ଅଧାରେ ଅଟକିଛି ପୋଲ ନିର୍ମାଣ, ବାଜିରେ ଲାଗୁଛି ନିରୀହ ଆଦିବାସୀଙ୍କ ଜୀବନ
ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ହରଦାଗୁଡା ପଞ୍ଚାୟତରେ ଗତ ୩ବର୍ଷ ହେବ ସ୍ଥାୟୀ ବି୍ରଜ ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି । ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ ।ଏଥିରେ ଜରୁରୀ କାଳୀନ ଭାବେ ଯାତାୟାତ କରିବା ଲାଗି କୌଣସି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ବର୍ଷାଦିନରେ ଜୀବନକୁ ବାଜି ଲଗେଇ ନଦୀ ପାର ହେଉଛନ୍ତି ଏହି ଅଞ୍ଚଳର ନିରୀହ ଆଦିବାସୀମାନେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ହରଡ଼ାଗୁଡା ପଞ୍ଚାୟତ […]
ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ହରଦାଗୁଡା ପଞ୍ଚାୟତରେ ଗତ ୩ବର୍ଷ ହେବ ସ୍ଥାୟୀ ବି୍ରଜ ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି । ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ ।ଏଥିରେ ଜରୁରୀ କାଳୀନ ଭାବେ ଯାତାୟାତ କରିବା ଲାଗି କୌଣସି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ବର୍ଷାଦିନରେ ଜୀବନକୁ ବାଜି ଲଗେଇ ନଦୀ ପାର ହେଉଛନ୍ତି ଏହି ଅଞ୍ଚଳର ନିରୀହ ଆଦିବାସୀମାନେ ।
ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ହରଡ଼ାଗୁଡା ପଞ୍ଚାୟତ ଅଧିନସ୍ଥ ପଟାରାଙ୍ଗଣି ଗ୍ରାମର ଚୋବେରୀ ନଦୀର ଦୃଶ୍ୟ । ଗ୍ରାମବାସୀଙ୍କ କହିବା ଅନୁସାରେ ସବୁଠୁ ବଡ଼ ଦୁଃଖ ଚୋବେରୀ ନଦୀ ଆମେ ପ୍ରଶାସନକୁ ବାରମ୍ବାର ଦାବିକଲା ପରେ ଗାଁକୁ ସ୍ଥାୟୀ ପୋଲ ଟି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କି;ୁ ଆଜକୁ ୩ ବର୍ଷରୁ ଉର୍ଦ୍ଧ୍ୱ ହେଲାଣି ଅଧାରେ ଅଟକି ରହିଛି ପୋଲ କାମ ।
ଆମେ ଠିକାଦାର ଯନ୍ତ୍ରୀଙ୍କୁ ଜଣେଇଲେ ମଧ୍ୟ କେହି ଗୁହାରି ଶୁଣୁନାହାନ୍ତି ବୋଲି କ୍ଷୋଭର ସହିତ ଜଣେଇଛନ୍ତି ପଟାରାଙ୍ଗଣି ଗ୍ରାମର ଲୋକେ । ଉଛୁଳା ନଦୀ ପାର ହୋଇ ଯାଉଥିବା କହିଛନ୍ତି ଗ୍ରାମବାସୀ । ଭରା ନଇ ପାର ହୋଇ ବାଜିରେ ଲାଗିଛି ଜୀବନ । ଗୁରୁବାର ଏହି ପାଖ ଗ୍ରାମରୁ ରସହଣ୍ଡା ଦ୍ୱାରା ଏକ ମହିଳା ପ୍ରସବା ସ୍ୱାସ୍ଥ୍ୟକେନ୍ଦ୍ର ଯାଇଥିବାବେଳେ ଆଜି ଷ୍ଟ୍ରେଚରେ ବୁହା ହୋଇ ଜଣେ ଜ୍ୱରରେ ପୀଡିତ ରୋଗୀଙ୍କୁ ନଦୀ ପାର କରାଉଛନ୍ତି ସମ୍ପର୍କୀୟ । ଜଣେ ମହିଳାଙ୍କୁ ଜ୍ୱରରେ ପୀଡିତ ପରେ ରୋଗୀଙ୍କ ସମ୍ପର୍କୀୟ ଭରା ନଦୀ ରେ ଜୀବନକୁ ବାଜିରେ ଲଗାଇ ମେଡିକାଲ ନେଉଛନ୍ତି ।
ଏ ତ ଆଜିର ଦୃଶ୍ୟ ହେଲେ ଏମିତି ପ୍ରତିଦିନ ଜୀବନକୁ ବାଜି ଲଗାଇ ଉଛୁଳା ନଦୀ ପାର ହେଉଛନ୍ତି ଏଠାକାର ଲୋକ, ଛାତ୍ର ଛାତ୍ରୀଠୁ ଆରମ୍ଭ କରି ବୃଦ୍ଧ, ଗର୍ଭବତୀ ମହିଳା ମଧ୍ୟ ବର୍ଷା ଦିନେ ଏମିତି ପାର ହୁଅନ୍ତି । ଏ ଚାବିରି ନଦୀ ବିଗତ ୩ବର୍ଷରେ ୩ ଜୀବନ ନେଇ ଥିବା ଅଞ୍ଚଳ ବାସୀ କହିଛନ୍ତି । ତିନି ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ବିଭିନ୍ନ ଆଳ ଦେଖାଇ ବିହାରୀ ଠିକାଦାର ଉପାନ୍ତ ଲୋକଙ୍କ ପାଇଁ ଦାଉ ସାଜିଛି । ତିନି ବର୍ଷ ହେବ ପୋଲ କାମ ୫୦ ପ୍ରତିଶତ ମଧ୍ୟ ହୋଇ ପାରିନାହିଁ ।
ବର୍ଷ ପରେ ବର୍ଷ ଦିନ ପରେ ଦିନ ଗଡି ଯାଉଛି । କି;ୁ ଏ ପୋଲ ର୍ନିର୍ମାଣ ନ ହେବା କାରଣରୁ ଏହି ଉପାନ୍ତ ଆଦିବାସୀ ଲୋକଙ୍କ ପାଖରେ ଭଲ ରାସ୍ତା,ପିଇବା ପାଣି ,ଶିକ୍ଷା ,ସ୍ୱାସ୍ଥ୍ୟ ଭଳି ସୁବିଧା ସୁଯୋଗ ପହଁଚି ପାରୁନାହିଁ । ବାରମ୍ବାର ପୋଲ ର୍ନିର୍ମାଣ ପାଇଁ ଲୋକ ପ୍ରତିନିଧି ସରକାରୀ ବାବୁଙ୍କୁ ଗୁହାରି କଲେ ମଧ୍ୟ ଏମାନଙ୍କ ଦାବି ପୂରଣ ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଜ୍ୱରରେ ପୀଡିତ ହୋଇ ନଦୀ ପାର କରାଯାଇ ମହିଳା ଜଣଙ୍କୁ ବୋରିଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଶାକର୍ମୀ ଓ ରୋଗୀଙ୍କ ସମ୍ପର୍କୀୟ ନେଇଯାଉଥିବା ଜଣା ପଡ଼ିଛି । ରୋଗୀଙ୍କ ସହିତ ଆଶା କର୍ମୀ ରହି ଚିକିତ୍ସା କରାଉଛନ୍ତି ।




