିଲ୍ଲାର ଅପହଞ୍ଚ ଇଲାକା ଭାବେ ପରିଚିତ ଲଇମୁରା ଅଞ୍ଚଳର ପାଞ୍ଚ ଟି ଗ୍ରାମ ପଞ୍ଚାୟତ ଅଧିବାସୀ ଏହି ରାସ୍ତାରୋକ ଡାକରା କରିଥିଲେ । ଲଇମୁରା ଅଞ୍ଚଳରେ ଥିବା ପାରପୋଷୀ, ଝରାଗୋଗୁଆ, ଗଣ୍ଡମ, ଝାରମୁଣ୍ଡା ଓ ଡିମିରିକୁଦା ଗ୍ରାମ ପଞ୍ଚାୟତର ଅଧିବାସୀ ମୋବାଇଲ ଟାୱାର ନିର୍ମାଣ ଦାବି କରି ଏହି ରାସ୍ତାରୋକ କରିଥିଲେ । ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସଂପୃକ୍ତ ଅଞ୍ଚଳରେ ମୋବାଇଲ ଟାୱାର ନଥିବା ଯୋଗୁଁ ଗ୍ରାମ ପଞ୍ଚାୟତ ଅଧିବାସୀମାନେ ନିର୍ବାଚନ ବର୍ଜନ ନିଷ୍ପତ୍ତି ନେଇଥିଲେ ।

ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଇତିମଧ୍ୟରେ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ମୋବାଇଲ ଟାୱାର ବସାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ରାସ୍ତା ରୋକ କରିଥିଲେ । ଏଥିପାଇଁ ବୁଧବାର ପାଞ୍ଚଟି ଗ୍ରାମ ପଞ୍ଚାୟତ ଅଧିବାସୀ କୈଳାଶ ଛକଠାରେ ୪୯ ନମ୍ବର କୋଲକାତା-ମୁମ୍ବାଇ ଜାତୀୟ ରାଜପଥରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାର ଘଣ୍ଟିଆ ରାସ୍ତା ରୋକ କରିଥିଲେ । ରାସ୍ତା ରୋକ ଯୋଗୁଁ ରାସ୍ତା ର ଉଭୟ ପାର୍ଶ୍ୱରେ ଶତାଧିକ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା ।




