ସୁନ୍ଦରଗଡ଼ରେ ଝିଅ ଚାଲାଣକାରୀ ରାକେଟ ସକ୍ରିୟ: ବିବାହ ନାଁରେ ଚାଲାଣ
ସୁନ୍ଦରଗଡ଼ :ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ରୋଜଗାରର ଲୋଭ ଦେଖାଇ ଦଲାଲମାନେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କ ପାଖରେ ବିବାହ ପାଇଁ ଅଢ଼େଇ ଲକ୍ଷ ଟଙ୍କାରେ ବିକି୍ର ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏପ୍ରିଲ ପ୍ରଥମ ସପ୍ତାହରେ ଘଟିଥିବା ଏ ସମ୍ବେଦନଶୀଳ ଘଟଣାକୁ ଗମ୍ଭୀରତାର ସହ ନେଇଥିଲେ ଏସପି ସାଗରିକା ନାଥ । ସେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ସଦର ଥାନା ଅଧିକାରୀ ରମେଶଚନ୍ଦ୍ର ମାହାନାଙ୍କ ନେତୃିତ୍ୱରେ ପୁଲିସ ଟିମ୍ […]
ସୁନ୍ଦରଗଡ଼ :ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ରୋଜଗାରର ଲୋଭ ଦେଖାଇ ଦଲାଲମାନେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କ ପାଖରେ ବିବାହ ପାଇଁ ଅଢ଼େଇ ଲକ୍ଷ ଟଙ୍କାରେ ବିକି୍ର ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏପ୍ରିଲ ପ୍ରଥମ ସପ୍ତାହରେ ଘଟିଥିବା ଏ ସମ୍ବେଦନଶୀଳ ଘଟଣାକୁ ଗମ୍ଭୀରତାର ସହ ନେଇଥିଲେ ଏସପି ସାଗରିକା ନାଥ । ସେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ସଦର ଥାନା ଅଧିକାରୀ ରମେଶଚନ୍ଦ୍ର ମାହାନାଙ୍କ ନେତୃିତ୍ୱରେ ପୁଲିସ ଟିମ୍ ମଧ୍ୟପ୍ରଦେଶର ରତଲମ ଜିଲ୍ଲା ତାଲ୍ ଥାନା ଅନ୍ତର୍ଗତ କରବାଖେଡ଼ି ଗାଁରେ ମେ ୮ ତାରିଖରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏପରିକି ପରବର୍ତ୍ତୀ ସମୟରେ ମେ’ ୨୧ରେ ଝିଅ ଚାଲାଣରେ ସମ୍ପୃକ୍ତ ଜଣେ ମହିଳା ସମେତ ୩ ଦଲାଲଙ୍କୁ ଗିରଫ କରି ଫେରାର ଅନ୍ୟ ଦଲାଲମାନଙ୍କୁ ଧରିବାକୁ ତନାଘନା ଚଲାଇଛି ପୁଲିସ ।
ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶର ସେହି ସ୍ଥାନରେ ସୁନ୍ଦରଗଡ଼ର ଅନ୍ୟ ଏକ ଝିଅକୁ ଦଲାଲମାନେ ନେଇ ଜଣେ ଦୃଷ୍ଟିବାଧିତ ବୟସ୍କ ବ୍ୟକ୍ତିଙ୍କୁ ବିବାହ ପାଇଁ ବିକ୍ରି କରି ଦେଇଥିବାର ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଏ ସମ୍ପର୍କରେ ପୁଲିସ ପାଖରେ ଅଭିଯୋଗ ହୋଇ ନଥିଲେ ମଧ୍ୟ ଝିଅକୁ ଭଲ ପାତ୍ରରେ ବିବାହ କରାଇଦେବାର ଲୋଭ ଦେଖାଇ ଦଲାଲମାନେ ପରିବାର ଲୋକଙ୍କୁ ମନାଇ ମଧ୍ୟପ୍ରଦେଶର ତାଲ୍ ଥାନା କରବାଖେଡ଼ି ଅଞ୍ଚଳକୁ ନେଇ ଯାଇଥିଲେ ଏବଂ ସେଠାରେ ଜଣେ ଦୃଷ୍ଟିବାଧିତ ବୟସ୍କ ବ୍ୟକ୍ତି ହାତରେ ଛନ୍ଦି ଦେଇଥିବା କୁହାଯାଉଛି । ଏଥିପାଇଁ ଦଲାଲ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ମୋଟା ଅଙ୍କର ଦେଣନେଣ ହୋଇଥିବା ଚର୍ଚ୍ଚା ହେଉଛି । ବିବାହ ନାମରେ ଝିଅଟି ସେଠାରେ ବନ୍ଦୀ ହୋଇ ରହିଛନ୍ତି । ଗତ ୮ ତାରିଖରେ କରବାଖେଡ଼ି ଗାଁରେ ଚଢ଼ଉ କରିବା ସମୟରେ ପୁଲିସକୁ ସେହି ଝିଅ ସମ୍ପର୍କରେ ସୂଚନା ମିଳିଥିଲା । କି;ୁ କେଣସି ଅଭିଯୋଗ ନଥିବାରୁ ପୁଲିସ କେଣସି ପଦକ୍ଷେପ ନେଇ ପାରି ନଥିଲା ବୋଲି କୁହାଯାଉଛି । ଏସପି ଏଥିରେ ହସ୍ତକ୍ଷେପ କରି ସମ୍ପୃକ୍ତ ଝିଅଙ୍କ ଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।
ସୁନ୍ଦରଗଡ଼ ଜିଲ୍ଲାର ଯୁବକଯୁବତୀଙ୍କୁ ଆବଶ୍ୟକ ରୋଜଗାର ଓ ନିଯୁକ୍ତି ମିଳୁ ନଥିବାରୁ ସେମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ଏହାର ସୁଯୋଗ ନେଇ ଦଲାଲମାନେ ଭଲ ରୋଜଗାର ଓ ନିଯୁକ୍ତି ସହ ଅବିବାହିତା ଝିଅଙ୍କୁ ଭଲ ପାତ୍ର ସହ ବିବାହ କରିଦେବାର ଲୋଭ ଦେଖାଇ ବାହାର ରାଜ୍ୟକୁ ଚାଲାଣ କରି ବିକି ଦେଉଥିବା ଅଭିଯୋଗ ରହିଛିଛ ବିଶେଷ କରି ବିବାହ ନାମରେ ବାହାର ରାଜ୍ୟରେ ଝିଅମାନଙ୍କୁ ବିକ୍ରି କରି ଦେଉଥିବାର ଏକ ବଡ଼ ରାକେଟ ସୁନ୍ଦରଗଡ଼ ଉପରେ ଆଖି ପକାଇଥିବାବେଳେ ସୁନ୍ଦରଗଡ଼ ପୁଲିସ ଏହାକୁ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।




